Friday , February 28 2020
Breaking News
Home / ବିଶେଷ / କପିଲେଶ୍ୱର ଧାମ ମମିଆଁ ରେ ଶିବରାତ୍ରି ଜାଗର ମେଲାର ପ୍ରସ୍ତୁତି

କପିଲେଶ୍ୱର ଧାମ ମମିଆଁ ରେ ଶିବରାତ୍ରି ଜାଗର ମେଲାର ପ୍ରସ୍ତୁତି

ସିନ୍ଧେକେଲା ୨୫/୦୧/୨୦୨୦(ଓଡ଼ିଶା ସମାଚାର)- ବେଙ୍ଗାମୁଣ୍ଡା ବ୍ଲକ ସିନ୍ଧେକେଲା ଥାନା ଅନ୍ତର୍ଗତ ଝଲପ ପଂଚାୟତର ମମିଆଁ ଗ୍ରାମସ୍ଥିତ କପିଲେଶ୍ୱର ଧାମରେ ମହାଦେବଙ୍କ ମହାଶିବରାତ୍ରି ଜାଗର ମେଲା ପାଇଁ ଏକ ପ୍ରସ୍ତୁତି ବୈ÷ଠକ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଅଛି  । ମେଲା କମିଟି ସଭାପତି ଭିକାରୀ ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈ÷ଠକରେ ବିଶେଷ ଅତିଥି ଭାବରେ ମନ୍ଦିର ଉଦ୍ୟୋକ୍ତା ରାମବିଲାସ ମଙ୍ଗରାଜ ଓ କନକଲତା ମଙ୍ଗରାଜ ଯୋଗଦେଇ ପ୍ରତି ବର୍ଷ ଭଲି ଚଲିତ ବର୍ଷ ମଧ୍ୟ ତିନିଦିନ ଧରି ଜାଗର ମେଲା , ଅଷ୍ଟପ୍ରହର ନାମଯଜ୍ଞ ଆୟୋଜନ ସହ ଦର୍ଶକଙ୍କ ମନୋରଞ୍ଜନ ସକାଶେ ବିଭିନ୍ନ ପ୍ରକାର ସାଂସ୍କୃତିକ କାର୍ଯ୍ୟକ୍ରମ ବାହାକ , ସଂଚାର , ପାଲା ଆଦି ଆୟୋଜନ କରାଯିବା କୁ ବୈ÷ଠକରେ ନିଷ୍ପି ନିଆଯାଇଥିଲା  । ଏହା ସହ ଏଥର ମନ୍ଦିର ଚର୍ତୁପାଶ୍ୱର୍ ଓ ଗାଁ ମୁଖ୍ୟ ରାସ୍ତା ଦୁଇ ପାଶ୍ୱର୍ରେ ଆଧୁନିକ ରଙ୍ଗିନ ଆଲୋକ ମାଲାରେ ସଜ୍ଜିତ କରାଯିବା ପାଇଁ ମଧ୍ୟ ନିର୍ଣ୍ଣୟ କରାଯାଇଥିଲା  । ବୈ÷ଠକରେ ଅନ୍ୟମାନଙ୍କ ମଧ୍ୟରେ କମିଟି ସଦସ୍ୟ ଜାନକୀ ତାଣ୍ଡି , ହେମନ୍ତ ସେଲମା , ଦଶରଥ ବେହେରା ପ୍ରମୁଖଙ୍କ ସମେତ ଗ୍ରାମର ଶତାଧିକ ମହିଲା ସାମିଲ ହୋଇଥିଲେ  । ଓଡ଼ିଶା ସମାଚାର

About admin

Check Also

ମାର୍ଚ୍ଚ ପହିଲାରୁ ଗାଡ଼ି ଯାଞ୍ଚ କଡ଼ାକଡ଼ି ହେବ

ଭୁବନେଶ୍ୱର ,୨୮/୦୨/୨୦୨୦ (ଓଡ଼ିଶା ସମାଚାର)- ଲୋକଙ୍କୁ ଯଥେଷ୍ଟ ସମୟ ଦିଆଯାଇଛି, ଆଉ ବହୁ ସଂଖ୍ୟାରେ ଲୋକେ ଇତିମଧ୍ୟରେ ନିଜ ଗାଡ଼ିର …

Leave a Reply

Your email address will not be published. Required fields are marked *