Tuesday , August 20 2019
Breaking News
Home / ଶିକ୍ଷା / କମାଗୁରୁ କଲେଜ ଜାତୀୟ ସେବା ଯୋଜନା ପକ୍ଷରୁ ସ୍ୱତନ୍ତ୍ର ଶିବିର ଉଦଘାଟିତ

କମାଗୁରୁ କଲେଜ ଜାତୀୟ ସେବା ଯୋଜନା ପକ୍ଷରୁ ସ୍ୱତନ୍ତ୍ର ଶିବିର ଉଦଘାଟିତ

ନିରାକାରପୁର, ୧୩/୦୭/୨୦୧୯ (ଓଡ଼ିଶା ସମାଚାର)-ଖୋର୍ଦ୍ଧା ଜିଲ୍ଲା କମାଗୁରୁ ରାମଚନ୍ଦ୍ର କଳ୍ପନା ଉଚ୍ଚ ମାଧ୍ୟମିକ ହାଇସ୍କୁଲ ଜାତୀୟ ସେବା ଯୋଜନା ପକ୍ଷରୁ ଏକ ୭ ଦିନିଆ ସ୍ୱତନ୍ତ୍ର ଶିବିର ଉଦଘାଟନୀ ଉସôବ କମାଗୁରୁରେ ହୋଇଯାଇଅଛି । ଉଦଘାଟନୀ ସଭା ଅଧ୍ୟକ୍ଷ ସୁଧାଂଶୁ ଶେଖର ମହାନ୍ତି ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ଅତିଥିଭାବେ ପୂର୍ବତନ ସମିତିସଭ୍ୟ ଗଣେଶ ପାଲାଟାସିଂହ, ଅଧ୍ୟାପକ ଶ୍ୟାମସୁନ୍ଦର ପଟ୍ଟନାୟକ ଓ ହିମାଂଶୁ ଭୂଷଣ ଚମ୍ପତିରାୟ ପ୍ରମୁଖ ଯୋଗଦେଇ ସେବା ହିଁ ପରମ ଧର୍ମ । ସେବା ଦ୍ୱାରା ଈଶ୍ୱରଙ୍କ ନିକଟତର ହେବା ସମ୍ଭବ । ଛାତ୍ରଛାତ୍ରୀ ସବୁବେଳେ ସେବା ମନୋବୃତି ନେଇ ଶୃଖଂଳାର ସହ କାର୍ଯ୍ୟ କରିଲେ ସବୁ କାର୍ଯ୍ୟରେ ସଫଳ ହେବ । ସମାୟନୁବର୍ତିତା,ଶୃଖଂଳାଜ୍ଞାନ ଓ ପରୋପକାର ପାଇଁ ଜାତୀୟ ସେବା ଯୋଜନା କାର୍ଯ୍ୟକ୍ରମ ଛାତ୍ରଛାତ୍ରୀଙ୍କୁ ମାର୍ଗଦର୍ଶନ କରାଇଥାଏ ବୋଲି ମତବ୍ୟକ୍ତ କରିଥିଲେ । ଏହି ୭ ଦିନିଆ ଶିବିରରେ ଅନୁଷ୍ଠିତ ହେବାକୁ ଥିବା ବିଭିନ୍ନ କାର୍ଯ୍ୟକ୍ରମ ସପଂର୍କରେ ଶିବିରାର୍ଥୀମାନଙ୍କୁ ପ୍ରୋଗ୍ରାମ ଅଫିସର ଜମ୍ବେଶ୍ୱର ଜୁଝାରସିଂହ ସୂଚନା ଦେବା ସହ ଧନ୍ୟବାଦ ଅର୍ପଣ କରିଥିଲେ । ଓଡ଼ିଶା ସମାଚାର

About admin

Check Also

ଶୈଳେନ୍ଦ୍ର ନାରାୟଣ ମହାବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ଧାରଣା – ଅଧ୍ୟକ୍ଷଙ୍କ ବଦଳି ଓ ସାଏନଡାଏ ପ୍ରତ୍ୟାହାର ଦାବି

ରାଜକନିକା,୧୮/୦୮/୨୦୧୯(ଓଡ଼ିଶା ସମାଚାର)- କେନ୍ଦ୍ରାପଡ଼ା ଜିଲା ରାଜକନିକା ବ୍ଲକସ୍ଥିତ ଶୈଳେନ୍ଦ୍ର ନାରାୟଣ ମହାବିଦ୍ୟାଳୟରେ ଗତ ୧୦ ତାରିଖଠାରୁ ସାଏନଏ ଡ଼ାଏ ଘୋଷଣା …

Leave a Reply

Your email address will not be published. Required fields are marked *