Tuesday , February 25 2020
Breaking News
Home / ବିଶେଷ / କରୋନା ଭୟ ରେ ୧୪ଦିନର ଅପେକ୍ଷା ପରେ ପାରାଦ୍ୱୀପ ବନ୍ଦରରେ ଲାଗିଲା ଚୀନ୍ ଜାହାଜ

କରୋନା ଭୟ ରେ ୧୪ଦିନର ଅପେକ୍ଷା ପରେ ପାରାଦ୍ୱୀପ ବନ୍ଦରରେ ଲାଗିଲା ଚୀନ୍ ଜାହାଜ

ପାରାଦ୍ୱୀପ, ୧୦/୦୨/୨୦୨୦ (ଓଡ଼ିଶା ସମାଚାର)-୧୪ଦିନ ସମୁଦ୍ରରେ ଅପେକ୍ଷା କରିବାପରେ ରବିବାର ଚୀନ୍ ଜାହାଜ ଚେମୋରଏଡ୍ ଲିଲି ପାରାଦ୍ୱୀପ ବନ୍ଦରରେ ଲାଗିଛି । ଜାହାଜରେଥିବା ସମସ୍ତ ୨୫ଜଣ ଚୀନ ନାଗରୀକ ସଂପୂର୍ଣ୍ଣ ସୁସ୍ଥ ଅଛନ୍ତି। ସେମାନଙ୍କ ନିୟମିତ ସ୍ୱାସ୍ଥ୍ୟ ପରୀକ୍ଷା ଓ ମେସିନ ଦ୍ୱାରା ଯାଞ୍ଚ ପରେ ଜାହାଜକୁ ବନ୍ଦରରେ ବର୍ଥିଂ କରିବାକୁ ଅନୁମତି ମିଳିଛି।

