Sunday , December 8 2019
Home / ବିଶେଷ / କଟକ ଷ୍ଟେସନରୁ ନାବାଳିକା ଉଦ୍ଧାର

କଟକ ଷ୍ଟେସନରୁ ନାବାଳିକା ଉଦ୍ଧାର

କଟକ, ୧୬/୦୭/୨୦୧୯ (ଓଡ଼ିଶା ସମାଚାର / ଦେବାଶିଷ ରଥ)-ରେଳବାଇ ସୁରକ୍ଷା ବଳ ଷ୍ଟେସନରୁ ଜଣେ ନାବାଳିକାକୁ ଉଦ୍ଧାର କରିଛି । ସୋମବାର ଉଦ୍ଧାର ସମ୍ପୃକ୍ତ ନାବାଳିକାକୁ ବସୁନ୍ଧରାରେ ଥଇଥାନ କରାଯାଇଛି ବୋଲି ଆରପିଏଫ ଥାନାଧିକାରୀ ସୂଚନା ଦେଇଛନ୍ତି । କଟକ ଷ୍ଟେସନରେ ଏସ୍ଆଇ ଆର ସି ବିଶ୍ୱାଳ କାର୍ଯ୍ୟରତ ଥିବାବେଳେ ଜଣେ ୧୭ ବର୍ଷର ଜଣେ ନାବାଳିକା ଏକାକୀ ଅସହାୟ ଭାବେ ଏକ୍ସପ୍ରେସରେ ଆସୁଥିବା ସୂଚନା ପାଇଥିଲେ । ଏସ୍ଆଇ ଶ୍ରୀ ବିଶ୍ୱାଳ ଅନ୍ୟ ଆରପିଏଫ୍ କର୍ମଚାରୀଙ୍କ ସହ ଏକ୍ସପ୍ରେସର ବଗିକୁ ଯାଂଚ କରି ନାବାଳିକାକୁ ଉଦ୍ଧାର କରିଥିଲେ । ଘରୋଇ କଳି ଯୋଗୁଁ ସେ ଘରୁ ରାଗି କରି ଆସିଥିବା ଏସ୍ଆଇ ଜାଣିବାକୁ ପାଇଥିଲେ । ତାଙ୍କ ଘର କଟକ ଜିଲ୍ଲା ତିଗିରିଆ ଥାନାଂଚଳର ବୋଲି ଜଣାପଡ଼ିଥିଲା । ତାଙ୍କ ବାପା ଏବେ ବାରିପଦା ଭଗରାରୋଡରେ ରହୁଛନ୍ତି । ଘରୋଇ କଳିରୁ ରାଗି ସେ ଟ୍ରେନରେ ଆସି କଟକରେ ପହଂଚିଥିଲେ । ଉଦ୍ଧାର ପରେ ତାଙ୍କ ପରିବାର ସହିତ ଆରପିଏଫ ପୁଲିସ ଫୋନରେ ଯୋଗାଯୋଗ କରିଥିଲା । ଓଡ଼ିଶା ସମାଚାର

About admin

Check Also

ଜିଲ୍ଲା ଖାଉଟିବିବାଦ ପ୍ରତିକାର ମଂଚ ଦ୍ୱାରା ବରୋଦା ବ୍ୟାଙ୍କ ଦଣ୍ଡିତ

ଜଗତସିଂହପୁର,୦୭/୧୨/୨୦୧୯(ଓଡ଼ିଶା ସମାଚାର / ଲିଲନପ୍ରଭା ପାଢ଼ୀ)-ଶୁକ୍ରବାର ଜଗତସିଂଗପୁର ଜିଲ୍ଲା ଖାଉଟି ବିବାଦ ପ୍ରତିକାର ମଂଚ ଜାକିର ହୁସେନ୍ ନାମଙ୍କ ଜଣେ …

Leave a Reply

Your email address will not be published. Required fields are marked *