Monday , December 9 2019
Home / ତାଜା ଖବର / କଂଟାସାହି ଗ୍ରାମରେ ଘର ପୋଡ଼ି ଲକ୍ଷାଧିକ ଟଙ୍କାର ସମ୍ପତିି ନଷ୍ଟ

କଂଟାସାହି ଗ୍ରାମରେ ଘର ପୋଡ଼ି ଲକ୍ଷାଧିକ ଟଙ୍କାର ସମ୍ପତିି ନଷ୍ଟ

ସାଲେପୁର,୧୬/୧୧/୨୦୧୯(ଓଡ଼ିଶା ସମାଚାର/ ଅଭୟ ଜେନା)- ସ୍ଥାନୀୟ ସପନପୁର ଗ୍ରାମର କଂଟାସାହିଠାରେ ଶନିବାରଦିନ ରାତିରେ ଅଗ୍ନିକାଣ୍ଡ ଘଟି ଲକ୍ଷାଧିକ ଟଙ୍କାର ସମ୍ପତିି ନଷ୍ଟ ହୋଇଯାଇଛି । କଂଟାସାହିର ପ୍ରଶାନ୍ତ କୁମାର କାଣ୍ଡିଙ୍କ ଘରେ ରାତିରେ ରୋଷେଇ ଚାଲିଥିଲାବେଳେ ହଠାତ୍ ଉପରକୁ ନିଆଁ ଉଠିଯିବାରୁ ଚାଳଘର ସଂପୂର୍ଣ୍ଣ ପୋଡ଼ିଯାଇଥିଲା । ଘର ଭିତରେ ଥିବା ଟିଭି ସମେତ ଅନ୍ୟାନ୍ୟ ଆସବାବପତ୍ର ପୋଡ଼ି ଧ୍ୱଂସ ହୋଇଯାଇଛି । ସାଲେପୁର ଦମକଳ ବିଭାଗର ୨ଟି ଗାଡ଼ି ଯାଇ ନିଆଁକୁ ଆୟତ କରିଥିଲା । ଏହି ପରିବାରକୁ ତୁରନ୍ତ ସରକାରୀ ସହାୟତା ଯୋଗାଇଦେବାକୁ ଯୁବନେତା ଶିଶିର କୁମାର ଦାଶ ଦାବି କରିଛନ୍ତି । ଓଡ଼ିଶା ସମାଚାର

About admin

Check Also

ଲକ୍ଷାଧିକ ଟଙ୍କାର ବ୍ରାଉନସୁଗାର ଜବତ ଜଣେ ଗିରଫ

ଜଗତସିଂହପୁର,୦୭/୧୨/୨୦୧୯(ଓଡ଼ିଶା ସମାଚାର / ଲିଲନପ୍ରଭା ପାଢ଼ୀ)-ଜଗତସିଂହପୁର ପୌରାଂଚଳରେ ଦିନକୁ ଦିନ ଚୋରା ନିଶାବେପାର ବଢି ଚାଲିଥିବା ବେଳେ ଆଜି ମାର୍କଣ୍ଡପୁର …

Leave a Reply

Your email address will not be published. Required fields are marked *