Friday , February 28 2020
Breaking News
Home / ବିଶେଷ / କଳାହାଣ୍ଡି ପୋଲିସ ପକ୍ଷରୁ ମୋ ସରକାର ଅଭିଯାନ ର ଶୁଭାରମ୍ଭ

କଳାହାଣ୍ଡି ପୋଲିସ ପକ୍ଷରୁ ମୋ ସରକାର ଅଭିଯାନ ର ଶୁଭାରମ୍ଭ

କଳାହାଣ୍ଡି, ୦୩/୧୦/୨୦୧୯ (ଓଡ଼ିଶା ସମାଚାର/ ସଂଜୟ କୁମାର ସିଂହ)- ପବିତ୍ର ଗାନ୍ଧୀ ଜୟନ୍ତୀ।ଏହି ଶୁଭ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆରମ୍ଭ କରିଛନ୍ତି ସାରା ରାଜ୍ୟରେ  ମୋ ସରକାର ଅଭିଯାନ। ସ୍ୱଚ୍ଛ ଶାସନ ପାଇଁ  ୫ଟି ଓ ଏବେ ମୋ ସରକାର ସାଧାରଣ ଜନତା ଖୁସି ଥିବା ବେଳେ ସରକାରୀ କର୍ମଚାରୀ ଙ୍କ ପାଇଁ ହୃଦକମ୍ପନ ସୃଷ୍ଟି କରୁଛି। କାରଣ ଏବେ ମୁଖ୍ୟମନ୍ତ୍ରୀ ବିଭିନ୍ନ ସେବା ର ଗୁଣବତାକୁ ଜନତା ସହ ସିଧାସଳଖ କଥା ହୋଇ ଲୋକଙ୍କ ମତ ନେବେ। ମତ ଭଲ ହୋଇଥିଲେ କର୍ମଚାରୀ ଙ୍କୁ ମିଳିବ ପୁରସ୍କାର ଓ ମତ ଭଲ ନ ହେଲେ କାର୍ୟ୍ୟାନୁଷ୍ଠାନ।ଏଥିପାଇଁ ପ୍ରଥମେ ଥାନା ଓ ଡାକ୍ତରଖାନା କୁ ସାମିଲ କରାଯାଇଛି। ଆଜି କଳାହାଣ୍ଡି ଜିଲ୍ଲାରେ ମଧ୍ୟ ଟାଉନ ଥାନା ପକ୍ଷରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଏକ ପୋଲିସ ସହାୟତା କେନ୍ଦ୍ର ଖୋଲାଯାଇଛି । ଡାକ୍ତରଖାନାର କୁ ଦଲାଲ ମୁକ୍ତ ଓ ବିଭିନ୍ନ ପ୍ରକାର ସମସ୍ୟା କୁ ଦୂର କରିବା ଏହାର ଉଦେଶ୍ୟ । ଏହି କାର୍ୟ୍ୟକ୍ରମ ରେ କଳାହାଣ୍ଡି ପୋଲିସ ଆରକ୍ଷୀ, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ସମେତ ବହୁ ପୋଲିସ,ଡାକ୍ତରଖାନା କର୍ମଚାରୀମାନେ ଉପସ୍ଥିତ ଥିଲେ।। ଓଡ଼ିଶା ସମାଚାର

About admin

Check Also

ମାର୍ଚ୍ଚ ପହିଲାରୁ ଗାଡ଼ି ଯାଞ୍ଚ କଡ଼ାକଡ଼ି ହେବ

ଭୁବନେଶ୍ୱର ,୨୮/୦୨/୨୦୨୦ (ଓଡ଼ିଶା ସମାଚାର)- ଲୋକଙ୍କୁ ଯଥେଷ୍ଟ ସମୟ ଦିଆଯାଇଛି, ଆଉ ବହୁ ସଂଖ୍ୟାରେ ଲୋକେ ଇତିମଧ୍ୟରେ ନିଜ ଗାଡ଼ିର …

Leave a Reply

Your email address will not be published. Required fields are marked *