Friday , February 28 2020
Breaking News
Home / ବିଶେଷ / କଟକ ଏସସିବି ପୁନର୍ବିନ୍ୟାସ ଥଇଥାନ ପ୍ୟାକେଜ୍ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

କଟକ ଏସସିବି ପୁନର୍ବିନ୍ୟାସ ଥଇଥାନ ପ୍ୟାକେଜ୍ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର ,୨୬/୦୧/୨୦୨୦ (ଓଡ଼ିଶା ସମାଚାର)- କଟକର ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ୍ କଲେଜ୍ ଓ ହସ୍ପିଟାଲ୍ ପୁନର୍ବିନ୍ୟାସ କାର୍ଯ୍ୟକ୍ରମରେ କ୍ଷତିଗ୍ରସ୍ତଙ୍କ ପାଇଁ ଥଇଥାନ ଓ ସହାୟତା ପ୍ୟାକେଜ୍ କୁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଶନିବାର ଅନୁମୋଦନ କରିଛନ୍ତି ।ରାଜ୍ୟର ପ୍ରମୁଖ ଚିକିତ୍ସାସେବା ଅନୁଷ୍ଠାନ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ୍ କଲେଜ୍ ଓ ହସ୍ପିଟାଲର ପୁନର୍ବିନ୍ୟାସ କରି ଏହାକୁ ଏକ ଅତ୍ୟାଧୁନିକ ଚିକିତ୍ସା ସେବାପ୍ରତିଷ୍ଠାନ ଭାବରେ ବିକଶିତ କରିବାପାଇଁ ରାଜ୍ୟ ସରକାର ନିଷ୍ପତି ନେଇଥିଲେ । ତଦନୁଯାୟୀ ଏହାର ସଂପ୍ରସାରଣ କରି ଏହାକୁ ସମସ୍ତ ଅତ୍ୟାଧୁନିକ ଚିକିତ୍ସା ଓ ଗବେଷଣା ସୁବିଧା ସହିତ ୩୦୦୦ ଶଯ୍ୟା ବିଶିଷ୍ଟଚିକିତ୍ସା ପ୍ରତିଷ୍ଠାନ ଭାବରେ ଗଢିବାର କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି । ଏହି ଯୋଜନାରେ କ୍ଷତିଗ୍ରସ୍ତ ହେଉଥିବା ଲୋକମାନଙ୍କ ପାଇଁ ସହାୟତା ଓ ଥଇଥାନ ପ୍ୟାକେଜକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ କ୍ରମେ ଘୋଷଣା କରାଯାଇଛି । ଏହି ପ୍ୟାକେଜରେ ସ୍ଥାୟୀ ବାସଗୃହ, ଅନଧିକୃତ ଭାବରେ ନିର୍ମିତ ବାସଗୃହ, ମାଛ ମାର୍କେଟ କମ୍ପେ୍ଲକ୍ସ,ସ୍ଥାୟୀ ଦୋକାନ ଘର, ଅନଧିକୃତଭାବରେ ନିର୍ମିତ ଦୋକାନଗୃହ, ଉଠାଦୋକାନୀ, ଧାର୍ମିକ ଅନୁଷ୍ଠାନ, କ୍ଲବ୍ ଓ ଗୁହାଳ ଆଦିକୁ ଅନ୍ତର୍ଭୁକ୍ତ କରାଯାଇଛି । ଏସସିବି ପୁଃନବିନ୍ୟାସହେତୁ ପ୍ରଭାବିତ ହେବାକୁ ଥିବାଲୋକଙ୍କ ପାଇଁ ଥଇଥାନ ଓ କ୍ଷତିପୂରଣ ବାବଦରେ ପ୍ରତି ପରିବାରକୁ ପରିବହନ ଖର୍ଚ୍ଚ , ଜରୁରୀ ବ୍ୟବସ୍ଥା ପାଇଁ ୧ ଲକ୍ଷଟଙ୍କା ଦିଆଯିବ । ଦୁଇଟି କିସ୍ତିରେ ପ୍ରତିପରିବାରକୁ ମିଳିବ ୧ଲକ୍ଷ ଲେଖାଏଁ ସହାୟତା ମିଳିବ । ଅନଧିକୃତ ଦୋକାନଗୃହ ପାଇଁ ଏକକାଳୀନ ୩୦ ହଜାରଟଙ୍କା , ଉଠା ଦୋକାନୀଙ୍କୁ ଏକକାଳୀନ୨୦ ହଜାର ଟଙ୍କା ସହାୟତା ଧାର୍ମିକଅନୁଷ୍ଠାନ ଓ କ୍ଲବ ପାଇଁ ୧ଲକ୍ଷ ଟଙ୍କାଲେଖାଏଁ , ଗାଈ ଗୁହାଳ ସ୍ଥାନାନ୍ତର ପାଇଁଏକକାଳୀନ ୨୦ ହଜାର , ସରକାରୀ କ୍ୱାଟର୍ସ ଖାଲି କରୁଥିବା