Tuesday , February 25 2020
Breaking News
Home / ନିର୍ବାଚନ / କଂଟାବାଞ୍ଜି ବିଧାନସଭା ନିର୍ବାଚନ ମାମଲା  – ବିଜେଡିର ଅଜୟ ଦାସଙ୍କୁ ୧ ହଜାର ଟଙ୍କା ଜୋରିମାନା

କଂଟାବାଞ୍ଜି ବିଧାନସଭା ନିର୍ବାଚନ ମାମଲା  – ବିଜେଡିର ଅଜୟ ଦାସଙ୍କୁ ୧ ହଜାର ଟଙ୍କା ଜୋରିମାନା

କଟକ, ୦୯/୦୨/୨୦୨୦ (ଓଡ଼ିଶା ସମାଚାର)- କଂଟାବାଞ୍ଜି  ନିର୍ବାଚନ  ଭୋଟ  ଗଣତିରେ  ଅନିୟମିତତା ହୋଇଥିବା ଦର୍ଶାଇ ଏହାକୁ ଅସିଦ୍ଧ ଘୋଷଣା କରିବାକୁ ହାଇକୋର୍ଟରେ ରୁଜୁ ମାମଲାର ଶୁଣାଣି ହୋଇଛି । ଏହି ମାମଲାରେ ବିଜୁ ଜନତାଦଳର ପରାଜିତ ପ୍ରାର୍ଥୀ ଅଜୟ ଦାସଙ୍କ ପକ୍ଷରୁ  ବାରମ୍ବାର  ଜବାବ  ଦାଖଲ  କରିବାକୁ  ମହଲତ  ଆବେଦନ  କରିବା  ପ୍ରସଙ୍ଗରେ ହାଇକୋର୍ଟର ବିଚାରପତି ବିଶ୍ୱଜିତ୍ ମହାନ୍ତି ତାଙ୍କୁ ୧ ହଜାର ଟଙ୍କା ଜୋରିମାନା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏଥିସହିତ ଅଦାଲତ ତାଙ୍କୁ ୧ ସପ୍ତାହାର ମହଲତ ଦେଇଛନ୍ତି । ନିକଟରେ  ବିଜୁ  ଜନତାଦଳର  ପରାଜିତ  ପ୍ରାର୍ଥୀ  ଅଜୟ  ଦାସଙ୍କ  ପକ୍ଷରୁ  ହୋଇଥିବା ଆବେଦନକୁ ଖାରଜ କରିବାକୁ  କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା ହାଇକୋର୍ଟରେଏକ ପିଟିସନ୍ ଦାଖଲ କରିିଛନ୍ତି । ଶ୍ରୀ ସାଲୁଜା ତାଙ୍କ ଆବେଦନରେ ଏହା ନିର୍ବାଚନୀ ମାମଲାନୁହେଁ ବୋଲି ଦର୍ଶାଇ ଖାରଜ ପାଇଁ ପ୍ରାର୍ଥନା କରିଛନ୍ତି । ତେବେ ପୂର୍ବରୁ ଅଜୟ ଦାସଙ୍କ ଆବେଦନର ଶୁଣାଣି କରି ହାଇକୋର୍ଟ ବିଧାୟକ ଶ୍ରୀ  ସାଲୁଜାଙ୍କୁ ନୋଟିସ୍ ଜାରି କରିଥିଲୋ କଣ୍ଟାବାଞ୍ଝି ବିଧାନସଭା ନିର୍ବାଚନରେ ୧ ଲକ୍ଷ ୮୨ ହଜାର ୪୧୧ ଖଣ୍ଡ ଭୋଟ୍ ପୁଲିଂ ହୋଇଥିଲାବେଳେ ଭୋଟ୍ ଗଣନା ଦିନ ଇଭିଏମ୍‌ରୁ ୧ ଲକ୍ଷ ୯୧ ହଜାର ୦୭୭ ଖଣ୍ଡଭୋଟ୍ ବାହାରିଛି । ଭୋଟ୍ ପୁଲିଂ ଏବଂ ଭୋଟ୍ ଗଣତି ପରେ ଯେଉଁ ଭୋଟ୍ ପରିସଂଖ୍ୟାନ ଆସିଛି ଏଥିରେ ପ୍ରାୟ ୯ ହଜାର ଭୋଟ୍‌ର ବ୍ୟବଧାନ ରହିଛି । ଏଭଳି ତ୍ରୁଟପୂର୍ଣ୍ଣ କାର୍ଯ୍ୟପାଇଁ ବିଧାନସଭା ଫଳାଫଳ ଯାହା ହେବାର ଥିଲା ତାହା ପଲଟି ଯାଇଛି ବୋଲି ଅଭିଯୋଗକରି ଆବେଦନକାରୀ ଶ୍ରୀ ଦାସ ଏବଂ ଅନ୍ୟମାନେ ଏହି ମାମଲା ରୁଜୁ କରିଥିଲେ । ଏଣୁଭୋଟ ଗଣତିରେ ଅନିୟମିତତା ହୋଇଥିବାରୁ କଂଗ୍ରେସର  ସନ୍ତୋଷ  ସିଂ ସାଲୁଜାଙ୍କ ନିର୍ବାଚନକୁ ଅସିଦ୍ଧ ଘୋଷଣା କରିବାକୁ ପ୍ରାର୍ଥନା କରିଥିଲେ । ବିଧାୟକ ସାଲୁଜାଙ୍କ ପକ୍ଷରୁ ହାଇକୋର୍ଟରେ ଏହି ମାମଲାକୁ ଆଇନଜୀବୀ ତରଣୀକାନ୍ତ ବିଶ୍ୱାଳ ପରିଚାଳନା କରୁଛନ୍ତି । ଓଡ଼ିଶା ସମାଚାର

About admin

Check Also

ପୁରାତନ ବିଦ୍ୟାର୍ଥୀ ପରିଷଦ ଗଠନ , ହୀରକ ଜୟନ୍ତୀ ପାଳନ, ମୋ ସ୍କୁଲ କମିଟି ଗଠନ କରାଯାଇ ବିଦ୍ୟାଳୟର ବିକାଶ ଓ ମହିଳା ମହାବିଦ୍ୟାଳୟ ପ୍ରତିଷ୍ଠା ପାଇଁ ଅଂଟା ଭିଡ଼ିଲେ ପ୍ରାକ୍ତନ ବିଦ୍ୟାର୍ଥୀ

ତାରପୁର, ୨୪/୦୨/୨୦୨୦ (ଓଡ଼ିଶା ସମାଚାର)-ତିର୍ତୋଲ ବ୍ଲକ୍ ଅନ୍ତର୍ଗତ କୃଷ୍ଣାନନ୍ଦପୁର ଠାରେ ଥିବା ହାଜି ସେଖ ସମିରୁଦ୍ଦିନ୍ ହାଇସ୍କୁଲ ର ୧୯୮୧ …

Leave a Reply

Your email address will not be published. Required fields are marked *