ପାରାଦ୍ୱୀପ ୧୮/୧୧/୨୦୧୯(ଓଡ଼ିଶା ସମାଚାର)- ପାରାଦ୍ୱୀପ ବିଜୁ ମଇଦାନ ଠାରେ ୮ଦିନ ବ୍ୟାପି ଚାଲିଥିôବା କଳିଙ୍ଗ ବାଲିଯାତ୍ରା ମହୋତ୍ôସବରେ ପାରାଦ୍ୱୀପ ବନ୍ଦର ପକ୍ଷରୁ ଆୟୋଜିତ ହୋଇଥିବା ମାଗଣା ଏଚଆଇଭି ବା ଏଡସ୍ ଓ ମଧୁମେହ ରୋଗ ପରିକ୍ଷଣ ଶିବିର ବେସ୍ ଚର୍ଚ୍ଚାରେ ରହିଛି । ସମସ୍ତ ଷ୍ଟଲ ଅପେକ୍ଷା ଏହି ଷ୍ଟଲରେ ନିଜର ପରୀକ୍ଷଣ ପାଇଁ ପ୍ରବଳ ଜନସମାଗମ ଦେଖିବାକୁ ମିଳୁଛି । ଏହି ଶିବିର ପ୍ରତି ଲୋକଙ୍କୁ ଧ୍ୟାନ ଆକର୍ଷଣ ପାଇଁ ସବୁଦିନ ମ୍ୟାଜିକ ସୋ ର ବ୍ୟବସ୍ଥା କରାଯାଇଛି । କଳିଙ୍ଗ ବାଲଯାତ୍ରାର ଉଦଯାପନୀ ଦିବସରେ ଏହି ଶିବିର ସପ୍ତାହ ହେବ ଏହି କାର୍ଯ୍ୟକ୍ରମ ଓସାକ୍ସ ସହଯୋଗରେ ପାରାଦ୍ୱୀପ ବନ୍ଦର ଦ୍ୱାରା ଆୟୋଜିତ ହେଉଛି । ବନ୍ଦର ଚିକିତ୍ସାଳୟର ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ପ୍ରହଲ୍ଲାଦ ଚନ୍ଦ୍ର ପଣ୍ଡା ତତ୍ୱାବଧାନରେ ଏହି ୮ଦିନ ବ୍ୟାପି ଶିବିର ଅନୁଷ୍ଠିତ ହୋଇଥିଲା । ତେବେ ବାଲିଯାତ୍ରା ବିଭିନ୍ନ ସଂଗଠନ, ଶିଳ୍ପ ସଂସ୍ଥା ଓ ବ୍ୟବସାୟୀ ମାନଙ୍କ ଦ୍ୱାରା ପ୍ରସ୍ତୁତ ଷ୍ଟଲ ଅପେକ୍ଷା ବନ୍ଦର ଅଧ୍ୟକ୍ଷ ରିଙ୍କେଶ ରଏଙ୍କର ଏପରି ଜନମଙ୍ଗଳ ଭିତିକ ଷ୍ଟଲ ଚିନ୍ତାଧାରାକୁ ସାଧାରଣରେ ବେଶ୍ ପ୍ରଶଂସା କରାଯାଇଛି । ଓଡ଼ିଶା ସମାଚାର
