Friday , October 18 2019
Breaking News
Home / ବିଶେଷ / କବୟିତ୍ରୀ ଅମୂଲ୍ୟବାଳା ସମ୍ବର୍ଦ୍ଧିତ

କବୟିତ୍ରୀ ଅମୂଲ୍ୟବାଳା ସମ୍ବର୍ଦ୍ଧିତ

ବାଙ୍କୀ, ୧୨/୦୭/୨୦୧୯ (ଓଡ଼ିଶା ସମାଚାର)- ବାଙ୍କୀ ଚର୍ଚ୍ଚିକାସାହି ତଥା ଚର୍ଚ୍ଚିକା ନୋଡାଲ ପ୍ରାଥମିକ ବିଦ୍ୟାଳୟର ଶିକ୍ଷୟିତ୍ରୀ ଅମୂଲ୍ୟବାଳା ପଟ୍ଟନାୟକ ନିଜର ସ୍ୱରଚିତ କବିତା ଓ ସୁଲଳିତ ସଙ୍ଗୀତ ପରିବେଷଣ ପାଇଁ କଟକଠାରେ ଆୟୋଜିତ ଏକ ଉତ୍ସବରେ ସମ୍ବର୍ଦ୍ଧିତ ହେବା ସହ ମାନପତ୍ର ଓ ଉପଢୌକନ ଗ୍ରହଣ କରିଛନ୍ତି । କଳ୍ପନା ସାହିତ୍ୟ ସାଂସ୍କୃତିକ ଓ ସାମାଜିକ ସଂସଦପକ୍ଷରୁ ୧୪ତମ ସାଂସ୍କୃତିକ ସମାରୋହରେ ଶ୍ରୀରାମଚନ୍ଦ୍ର ଭବନଠାରେ ଆୟୋଜିତ ଉତ୍ସବରେ ତାଙ୍କୁ ସୁସାହିତ୍ୟିକା ସମ୍ମାନ-୨୦୧୯ରେ ବିମଣ୍ଡିତ କରାଯାଇଛି । ଅନୁଷ୍ଠାନର ସଭାପତି ପ୍ରଫେସର ବୈଷ୍ଣବଚରଣ ସାମଲଙ୍କ ସଭାପତିତ୍ୱରେ ମୁଖ୍ୟଅତିଥି ତଥା ଉଦ୍ଘାଟକ ଭାବେ ପ୍ରଫେସର ଉଦୟନାଥ ସାହୁ, ମୁଖ୍ୟବକ୍ତା ଡାକ୍ତର ଚିତରଞ୍ଜନ ପଣ୍ଡା, ସମ୍ମାନିତ ଅତିଥି ଧନଞ୍ଜୟ ସ୍ୱାଇଁ ଓ ଡାକ୍ତର ପ୍ରସନ୍ନକୁମାର ରାଠୋର ପ୍ରମୁଖ ଉପସ୍ଥିତ ଥିଲେ । ମୁଖ୍ୟ ସମତପାଦକ ମନୋଜମଞ୍ଜରୀ ଦେଓ ଓ ସମ୍ପାଦକ ଗୋପାଳ ଜେନା ପ୍ରମୁଖ ସମ୍ବର୍ଦ୍ଧନା ଉତ୍ସବକୁ ସଂଚାଳନ କରିଥିବା ପ୍ରତିଭାଧାରୀ ସୂଚନା ପ୍ରଦାନ କରିଛନ୍ତି । ଓଡ଼ିଶା ସମାଚାର

About admin

Check Also

ପ୍ରାଣଦେଇପୁର କ୍ଷୁଦ୍ର ଜଳ ପ୍ରକଳ୍ପ ଡ୍ୟାମ୍ ନିର୍ମାଣ କାର୍ଯ୍ୟ ସଂପୂର୍ଣ୍ଣ ହେଉ

ପୋଲସରା, ୧୮/୧୦/୨୦୧୯(ଓଡ଼ିଶା ସମାଚାର)- ଗଂଜାମ ଜିଲ୍ଲା ପୋଲସରା ବ୍ଳକ ହାତୀଓଟ ପଂଚାୟତର ପ୍ରାଣଦେଇପୁର ଠାରେ ବହୁବର୍ଷ ଧରି ଏହି ଅଂଚଳର …

Leave a Reply

Your email address will not be published. Required fields are marked *