ସାରା ବିଶ୍ୱରେ ଏବେ କରୋନା ଭାଇରସକୁ ନେଇ ଆତଙ୍କ ଖେଳି ଯାଇଛି। ଚୀନରେ କରୋନା ବ୍ୟାପକ ଭାବେ ବ୍ୟାପିବା ପରେ ଭାରତ ସରକାର ସଚେତନ ହୋଇଛନ୍ତି। ଏହିକ୍ରମରେ ବୃହତ୍ତ ବନ୍ଦର ଗୁଡିକରେ ଚୀନ୍ ,ହଂକଂ ଓ ମକାଓ ରୁ ଆସିଥିବା ଜାହାଜ ଗୁଡିକ ଉପରେ ନଜର ରଖିବାକୁ ନିର୍ଦେଶ ଦିଆଯାଇଛି। ବିଶେଷକରି ଜାନୁଆରୀ ୧୫ତାରିଖ ପରେ ଏହି ସବୁ ଦେଶରୁ ଆସିଥିବା ନାଗରିକଙ୍କ ଉପରେସତର୍କ ଦୃଷ୍ଟି ରଖାଯାଇଛି। କରୋନା ଭାଇରସ୍ ନେଇ ପାରାଦ୍ୱୀପ ବନ୍ଦର ପକ୍ଷରୁ ବ୍ୟାପକ ପଦକ୍ଷେପ ନିଆଯାଇଛି। ଚୀନ୍ ,ହଂକଂ ଓ ମକାଓ ରୁ ଆସିଥିବା ଜାହାଜ ଗୁଡିକର କର୍ମଚାରୀଙ୍କୁ ପାରାଦ୍ୱୀପ ସହର ପ୍ରବେଶ ଉପରେ କଟକଣା ଲଗାଯାଇଛି। ସେମିତି ଜାହାଜରେଥିବା କର୍ମଚାରୀମାନଙ୍କର ନିୟମିତ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଉଛି। ବନ୍ଦରରେ ସ୍ୱତନ୍ତ୍ର ସ୍କାନିଂ ମେସିନ ଦ୍ୱାରା ବିଦେଶୀ ନାଗରୀକଙ୍କୁ ସ୍କାନିଂ କରାଯାଉଛି। ପାରାଦ୍ୱୀପ ବନ୍ଦର ଚିକିତ୍ସାଳୟରେ ଏଥିପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି। ତେବେ ଜାନୁଆରୀ ୨୦ ତାରିଖରେ ଚୀନର ଝେଙ୍ଗଜିଆଙ୍ଗ ବନ୍ଦରରୁ ଚେମରୋଏଡ୍ ଲିଲି ନାମକ ଏକ ଜାହାଜ ଆସିଥିଲା। ଏହି ଜାହାଜ ପାରାଦ୍ୱୀପ ବନ୍ଦରର ଆଙ୍କରେଜ୍ ଏରିଆରେ ପହଞ୍ଚିବା ପରେ ବନ୍ଦର ପକ୍ଷରୁ ଜାହାଜ ଉପରେ ସ୍ୱତନ୍ତ୍ର ଦୃଷ୍ଟି ରଖାଯାଇଥିଲା। ଜାହାଜକୁ ବନ୍ଦର ଭିତରକୁ ଆସିବାକୁ ଅନୁମତି ଦିଆଯାଇନଥିଲା। ଜାହାଜରେ ଥିବା ୨୫ଜଣ ନାଗରୀକଙ୍କ ସ୍ୱାସ୍ଥ୍ୟ ପରୀକ୍ଷାପରେ କେହି କରୋନାରେ ଆକ୍ରାନ୍ତ ନଥିବା ଜଣାପଡିଥିଲା। ତଥାପି ବି ଜାହାଜ କର୍ମଚାରୀଙ୍କର ନିୟମିତ ସ୍ୱାସ୍ଥ୍ୟ ପରୀକ୍ଷାସହ ୧୪ଦିନ ଧରି ଆଙ୍କରେଜ୍ ଏରିଆରେ ଜାହାଜକୁ ନିରୀକ୍ଷଣରେ ରଖାଯାଇଥିଲା। ବନ୍ଦରର ମୁଖ୍ୟ ଚିକିତ୍ସାଧିକାରୀ ଡା.ପ୍ରହଲ୍ଲାଦ ପଣ୍ଡା ଜାହାଜର ନାଗରିକ ମାନଙ୍କର ସ୍ୱାସ୍ଥ୍ୟ ପରୀକ୍ଷା ଓ ସ୍କାନିଂ କରିବା ପରେ ଜାହାଜକୁ ବନ୍ଦରରେ ବର୍ଥିଂ କରିବାକୁ ଅନୁମତି ଦିଆଯାଇଛି।   ଜାହାଜଟି ଇଫକୋ ବର୍ଥରେ ବର୍ଥିଂ କରିଛି। ହେଲେ ଜାହାଜର କର୍ମଚାରୀଙ୍କୁ ବାହାରକୁ ଆସିବାକୁ ଅନୁମତି ଦିଆଯାଇନି। କେବଳ ଏହି ଜାହାଜ ନୁହେଁ କରୋନା ଭାଇରସ୍ ଆକ୍ରାନ୍ତ ଦେଶଗୁଡିକରୁ ୧୧ଟି ଜାହାଜ ପାରାଦ୍ୱୀପ ଆସିଛି। ଏହି ଜାହାଜ ଗୁଡିକ ବନ୍ଦରର ଆଙ୍କରେଜ୍ ଏରିଆରେ ରହିଛନ୍ତି। ଜାହାଜ ଗୁଡିକୁ ୧୪ଦିନ ନିରୀକ୍ଷଣରେ ରଖାଯିବା ପରେ ବର୍ଥିଂ କରିବାକୁ ଅନୁମତି ଦିଆଯିବ ବୋଲି ବନ୍ଦର ପକ୍ଷରୁ କୁହାଯାଇଛି। ଓଡ଼ିଶା ସମାଚାର

About admin

Check Also

ପୁରାତନ ବିଦ୍ୟାର୍ଥୀ ପରିଷଦ ଗଠନ , ହୀରକ ଜୟନ୍ତୀ ପାଳନ, ମୋ ସ୍କୁଲ କମିଟି ଗଠନ କରାଯାଇ ବିଦ୍ୟାଳୟର ବିକାଶ ଓ ମହିଳା ମହାବିଦ୍ୟାଳୟ ପ୍ରତିଷ୍ଠା ପାଇଁ ଅଂଟା ଭିଡ଼ିଲେ ପ୍ରାକ୍ତନ ବିଦ୍ୟାର୍ଥୀ

ତାରପୁର, ୨୪/୦୨/୨୦୨୦ (ଓଡ଼ିଶା ସମାଚାର)-ତିର୍ତୋଲ ବ୍ଲକ୍ ଅନ୍ତର୍ଗତ କୃଷ୍ଣାନନ୍ଦପୁର ଠାରେ ଥିବା ହାଜି ସେଖ ସମିରୁଦ୍ଦିନ୍ ହାଇସ୍କୁଲ ର ୧୯୮୧ …

Leave a Reply

Your email address will not be published. Required fields are marked *