କର୍ମଚାରୀଙ୍କୁମିଳିବ ସହାୟତା । ନୂଆ କ୍ୱାଟର୍ସ ମିଳିବା ଯାଏଁ ଘର ଭଡା ସହ ସ୍ୱତନ୍ତ୍ରସହାୟତା ପ୍ରଦାନ କରାଯିବ । ଚତୁର୍ଥଶ୍ରେଣୀ କର୍ମଚାରୀଙ୍କ ପାଇଁ ୫ହଜାରଟଙ୍କା , ତୃତୀୟ ଶ୍ରେଣୀ କର୍ମଚାରୀଙ୍କୁ୭୫୦୦ , ଦ୍ୱିତୀୟ ଶ୍ରେଣୀକର୍ମଚାରୀଙ୍କୁ ୧୦ ହଜାର ଓ ପ୍ରଥମଶ୍ରେଣୀ କର୍ମଚାରୀଙ୍କୁ ୧୨ ହଜାର୫୦୦ ଟଙ୍କା ପ୍ରଦାନ କରାଯିବ । ଏହାବ୍ୟତୀତ ଅନୁଷ୍ଠାନ ପାଇଁ ଘର ଭଡାବ୍ୟବସ୍ଥା ଲାଗି ଆରଡିସିଙ୍କ ନେତୃତ୍ୱରେଗଠିତ କମିଟି ବଜାର ଦର ଅନୁଯାୟୀଗ୍ରହଣ କରାଯିବ । ପ୍ରତି ପରିବାରକୁପରିବହନ ଖର୍ଚ୍ଚ ଏବଂ ଜରୁରୀ ବ୍ୟବସ୍ଥାପାଇଁ ଏକ ଲକ୍ଷ ଟଙ୍କା ସହାୟତାଯୋଗାଇ ଦିଆଯିବ । ଅନଧିକୃତ ବାସଗୃହ ପାଇଁ କ୍ଷତିଗ୍ରସ୍ତ ପରିବାରକୁ ଏକକାଳୀନ ସହାୟତା ଭାବରେ ୫୦ହଜାର ଟଙ୍କା ପ୍ରଦାନ କରାଯିବ । କଟକମହାନଗର ନିଗମ ଓ ଜିଲ୍ଲା ପ୍ରଶାସନଦ୍ୱାରା ସ୍ଥିରୀକୃତ ଅଂଚଳରେ ପ୍ରତିପରିବାର ପାଇଁ ୧୫ ଇନଟୁ ୧୫ ପ୍ଲଟ୍‌ରେ ଅସ୍ଥାୟୀ ଭାବରେ ନିଜ ଖର୍ଚ୍ଚରେଗୃହ ନିର୍ମାଣ ପାଇଁ ଲାଇସେନ୍ସଦିଆଯିବ । ମହାନଗର ନିଗମ ଦ୍ୱାରାସେହି ଅଂଚଳରେ ମୌଳିକ ସୁବିଧାସୁଯୋଗ ଯୋଗାଇ ଦିଆଯିବ । ଏହାବ୍ୟତୀତ ଅସ୍ଥାୟୀ ଆବାସସ୍ଥଳୀରେ ଆଶ୍ରୟ ନେଇଥିବା ଲୋକମାନଙ୍କୁ ୮ଦିନ ପର୍ଯ୍ୟନ୍ତ ଖାଦ୍ୟ ଯୋଗାଇଦିଆଯିବ । ସେହିପରି ମହାନଗର ନିଗମରେ ରେଜେଷ୍ଟ୍ରିଭୁକ୍ତ ହୋଇଥିବା ଦୋକାନୀମାନଙ୍କୁ ଓ ମାଛ ବ୍ୟବସାୟୀମାନଙ୍କୁ ଏକକାଳୀନ ଏକଲକ୍ଷ ଟଙ୍କା ସହାୟତା ରାଶି ଯୋଗାଇଦିଆଯିବ । ସେମାନଙ୍କୁ ସିଏସିସିକ୍ୟୁରିଟି ଡିପୋଜିଟ୍ ଫେରାଇବା ସହଭେଣ୍ଡିଂ ଜୋନ୍ ରେ ସ୍ଥାନ ଯୋଗାଇଦିଆଯିବ । ଏହି ଥଇଥାନ ଓ ପୁନର୍ବାସନୀତି କଟକ ଜିଳ୍ଲାପାଳଙ୍କ ଦ୍ୱାରାକାର୍ଯ୍ୟକାରୀ କରାଯିବ । ଏହି ପ୍ରକଳ୍ପପାଇଁ ଜମି ଓ ସମ୍ପତି ଅଧିଗ୍ରହଣ ଆଲୋଚନା ଭିତିରେ କରାଯିବସେଥିପାଇଁ କେନ୍ଦ୍ରାଂଚଳ ଆରଡିସିଙ୍କଅନୁମୋଦନ କ୍ରମେ କଟକ ଜିଲ୍ଲାପାଳ ଆବଶ୍ୟକସ୍ଥଳେ ସହାୟତାରେ ବୃଦ୍ଧି ବାପରିବର୍ତନ ସମ୍ପର୍କରେ ନିଷ୍ପତିନେଇପାରିବେ । ଥଇଥାନ ପୁନର୍ବାସପ୍ୟାକେଜ୍ କାର୍ଯ୍ୟକାରୀ କରିବାପାଇଁକଟକ ଜିଲ୍ଲାପାଳଙ୍କୁ ରାଜ୍ୟ ସରକାରପାଣ୍ଠି ଯୋଗାଇ ଦେବେ । ଓଡ଼ିଶା ସମାଚାର

About admin

Check Also

ମାର୍ଚ୍ଚ ପହିଲାରୁ ଗାଡ଼ି ଯାଞ୍ଚ କଡ଼ାକଡ଼ି ହେବ

ଭୁବନେଶ୍ୱର ,୨୮/୦୨/୨୦୨୦ (ଓଡ଼ିଶା ସମାଚାର)- ଲୋକଙ୍କୁ ଯଥେଷ୍ଟ ସମୟ ଦିଆଯାଇଛି, ଆଉ ବହୁ ସଂଖ୍ୟାରେ ଲୋକେ ଇତିମଧ୍ୟରେ ନିଜ ଗାଡ଼ିର …

Leave a Reply

Your email address will not be published. Required fields are marked *