Wednesday , November 20 2019
Breaking News
Home / ଶିକ୍ଷା / କଟକ ଜିଲ୍ଲା ଶିକ୍ଷାଅଧିକାରୀଙ୍କ କାର୍ଯ୍ୟାଳୟରୁ ଆସିଥିବା ଚିଠିରେ ତୃଟି ଯୋଗୁ  କନିଷ୍ଠ କିରାଣୀ ବଦଳି ହୋଇ ପାରୁନାହାନ୍ତି

କଟକ ଜିଲ୍ଲା ଶିକ୍ଷାଅଧିକାରୀଙ୍କ କାର୍ଯ୍ୟାଳୟରୁ ଆସିଥିବା ଚିଠିରେ ତୃଟି ଯୋଗୁ  କନିଷ୍ଠ କିରାଣୀ ବଦଳି ହୋଇ ପାରୁନାହାନ୍ତି

ସାଲେପୁର,୧୬/୧୦/୨୦୧୯ (ଓଡ଼ିଶା ସମାଚାର/ ଅଭୟ ଜେନା ): ସାଲେପୁର ଶିକ୍ଷାମଣ୍ଡଳ ଅଧିନ ଛାଣିପୁର ଉଚ୍ଚ ବିଦ୍ୟାଳୟରେ କାର୍ଯ୍ୟରତ କନିଷ୍ଠ କିରାଣୀଙ୍କ ବଦଳି ଆଦେଶରେ ତୃଟି ଥିବା ଯୋଗୁ ତାହା ୨୬.୦୯.୨୦୧୯ ରୁ ହୋଇଥିବା ବଦଳି ଆଦେଶ ୨୦ଦିନ ହେଲା କାର୍ଯ୍ୟକାରୀ ହୋଇନଥିବା ଜଣାପଡ଼ିଛି । ଛାଣିପୁର ହାଇସ୍କୁଲରେ କନିଷ୍ଠ କିରାଣୀ ଭାବେ ଅରୁଣ କୁମାର ପରିଡ଼ା କାର୍ଯ୍ୟକରୁଛନ୍ତି । ଶ୍ରୀ ପରିଡ଼ା ବିଭିନ୍ନ ଦୁର୍ନିତୀ ମୂଳକ କାର୍ଯ୍ୟରେ ସଂପୃକ୍ତ ଥିବା ନେଇ ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇଥିଲା । କଟକ ଜିଲ୍ଲା ଶିକ୍ଷାଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଘଟଣା ବିଷୟରେ  ତଦନ୍ତ ହୋଇଥିଲା । କଟକ ଶିକ୍ଷାଜିଲ୍ଲା  ଅଫିସ୍ ଅର୍ଡ଼ର ନଂ ୧୮୧୩୦ ତା.୨୬.୦୯.୨୦୧୯ରେ ଛାଣିପୁର ହାଇସ୍କୁଲର କନିଷ୍ଠ କିରାଣୀ ଶ୍ରୀ ପରିଡ଼ାଙ୍କୁ ସାଲେପୁର ହାଇସ୍କୁଲକୁ ବଦଳି କରିଥିଲେ । ତେବେ ସେହି ବଦଳି ଆଦେଶରେ ଅରୁଣ କୁମାର ପରିଡ଼ାଙ୍କ ସ୍ଥାନରେ ଟÿାଇଟେଲ ବଦଳ ହୋଇ ଦାସ ଲେଖା ଯାଇଥିବାରୁ ବଦଳି ଆଦେଶ କାର୍ଯ୍ୟକାରୀ ହୋଇ ନଥିବା ଜଣାପଡ଼ିଛି । ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ସ୍ୱାକ୍ଷର ଥିବା ବଦଳି ଚିଠିରେ ଏଭଳି ଭୁଲ ଥିବା ନେଇ ସାଧାରଣରେ ବିଭିନ୍ନ ଚର୍ଚ୍ଚା ହୋଇଛି । ଏଭଳି ଭୁଲ ଯାନ୍ତ୍ରୀକ ତୃଟି ଯୋଗୁ ହୋଇଛି ନା ଜାଣିଶୁଣି ଭୁଲ କରାଯାଇଛି । ତାହା ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ହୋଇଛି । ମୁଖ୍ୟମନ୍ତ୍ରୀଙ୍କ ୫ଟି ଯୋଜନାକୁ ଏଠାରେ ସଂପୂର୍ଣ୍ଣ ଅଣଦେଖା କରାଯାଇଛି ବୋଲି କୁହାଯାଉଛି । ଗଣଶିକ୍ଷା ବିଭାଗ ପକ୍ଷରୁ ଘଟଣାର ବିଧିବଦ୍ଧ ତଦନ୍ତ କରାଯିବାକୁ ଦାବି ହୋଇଛି । ଓଡ଼ିଶା ସମାଚାର

About admin

Check Also

ଜିଲ୍ଲାପାଳଙ୍କ ତରାପୁର ଜାଗୁଳେଇ ବିଦ୍ୟାପୀଠ ପରିଦର୍ଶନ

କେନ୍ଦ୍ରାପଡ.୧୮/୧୧/୨୦୧୯(ଓଡ଼ିଶା ସମାଚାର)- ଜିଲ୍ଲାପାଳ ସମର୍ଥ ବର୍ମା କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଚକ୍ରୋଡା ଗ୍ରାମପଂଚାୟତର ତରାପୁରସ୍ଥିତ ଜାଗୁଳେଇ ବିଦ୍ୟାପୀଠକୁ ପରିଦର୍ଶନ କରି …

Leave a Reply

Your email address will not be published. Required fields are marked *