Friday , October 18 2019
Breaking News
Home / ତାଜା ଖବର / କଳାବୁଦା ଦୂର୍ଗାପୂଜା ଶାନ୍ତି କମିଟି ବୈଠକ

କଳାବୁଦା ଦୂର୍ଗାପୂଜା ଶାନ୍ତି କମିଟି ବୈଠକ

ଗରଦପୁର,୦୩/୧୦/୨୦୧୯ (ଓଡ଼ିଶା ସମାଚାର)-ଗରଦପୁର ବ୍ଲକ୍ ଅନ୍ତର୍ଗତ କଳାବୁଦା ଠାରେ ପ୍ରତି ବର୍ଷ ପରି ଚଳିତ ବର୍ଷ ମଧ୍ୟ  ୯ ଟି ସ୍ଥାନରେ  ଦୁର୍ଗତୀ ନାଶିନୀ ମା ଦୂର୍ଗାଙ୍କର ପୂଜା ଉତ୍ସବ ଅନୁଷ୍ଠିତ ହେଉଅଛି । ଏହି ପୂଜା ଓ ଭଷାଣୀ ଉତ୍ସବକୁ ଶାନ୍ତି ଶୃଙ୍ଖଳାର ସହ ସମାହିତ କରିବା ପାଇଁ  ଗତକାଲି କଳାବୁଦା ପଂଚାୟତ  କାର୍ଯ୍ୟାଳୟରେ  ଏକ ଶାନ୍ତି କମିଟି ବୈଠକ ଅନୁଷ୍ଠିତ ହୋଇ ଯାଇଛି ।  କଳାବୁଦା ସରପଂଚ ପ୍ରକାଶ ଚନ୍ଦ୍ର ସାହୁ  ଙ୍କ ଆବାହକତ୍ୱରେ  ଅନୁଷ୍ଠିତ  ବୈଠକରେ ଶାନ୍ତି କମିଟି ସଭାପତି  ଶୈଳେନ୍ଦ୍ର କୁମାର ମହାନ୍ତି ସଭାପତିତ୍ୱ କରିଥିଲେ ।  ବୈଠକରେ ପାଟକୁରା ଥାନା ପକ୍ଷରୁ ଫାଣ୍ଡି ଅଧିକାରୀ ଜାମସେଦ ମହମ୍ମଦ  ଙ୍କ ସମେତ ବିଭିନ୍ନ ପୂଜା କମିଟିର ସଭାପତି ଓ ସମ୍ପାଦକମାନେ ଯୋଗଦେଇ  ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ ।  ଏହି ବୈଠକରେ  ପୂଜା ଓ ଭଷାଣି ଉତ୍ସବକୁ ଶୃଙ୍ଖଳିତ କରିବା ପାଇଁ  କେତେକ ପ୍ରସ୍ତାବ ଗ୍ରହଣ କରାଯାଇଥିଲା ।  ପୂଜା ଓ ଭଷାଣି ଉତ୍ସବରେ ଶବ୍ଦ ପ୍ରଦୁଷଣ ରୋକିବା  ପାଇଁ  ଡ଼ିଜେ ସାଉଣ୍ଡ ବ୍ୟବହାର ହେବ ନାହିଁ ବୋଲି ନିଷ୍ପତି ନିଆଯାଇଥିଲା ।  ସେହିପରି ଅଶ୍ଳିଳ ନୃତ୍ୟ ପ୍ରଦର୍ଶନ ଉପରେ ରୋକ ଲଗାଯିବା ସହିତ  ଭଷାଣି ଉତ୍ସବରେ  ପ୍ରତି ମେଢ଼ ସଂକ୍ଷିପ୍ତ ସାଉଣ୍ଡ ବକ୍ସ ବ୍ୟବହାର କରିବେ । ମେଢ଼ ଗୁଡ଼ିକ ଚିତ୍ରୋପôଳା ନଦୀରେ  ଜଳ ସମାଧିପାଇଁ ୯ ଟି ମେଢ଼ ପାଇଁ ସ୍ୱତନ୍ତ୍ର ଭାବେ ଅଲଗା ଅଲଗା ସମୟ ସ୍ଥିର କରାଯାଇଛିା ତେବେ ୯ ତାରିଖ ଦିନ ଭଷାଣି ରାତି ୧୦ ଟା ସୁଦ୍ଧା ସବୁ ମେଢ଼ ର ବିଷର୍ଜନ ପାଇଁ ସ୍ଥିର ହୋଇଛି ।  ୪ ଟି ମେଢ଼ ଚିତ୍ରୋପôଳା ସେତୁ ଉପରେ , ଗୋଟିଏ ମେଢ଼ ବାରୁଣି ତୁଠରେ ଓ ଅନ୍ୟ ୪ ଟି ମେଢ଼ ଶନି ମନ୍ଦିର ନିକଟ ଚିତ୍ରୋପôଳା ନଦୀରେ ବିଷର୍ଜନ ପାଇଁ ନିଷ୍ପତି ହୋଇଛି । ଓଡ଼ିଶା ସମାଚାର

About admin

Check Also

ପିପିଏଲ ବ୍ୟାଗିଙ୍ଗ ପ୍ଲାଂଟର ରେଳ ଧାରଣାରେ କଟିଯାଇ ଶ୍ରମିକର ମୃତୁ୍ୟ

ପାରାଦ୍ୱୀପ ୧୬/୧୦/୨୦୧୯ ( ଓଡ଼ିଶା ସମାଚାର)- ପାରାଦ୍ୱୀପ ଫସଫେଟ୍ ଲିମିଟେଡ (ପିପିଏଲ) ସାରକାରଖାନାରେ ସାର ବୋଝେଇ ସମୟରେ ଜଣେ ଶ୍ରମିକ …

Leave a Reply

Your email address will not be published. Required fields are marked *