Monday , February 24 2020
Home / ସ୍ୱାସ୍ଥ୍ୟ / କରୋନା ମୁକାବିଲା ପାଇଁ ରାଜ୍ୟ ସରକାର ପ୍ରସ୍ତୁତ

କରୋନା ମୁକାବିଲା ପାଇଁ ରାଜ୍ୟ ସରକାର ପ୍ରସ୍ତୁତ

ଭୁବନେଶ୍ୱର ,୨୯/୦୧/୨୦୨୦ (ଓଡ଼ିଶା ସମାଚାର)-କରୋନା ଭାଇରସ ଚୀନରୁ ଅନ୍ୟ ଦେଶକୁ ବ୍ୟାପୁଥିବାରୁ ଏହା ସମଗ୍ର ପୃଥିବୀର ଚିନ୍ତାର କାରଣ ହୋଇଛି । ତେବେ କରୋନା ଭୂତାଣୁର ମୁକାବିଲା ପାଇଁ ରାଜ୍ୟସରକାର ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରିଛନ୍ତି । କେନ୍ଦ୍ରସ୍ୱାସ୍ଥ୍ୟ ସଚିବଙ୍କ ସହ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଆଲୋଚନା କରିଛନ୍ତି । ଆଉତା\’ପରେ ରାଜ୍ୟ ସ୍ୱାସ୍ଥ୍ୟ ସଚିବ ଏକ ସାମ୍ବାଦିକ ସମ୍ମିଳନୀକରି ରାଜ୍ୟ ସରକାର ନେଇଥିବା ପଦକ୍ଷେପ ସଂପର୍କରେ ସୂଚନା ଦେଇଛନ୍ତି । ସ୍ୱାସ୍ଥ୍ୟ ସଚିବ ନିକୁଞ୍ଜ ଧଳ କହିଛନ୍ତି,ଭାଇରସ ନେଇ ଭୟଭୀତ ହେବାର ନାହିଁ । ଭାଇରସର ମୁକାବିଲା ପାଇଁ ରାଜ୍ୟ ସରକାର ସଂପୂର୍ଣ୍ଣ ପ୍ରସ୍ତୁତ । କରୋନା ପାଇଁ ଭୁବନେଶ୍ୱର, ଏମ୍ସ, ଏସସିବି, ବୁର୍ଲାରେ ସ୍ୱତନ୍ତ୍ର ବେଡ୍ ବ୍ୟବସ୍ଥା କରାଯାଇଛି । ସେହିପରି ବିମାନ ବନ୍ଦର ଥିବାରୁ ଝାରସୁଗୁଡା ମେଡିକାଲରେ ବି ବ୍ୟବସ୍ଥା କରାଯାଇଛି । ପାରାଦୀପ ପୋର୍ଟକୁ ମଧ୍ୟ ଆଲର୍ଟ କରାଯାଇଛି ।କୋରୋନା ଭାଇରସ୍ ଚିକିତ୍ସା ପାଇଁ କଟକ ଏସସିବିମେଡିକାଲ କଲେଜ ହସ୍ପିଟାଲରେ ୮ଟି ଆଇସିୟୁ ଓ ୪୦ଟି ଶଯ୍ୟାର ବ୍ୟବସ୍ଥା କରାଯାଇଛି । ଏହାର ଦାୟିତ୍ୱରେ ଥିବା ଜରୁରୀ କାଳୀନ ଅଧିକାରୀ ଭୁବନାନନ୍ଦ ମହାରଣା ଏହି ସୂଚନା ଦେଇଛନ୍ତି । କରୋନା ମୁକାବିଲା ଲାଗି ରାଜ୍ୟ ସରକାରଙ୍କ ପକ୍ଷରୁ ଦୁଇଟି କଂଟ୍ରୋଲ ରୁମ ଖୋଲାଯାଇଛି । ଆସନ୍ତାକାଲି ସବୁ ଜିଲ୍ଳାର ସିଡିଏମଓଙ୍କସହ ଆଲୋଚନା କରାଯିବ । ଏହି ସମୟରେ ସ୍ୱଚ୍ଛତା ଉପରେ ଗୁରୁତ୍ୱ ଦିଆଯିବ ବୋଲି ସ୍ୱାସ୍ଥ୍ୟ ସଚିବ କହିଛନ୍ତି ।କୌଣସି ପ୍ରକାର ଲକ୍ଷଣ ଦେଖାଗଲେ, ତୁରନ୍ତ ଡାକ୍ତରଙ୍କସହ ପରାମର୍ଶ କରିବାକୁ ସତର୍କ କରାଇ ଦେଇଛନ୍ତି ।ମାଂସ ଖାଇବା ପୂର୍ବରୁ ଭଲରେ ସିଝାଇ ଖାଇବା ପାଇଁ ପରାମର୍ଶ ଦେଇଛନ୍ତି ସ୍ୱାସ୍ଥ୍ୟ ସଚିବ । ସେପଟେ କରୋନାଭାଇରସ ଭୟରେ ବିମାନ ବନ୍ଦରରେ ତନଖି କଡାକଡି କରାଯାଇଛି । ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ବାହାରୁ ଆସୁଥିବା ଯାତ୍ରୀଙ୍କ ବିମାନବନ୍ଦରରେ ସ୍ୱାସ୍ଥ୍ୟ ଯାଂଚ କରାଯାଉଛି । ସେହିପରି ଭାଇରସର ମୁକାବିଲା ପାଇଁ ଭୁବନେଶ୍ୱରର କ୍ୟାପିଟାଲ ହସ୍ପିଟାଲ ଓ ସମ୍ବଲପୁର ଭିମସାରରେ ସ୍ୱତନ୍ତ୍ର ୱାର୍ଡ ଖୋଲା ଯାଇଛି । ଓଡିଶାରେ କରୋନା ସଂକ୍ରମଣର ଲକ୍ଷଣ ଦେଖାଦେଲେ ତୁରନ୍ତ ଚିକିତ୍ସା ସହାୟତା ଯୋଗାଇ ଦେବାକୁ ପ୍ରସ୍ତୁତି ଚାଲିଛି । ଏହି ସ୍ୱତନ୍ତ୍ର ୱାର୍ଡରେ କୋରୋନା ଭୂତାଣୁରେ ଆକ୍ରାନ୍ତ ହୋଇଥିବା ରୋଗୀଙ୍କୁ ଚିକିିତ୍ସା କରିବା ପାଇଁ ସମସ୍ତ ପ୍ରକାର ବନ୍ଦୋବସ୍ତ କରାଯାଇଛି । ଓଡ଼ିଶା ସମାଚାର

About admin

Check Also

୨୪ ଘଂଟିିଆ ରକ୍ତ ଭଣ୍ଡାର ଚଳାଉଛନ୍ତି ଅସ୍ଥାୟୀ କର୍ମଚାରୀ

ଭୁବନେଶ୍ୱର, ୧୮/୦୨/୨୦୨୦ (ଓଡ଼ିଶା ସମାଚାର)- ଓଡ଼ିଶା ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଚିଠି ନଂ ୨୪୭୨୧ ତା …

Leave a Reply

Your email address will not be published. Required fields are marked *