Saturday , November 16 2019
Breaking News
Home / ରାଜନୀତି / କର୍ତବ୍ୟରତ ସାମ୍ବାଦିକଙ୍କୁ ସାଂସଦଙ୍କ ର୍ଦୁବ୍ୟବହାର ଘଟଣାକୁ ଘୋର ନିନ୍ଦା କଲା ଜିଲ୍ଲା କଂଗ୍ରେସ

କର୍ତବ୍ୟରତ ସାମ୍ବାଦିକଙ୍କୁ ସାଂସଦଙ୍କ ର୍ଦୁବ୍ୟବହାର ଘଟଣାକୁ ଘୋର ନିନ୍ଦା କଲା ଜିଲ୍ଲା କଂଗ୍ରେସ

କେନ୍ଦ୍ରାପଡା ୦୭/୧୧/୨୦୧୯(ଓଡ଼ିଶା ସମାଚାର)-ଜନୈକ ଗଣମାଧ୍ୟମର ପ୍ରତିନିଧିଙ୍କୁ କେନ୍ଦ୍ରାପଡା ସାଂସଦ ଅନୁଭବ ମହାନ୍ତିଙ୍କ ର୍ଦୁବ୍ୟବହାର ଘଟଣାକୁ କେନ୍ଦ୍ରାପଡା ଜିଲ୍ଲା କଂଗ୍ରେସ ଘୋର ନିନ୍ଦା କରିବା ସହିତ କାର୍ଯ୍ୟରତ ସାମ୍ବାଦିକମାନଙ୍କୁ ସୁରକ୍ଷା ଯୋଗାଇଦିଆଯିବାକୁ ଜିଲ୍ଲାପାଳଙ୍କ ନିକଟରେ ଦାବିକରିଛି ଜିଲ୍ଲା କଂଗ୍ରେସ । ଗୁରୁବାର ପୂର୍ବାହ୍ନରେ ଜିଲ୍ଲା କଂଗ୍ରେସ ସଭାପତି ତଥା ପୂର୍ବତନ ବିଧାୟକ ଚିନ୍ମୟ ପ୍ରସାଦ ବେଉରାଙ୍କ ନେତୃତ୍ୱରେ ଏକ ଟିମ ଜିଲ୍ଲାପାଳ ସମର୍ଥ ବର୍ମାଙ୍କୁ ଭେଟି ଏସମ୍ପର୍କରେ ଏକ ଦାବିପତ୍ର ମଧ୍ୟ ପ୍ରଦାନ କରିଛନ୍ତି । ସେହି ଦାବିପତ୍ରରେ ଉଲ୍ଲେଖ ରହିଛି ଯେ ଗତ ୫ତାରିଖ ସନ୍ଧ୍ୟାରେ ସରକାରୀ ଦଳର ଜଣେ ସଦସ୍ୟ ତଥା କେନ୍ଦ୍ରାପଡା ସାଂସଦ ଶ୍ରୀ ମହାନ୍ତିଙ୍କୁ ଗଣମାଧ୍ୟମର ପ୍ରତିନିଧିମାନେ ଭେଟି ଜିଲ୍ଲାର ବିକାଶ ସମ୍ପର୍କରେ ମତାମତ ଚାହୁଁଥିବା ବେଳେ ସାଂସଦଙ୍କ ଗଣତନ୍ତ୍ରର ଚତୁର୍ଥ ସ୍ତମ୍ବକୁ ଯଥୋଚିତ ବ୍ୟବହାର ପ୍ରଦର୍ଶନ କରିବା ପରିବର୍ତେ ନିର୍ଦ୍ଧିଷ୍ଟ ଏକ ଗଣମାଧ୍ୟମର ପ୍ରତିନିଧିଙ୍କୁ ର୍ଦୁବ୍ୟବହାର କରିବା ଅତ୍ୟନ୍ତ ନିନ୍ଦନୀୟ ଘଟଣା ଯାହାକୁ ଜିଲ୍ଲା କଂଗ୍ରେସ ନିନ୍ଦା କରିବା ସହ ସାମ୍ବାଦିକମାନଙ୍କୁ ସୁରକ୍ଷା ଯୋଗାଇଦେବାକୁ ଦାବି କରିଛି । ଏହି କାର୍ଯ୍ୟକ୍ରମରେ ସଭାପତି ଶ୍ରୀ ବେଉରାଙ୍କ ସମେତ ଜିଲ୍ଲା କଂଗ୍ରେସ କାର୍ଯ୍ୟକାରି ସଭାପତି ପ୍ରଫୁଲ୍ଲ ଦାସ, ରାଜ୍ୟ କଂଗ୍ରେସ ପଛୁଆବର୍ଗ ସେଲ ଉପାଧ୍ୟକ୍ଷ ଫକିର ଚରଣ ଖଟୁଆ, ଜିଲ୍ଲା କଂଗ୍ରେସ ପଛୁଆବର୍ଗ ସେଲ ଅଧ୍ୟକ୍ଷ ବିଧୁଭୂଷଣ ମହାପାତ୍ର, ସଞ୍ଜୟ କୁମାର ରାଉତ, ମୀର ମୁର୍ଶିଦ ପ୍ରମୁଖ ଉପସ୍ଥିତ ଥିଲେ । ଓଡ଼ିଶା ସମାଚାର

About admin

Check Also

୫ଟି ଜିଲ୍ଲାର ବିଜୁ ଯୁବ ବାହିନୀ ସ୍ୱେଚ୍ଛାସେବୀଙ୍କୁ ରାଜ୍ୟ ଯୁବ କଲ୍ୟାଣ ବୋର୍ଡ କାର୍ଯ୍ୟ ନିର୍ବାହୀ ଅଧ୍ୟକ୍ଷଙ୍କ ଆହ୍ୱାନ

‘ବାତ୍ୟା ପୂର୍ବ ଓ ପରବର୍ତୀ ସ୍ଥିତିରେ ଜିଲ୍ଲା ପ୍ରଶାସନ ସହଯୋଗରେ ଲୋକଙ୍କ ସହାୟତା କର’ ଭୁବନେଶ୍ୱର ,୦୯/୧୧/୨୦୧୯(ଓଡ଼ିଶା ସମାଚାର)- ଘୂର୍ଣ୍ଣି …

Leave a Reply

Your email address will not be published. Required fields are marked *