Tuesday , February 25 2020
Breaking News
Home / ବ୍ୟବସାୟ ବାଣିଜ୍ୟ / କଲ୍ୟାଣ ମଣ୍ଡପ ସିଲ୍ କରିବା ପଛରେ  ହୋଟେଲ ମାଲିକ ଓ ବିଏମସିର ମଳିତ ଚକ୍ରାନ୍ତ

କଲ୍ୟାଣ ମଣ୍ଡପ ସିଲ୍ କରିବା ପଛରେ  ହୋଟେଲ ମାଲିକ ଓ ବିଏମସିର ମଳିତ ଚକ୍ରାନ୍ତ

ଭୁବନେଶ୍ୱର ,୦୩/୦୨/୨୦୨୦ (ଓଡ଼ିଶା ସମାଚାର)- ରାଜଧାନୀର କଳେବର କ୍ରମଶଃ ବୃଦ୍ଧି ପାଇବା ସଙ୍ଗେ ସଙ୍ଗେ ଲୋକସଂଖ୍ୟା ମଧ୍ୟ ଅତ୍ୟଧିକ ବୃଦ୍ଧି ପାଇବାରେ ଲାଗିଛି । ଭୁବନେଶ୍ୱର ଉପକଣ୍ଠସ୍ଥ ଗ୍ରାମଗୁଡ଼ିକ ମଧ୍ୟ ବିଏମସି ସୀମାରେ ପ୍ରବେଶ କରିଲାଣି । ଏତେ ଲୋକଙ୍କ ବିଭିନ୍ନ ପର୍ବପର୍ବାଣୀ, ବାହାଘର, ବ୍ରତଘର ଓ ବିଭିନ୍ନ ଅନୁଷ୍ଠାନଗୁଡ଼ିକର ବିଭିନ୍ନ କାର୍ଯ୍ୟକ୍ରମ ହେବା ନିମନ୍ତେ ବିଏମ୍‌ସି ତରଫରୁ ସେପରି ପର୍ଯ୍ୟାପ୍ତ ବ୍ୟବସ୍ଥା ନାହିଁ । ସଭାଗୃହ, କଲ୍ୟାଣ ମଣ୍ଡପର ବହୁ ଆବଶ୍ୟକତା ଥିଲାବେଳେ ବିଏମସି, ବିଡ଼ିଏ ବା ଉପଯୁକ୍ତ ବିଭାଗ ଏଥିନିମନ୍ତେ କୌଣସି ନଜର ଦେଇନାହିଁ । ତେଣୁ ସାଧାରଣ ଜନତା କଲ୍ୟାଣ ମଣ୍ଡପକୁ ଭରସା କରି ନିଜର ଆବଶ୍ୟକତା ମେଣ୍ଟାଉଛନ୍ତି । କିନ୍ତୁ ରାଜଧାନୀରେ ଥିବା ବିଭିନ୍ନ ହୋଟେଲ ଯେଉଁମାନେ କି ଏହି କାର୍ଯ୍ୟକ୍ରମଗୁଡ଼ିକ ଦ୍ୱାରା ଅଧିକ ଲାଭ ପାଇବେ ସେମାନେ ବିଏମସି ସହିତ ସଲାସୁତୁରା କରି ରାଜଧାନୀରେ ଥିବା ବିଭିନ୍ନ କଲ୍ୟାଣ ମଣ୍ଡପକୁ ବନ୍ଦ କରିବା ପାଇଁ ମସୁଧା ଚଳାଇଛନ୍ତି । ଏହି ହୋଟେଲଗୁଡ଼ିକର ନା ପାର୍କିଂ ବ୍ୟବସ୍ଥା ଅଛି ନା ଅଗ୍ନି ନିର୍ବିପାକ ବ୍ୟବସ୍ଥା ଅଛି । କେବଳ ମୁନାଫା ପାଇବା ଉଦ୍ଦେଶ୍ୟରେ ଉଭୟ ବିଏମ୍‌ସି ଓ ହୋଟେଲଗୁଡ଼ିକ କଲ୍ୟାଣ ମଣ୍ଡପଗୁଡ଼ିକୁ ସିଲ୍ କରିବା ପାଇଁ ମସୁଧା ଚଳାଇଛନ୍ତି । ଏହାଦ୍ୱାରା ବିଭିନ୍ନ କଲ୍ୟାଣ ମଣ୍ଡପଗୁଡ଼ିକୁ ବୁକ୍  ସାଧାରଣ ଜନତା ଏବେ ହତାଶ ହୋଇପଡ଼ିଛନ୍ତି । ଏହି କଲ୍ୟାଣ ମଣ୍ଡପଗୁଡ଼ିକୁ ସିଲ୍ କରିବା ପୂର୍ବରୁ ଏହାକୁ ନିଜ ପରିବାରର ବାହାଘର, ବ୍ରତଘର ଓ ଅନ୍ୟାନ୍ୟ ସାମାଜିକ କାର୍ଯ୍ୟ ନିମନ୍ତେ ସଂରକ୍ଷଣ କରିଥିବା ଲୋକମାନଙ୍କ ବିଷୟରେ ବିଏମସି କିଛି ଜାଣିଛି କି, ଅଥବା ଜାଣିବା ପରେ ସେମାନଙ୍କ ପାଇଁ କିଛି ବିକଳ୍ପ ବ୍ୟବସ୍ଥା କରିଛି କି? ତେଣୁ ତୁରନ୍ତ ଏଭଳି ପଦକ୍ଷେପରୁ ବିଏମସି ନିଜକୁ ଦୂରେଇ ରଖି ପ୍ରଥମେ ଆବଶ୍ୟକତା ଅନୁଯାୟୀ କଲ୍ୟାଣ ମଣ୍ଡପ ଓ ଗୋଷ୍ଠୀ ଗୃହମାନ ନିର୍ମାଣ କରୁ ଓ କଲ୍ୟାଣ ମଣ୍ଡପଗୁଡ଼ିକୁ ଆଇନ୍ ଅନୁଯାୟୀ ମାନ୍ୟତା ପ୍ରଦାନ କରୁ ବୋଲି ରାଜ୍ୟ ନାଗରିକ ସମାଜ ତରଫରୁ ଦାବି କରାଯାଇଅଛି । ଏହି ମର୍ମରେ ଏକ ପତ୍ର ବିଏମସି କମିଶନର ଓ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ପ୍ରଦାନ କରାଯାଇଛି । ଏହା ତୁରନ୍ତ ବନ୍ଦ ନହେଲେ ଆଇନର ଆଶ୍ରୟ ନିଆଯିବା ସହ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଏହି କାର୍ଯ୍ୟ ନିମନ୍ତେ ହଇରାଣ ହେଉଥିବା ପରିବାରବର୍ଗର ସଦସ୍ୟମାନେ ଭେଟିବେ ବୋଲି ରାଜ୍ୟ ନାଗରିକ ସମାଜର ଅଧ୍ୟକ୍ଷ ପ୍ରକାଶ ରଥ କହିଛନ୍ତି । ଓଡ଼ିଶା ସମାଚାର

About admin

Check Also

ତିନି ଦିବ୍ୟାଙ୍ଗଙ୍କୁ ଇଲା ପଣ୍ଡା ଫାଉଣ୍ଡେସନ ପକ୍ଷରୁ ସହାୟତା ପ୍ରଦାନ

ରାୟଗଡ, ୧୮/୦୨/୨୦୨୦ (ଓଡ଼ିଶା ସମାଚାର)-ରାୟଗଡଜିଲ୍ଲାର ଥେରୁବାଲି ସ୍ଥିତ ଇାମ୍‌ଫା ୍‌କାରଖାନା ଦ୍ୱାରା ପରିଚାଳିତ ସାମାଜିକ ପ୍ରତିବଦ୍ଧାତା କାର୍ଯ୍ୟକ୍ରମ ବଂଶୀଧର ଇଲା …

Leave a Reply

Your email address will not be published. Required fields are marked *