Tuesday , February 25 2020
Breaking News
Home / କ୍ରୀଡ଼ା / କଳିଙ୍ଗ ପବ୍ଲିକ ସ୍କୁଲ ର ବାର୍ଷିକଉତ୍ସବ ଅନୁଷ୍ଠିତ

କଳିଙ୍ଗ ପବ୍ଲିକ ସ୍କୁଲ ର ବାର୍ଷିକଉତ୍ସବ ଅନୁଷ୍ଠିତ

ଭୁବନ ୦୩/୦୨/୨୦୨୦ (ଓଡ଼ିଶା ସମାଚାର)- ଭୁବନ ବ୍ଲକ ଅନ୍ତର୍ଗତ ଜିରାଳ ସ୍ଥିତ କଳିଙ୍ଗ ପବ୍ଲିକ ସ୍କୁଲ ର ୬ଷ୍ଠ ବାର୍ଷିକଉତ୍ସବ ଆଜି ସଂଧ୍ୟାରେ ଅନୁଷ୍ଠିତ ହୋଇଯାଇଛି । ସ୍କୁଲର ଅଧ୍ୟକ୍ଷ ସଂଜୟ କୁମାର ବେହେରା ଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଚକ୍ଷୁ ବିଷେଶଜ୍ଞ ଡା.ରାଜ କିଶୋର ପଣ୍ଡା ମୁଖ୍ୟଅତିଥି ,ମାନବାଧିକାର କର୍ମୀ ଭଜମନ ବିଶ୍ୱାଳ,ପୂର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଠାକୁର ମହାନ୍ତ ସମ୍ମାନିତ ଅତିଥି,ସାମାଜିକ କର୍ମୀ ଜୟକୃଷ୍ଣ ବେହେରା ମୁଖ୍ୟବକ୍ତା ଭାବେ ଯୋଗଦେଇଥିଲେ । ପ୍ରେସିଡେଂଟ ପ୍ରତାପ କୁମାର ସାହୁ ସ୍ୱାଗତଭାଷଣ ଦେଇଥିବା ବେଳେ ପ୍ରିନ୍ସପାଲ ଉଦୟନାଥ ଜେନା ଅତିଥି ପରିଚୟ ପ୍ରଦାନ କରିଥିଲେ । ଉପାଧ୍ୟକ୍ଷା ପ୍ରତିମା ସେନାପତି ବାର୍ଷିକ ବିବରଣୀ ପାଠ କରିଥିଲେ । ଶୁଭସ୍ମିତା ଦାଶ ଓ ଲିପିନା ନାୟକ ମଂଚ ପରିଚାଳନା କରିଥିଲେ । ସ୍କୁଲର ଆଡମିନ ଟୁଟୁ ମହାରଣା ଧନ୍ୟବାଦ ଅର୍ପଣ କରିଥିଲେ । ବାର୍ଷିକ କ୍ରୀଡା ପ୍ରତିଯୋଗିତାର ଚମ୍ପିୟନ ପ୍ରୟଙ୍କା କୁମାରୀ ,କେପିଏସ ମଦର ଭାବେ ସ୍ୱର୍ଣ୍ଣଲତା ସାହୁ ଙ୍କ ସମେତ କୃତୀ ବିଦ୍ୟାର୍ଥୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା । ଶେଷରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି ବାର୍ଷିକଉତ୍ସବ ରେ ସମସ୍ତ ଛାତ୍ରଛାତ୍ରୀ,ଶିକ୍ଷକ ଶିକ୍ଷୟିତ୍ରୀ ଙ୍କ ସମେତ ଅଭିଭାବକ ଉପସ୍ଥିତ ଥିଲେ ।  ଓଡ଼ିଶା ସମାଚାର

About admin

Check Also

ସାଲେପୁର ବାର ଆସୋସିଏସନ୍ ପକ୍ଷରୁ ଅନ୍ତବାର କ୍ରିକେଟ୍ ମ୍ୟାଚ୍

ସାଲେପୁର ୨୨/୦୨/୨୦୨୦ (ଓଡ଼ିଶା ସମାଚାର/ ଅଭୟ ଜେନା):  ସାଲେପୁର ବାର ଆସୋସିଏସନ୍ ଆନୁକୂଲ୍ୟରେ ସମାଜସେବୀ ଡ଼ଃ ଦେବ ମହାନ୍ତିଙ୍କ ସହଯୋଗରେ …

Leave a Reply

Your email address will not be published. Required fields are marked *