Tuesday , August 20 2019
Breaking News
Home / Uncategorized / କଳାହାଣ୍ଡି ଜିଲ୍ଲା ମହୁଲପାଟଣା ଉନ୍ନିତ ବିଦ୍ୟାଳୟରେ ତାଲା ପକାଇଲେ ଗାଁ ଲୋକେ

କଳାହାଣ୍ଡି ଜିଲ୍ଲା ମହୁଲପାଟଣା ଉନ୍ନିତ ବିଦ୍ୟାଳୟରେ ତାଲା ପକାଇଲେ ଗାଁ ଲୋକେ

ଜୟପାଟଣା, ୨୩/୦୬/୨୦୧୯ (ଓଡ଼ିଶା ସମାଚାର/ସଂଜୟ ସିଂ)- କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଳକ ମହୁଲ ପାଟଣା ଗ୍ରାମର ଜନସାଧାରଣ ଗ୍ରାମରେ ଥିବା ଉନ୍ନିତ ବିଦ୍ୟାଳୟ କାର୍ଯ୍ୟାଳୟରେ ତାଲା ପକାଇଛନ୍ତି । ସୂଚନା ଅନୁସାରେ ଶଶିଧର ନାଏକ ବିଦ୍ୟାଳୟର ପ୍ରଧାନ ଶିକ୍ଷକଭାବରେ ଯୋଗଦେବା ପାଇଁ ଆସିଥିଲେ କିନ୍ତୁ ଗ୍ରାମବାସୀ ତଥା କମିଟି ସଭାପତି ସମ୍ବାରୁମୁଦୁଲିତାଙ୍କୁଚରିତ୍ରହୀନ କହି ଯୋଗଦାନକୁ ବିରୋଧ କରି ବିଦ୍ୟାଳୟ କାର୍ଯ୍ୟାଳୟ ରେ ତାଲା ପକାଇ ଦେଇଛନ୍ତି । ପୂର୍ବରୁ ଶଶିଧର ନାଏକ ପାଡେପଦର ବିଦ୍ୟାଳୟରେ ନିଜ କର୍ତବ୍ୟରେ ଅବହେଳାଯୋଗୁଁ ତକ୍ରାଳୀନ ଜିଲ୍ଲାଶିକ୍ଷା ଅଧିକାରୀ ପ୍ରଦୀପ କୁମାର ନାଏକଙ୍କ ଦ୍ୱାରା ନିଳମ୍ବିତହୋଇଥିଲେ କିନ୍ତୁ ବର୍ତମାନ ଜିଲ୍ଲାଶିକ୍ଷା ଅଧିକାରୀ ସଂଜିବ କୁମାର ସିଂତାଙ୍କ ନିଲମ୍ବନ ପ୍ରତ୍ୟାହାର କରି ମହୁଲପାଟଣା ବିଦ୍ୟାଳୟରେ ପ୍ରଧାନ ଶିକ୍ଷକଭାବରେ ପତ୍ରସଂଖ୍ୟା ୪୬୦୭, ତା. ୦୧.୦୬.୨୦୧୯ ରେ ନିର୍ଦ୍ଦେଶ ଦେଇଥିଲେ । ପୂର୍ବରୁ ଶଶିଧର ନାଏକ ନିକଟସ୍ଥ ବିଦ୍ୟାଳୟରେ ନିଯୁକ୍ତି ଥାଇ ଛାତ୍ରାଛାତ୍ରୀଙ୍କ ପାଠ ପଢାରେ ଗୁରୁତ୍ୱ ନଦେଇ ବିଭିନ୍ନ ପ୍ରକାର ଅନିୟମିତତା କରୁଥିଲେ ବୋଲି ଗ୍ରାମବାସୀ କ୍ଷୁବ୍ଧ ହୋଇ ବିଦ୍ୟାଳୟ କାର୍ଯ୍ୟାଳୟରେ ତାଲା ପକାଇଛନ୍ତି , କହିଛନ୍ତି ଯେ ଯଦି ତାଙ୍କୁ ବିଦ୍ୟାଳୟରେ ନିଯୁନ୍ତି ଦିଆଯାଏ ତାହେଲେ ଆମ୍ଭେ ଛାତ୍ରାଛାତ୍ରୀମାନଙ୍କୁ ଅନ୍ୟତ୍ର ଅଧ୍ୟୟନ ପାଇଁ ପଠାଇବୁ । ଓଡ଼ିଶା ସମାଚାର

About admin

Check Also

ପାଟକୁରା ହାଇସ୍କୁଲରେ ବୃତି ପରୀକ୍ଷା    

ଗରଦପୁର,୧୮/୦୮/୨୦୧୯(ଓଡ଼ିଶା ସମାଚାର)-ପାଟକୁରା ହାଇସ୍କୁଲରେ ଆଜି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପଂଚମ ଶ୍ରେଣୀର ଛାତ୍ରଛାତ୍ରୀମାନଙ୍କର ବୃତି ପରୀକ୍ଷା ଅନୁଷ୍ଠିତ ହୋଇଯାଇଛି । …

Leave a Reply

Your email address will not be published. Required fields are marked *