Friday , October 18 2019
Breaking News
Home / ଶିକ୍ଷା / କଲିଓଦା ଉପ୍ରା ବିଦ୍ୟାଳୟରେ ବନମହୋତ୍ସବ

କଲିଓଦା ଉପ୍ରା ବିଦ୍ୟାଳୟରେ ବନମହୋତ୍ସବ

ଜଗତସିଂହପୁର, ୦୭/୦୭/୨୦୧୯ (ଓଡ଼ିଶା ସମାଚାର / ଲିଲନପ୍ରଭା ପାଢ଼ୀ)- ଜଗତସିଂହପୁର ସଦର ବ୍ଲକର କଲିଓଦା ଉପ୍ରାବିଦ୍ୟାଳୟରେ ବନମହୋତ୍ସବ ପାଳିତ ହୋଇଯାଇଛି । ଏହି ଉତ୍ସବରେ ଅଭିଭାବକ,ବିଦ୍ୟାଳୟ ପରିଚାଳନା କମିଟି ସଭ୍ୟସଭ୍ୟା ଉପସ୍ଥିତ ଥିଲେ । ଆୟୋଜିତ ସଭାରେ ପ୍ରଧାନଶିକ୍ଷକ ଅଧ୍ୟକ୍ଷତା କରି ଛାତ୍ରଛାତ୍ରୀ ମାନଙ୍କ ବନମହୋତ୍ସବ ସପ୍ତାହ ର ମହତ୍ତ୍ୱ ସଂପର୍କରେ ଆଲୋକପାତ କରିଥିଲେ ।ଏହି ଅବସରରେ ବିଭିନ୍ନ ପ୍ରକାର ଚାରା ରୋପଣ କରାଯାଇଥିଲା  । ଏହି କାର୍ଯ୍ୟକ୍ରମକୁ ଶିକ୍ଷକ ଶିକ୍ଷୟିତ୍ରୀ ଅନିରୁଦ୍ଧ ଦାସ,ସରସ୍ୱତୀ ପଣ୍ଡା,ସ୍ମୃତିରେଖା ମହାପାତ୍ର,ଆଦ୍ୟାରଶ୍ମୀ ପଣ୍ଡା ପରିଚାଳନା କରିଥିଲେ । ଶେଷରେ ଛାତ୍ରଛାତ୍ରୀ ମାନଙ୍କୁ ବିଭିନ୍ନ ପ୍ରକାର ଚାରା ବଂଟନ କରାଯାଇଥିଲା । ଓଡ଼ିଶା ସମାଚାର

About admin

Check Also

ଆର୍ଥିକ ଅନଗ୍ରସର ଛାତ୍ର ଛାତ୍ରୀଙ୍କ ଶିକ୍ଷା ଖର୍ଚ୍ଚ ନମିଳିବା ପ୍ରତିବାଦରେ କଟକ ପାରାଦୀପ ରାସ୍ତା ଅବରୋଧ

ରଘୁନାଥପୁର, ୧୧/୧୦/୨୦୧୯ (ଓଡ଼ିଶା ସମାଚାର)- ଆର୍ଥିକ ଅନଗ୍ରସର ଜନ ଜାତି ଓ ଉପଜାତି ଛାତ୍ର ଛାତ୍ରୀଙ୍କ ୨୫ ପ୍ରତିଶତ ଶିକ୍ଷା …

Leave a Reply

Your email address will not be published. Required fields are marked *