Saturday , November 16 2019
Breaking News
Home / ବିଶେଷ / କଂଚା ପରିବା କିଲୋ ସତୁରୀ ଅଶି , ପିଆଜ ଷାଠିଏ ଆଳୁ ପଚିଶି – ହାଣ୍ଡିଶାଳକୁ ମହଙ୍ଗା ମାଡ଼

କଂଚା ପରିବା କିଲୋ ସତୁରୀ ଅଶି , ପିଆଜ ଷାଠିଏ ଆଳୁ ପଚିଶି – ହାଣ୍ଡିଶାଳକୁ ମହଙ୍ଗା ମାଡ଼

ସାଲେପୁର ୦୮/୧୧/୨୦୧୯(ଓଡ଼ିଶା ସମାଚାର / ଅଭୟ ଜେନା): ଧର୍ମମାସ କାର୍ତିକରେ ଶାକାହାରିଙ୍କ ସଂଖ୍ୟା ବୃଦ୍ଧି ପାଇଥିବା ଓ ଗତ ଦୁଇ ସପ୍ତାହ ତଳେ ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁ ପରିବା ଫସଲର ବ୍ୟାପକ କ୍ଷତି ଘଟିଥିବାରୁ ଏବେ କଂଚା ପରିବା ଦର ଆକାଶଛୁଆଁ ହୋଇଛି । ଗତ ସପ୍ତାହରେ ଯେଉଁ କଂଚା ପରିବା କିଲୋ ପଚାଶ ଷାଠିଏ ଟଙ୍କା ଥିଲା ଆଜି ସାଲେପୁର ହାଟରେ ସେହି ପରିବା କିଲୋ ସତୁରୀ ଅଶି ହୋଇଛି । ଫଳରେ ପରିବା ତରକାରୀ ଖାଇବା ସାଧାରଣ ପକ୍ଷେ ଅସମ୍ଭବ ହୋଇପଡ଼ିଛି । କଂଚା ପରିବା ସାଙ୍ଗକୁ ତାଳ ଦେଇ ଆଳୁ ପିଆଜ ଦାମ୍ ମଧ୍ୟ ଆଶାତିତ ଭାବେ ବଢ଼ିବାରେ ଲାଗିଛି । ସାଲେପୁର ହାଟ ବଜାରରେ ଆଳୁ କିଲୋ ଚବିଶି ପଚିଶି ଟଙ୍କାରେ ବିକ୍ରୀ ହେଉଥିବା ବେଳେ ପିଆଜ କିଲୋ ଷାଠିଏ ଟଙ୍କାରେ ପହଂଚିିଛି । ସେହିପରି ପୋଟଳ ଅଶି ଟଙ୍କା , ଝୁଡ଼ଙ୍ଗ ଅଶି ଟଙ୍କା, ବିନ୍ ଶହେ ଟଙ୍କା, କଲରା ଅଶି ଟଙ୍କା, ବାଇଗଣ ଷାଠିଏ ଟଙ୍କା, ବିଲାତି ଷାଠିଏ ଟଙ୍କା, କାଙ୍କଡ଼ ଅଶି ରୁ ଶହେ କୋଟିଏ ଟଙ୍କା , ଫୁଲକୋବି ଗୋଟା ପ୍ରତି ପଚାଶ ରୁ ଷାଠିଏ ଟଙ୍କା, ବନ୍ଧା କୋବି ପଚାଶ ଟଙ୍କା, କଂଚା କଦଳୀ ଗୋଟା ପନ୍ଦର ଟଙ୍କା, ଓଉ ଗୋଟା ଦଶ ଟଙ୍କା, ଶାଗ ବିଡ଼ା ପନ୍ଦର ଟଙ୍କା, କଂଚାଲଙ୍କା କିଲୋ ଦୁଇଶହ ଟଙ୍କାରେ ବିକ୍ରୀ ହେଉଥିବା ଦେଖିବାକୁ ମିଳିଛି । ଶ୍ରମିକ ଶ୍ରେଣୀ ଓ ନିମ୍ନ ମଧ୍ୟବି ପାଇଁ ପରିବା କିଣି ଖାଇବା ଅସମ୍ଭବ ହୋଇପଡ଼ିଥିବା ବେଳେ ପାଖାଳ କଂସା ପାଖକୁ ପିଆଜ ମଧ୍ୟ ଆସିପାରୁ ନାହିଁ । ଦିନମଜୁରୀଆ ଖଟିଖିଆ ଲୋକମାନେ ପଖାଳ କଂସା ପାଖରେ ପିଆଜ ଓ କଂଚା ଲଙ୍କାକୁ ତରକାରୀ ଭାବେ ଗ୍ରହଣ କରିଥାନ୍ତି । ବର୍ତମାନ ସେମାନଙ୍କ ପକ୍ଷେ ପିଆଜ ଓ କଂଚାଲଙ୍କା କିଣିବା ସମ୍ଭବ ହେଉନାହିଁ । ଆଗକୁ ଆଳୁ ପିଆଜ ଦାମ୍ ଆହୁରୀ ବଢ଼ିବ ବୋଲି ବ୍ୟବସାୟୀଙ୍କ ଠାରୁ ଶୁଣିବାକୁ ମିଳୁଛି । ଅପରପକ୍ଷେ ଆଳୁ ପିଆଜ କଂଚା ପରିବା ଦାମ୍ ବଢ଼ିଲା ପରେ ହୋଟେଲ ଓ ଜଳଖିଆ ଦୋକାନରେ ମଧ୍ୟ ଖାଦ୍ୟଦାମ୍ ବଢ଼ିବା ଆରମ୍ଭ ହୋଇଛି । ଏହି ଚଢ଼ା ଦର  ଉପରେ ପ୍ରଶାସନ ପକ୍ଷରୁ ଯଦି ରୋକ୍ ନଲାଗେ ତେବେ ଆଗାମୀ ଦିନରେ ଖାଲି ଭାତ ଓ ଖାଲି ରୁଟି ଖାଇବାକୁ ଲୋକ ବାଧ୍ୟ ହେବେ ବୋଲି ଆଶଙ୍କା ଦେଖାଦେଇଛି । ଓଡ଼ିଶା ସମାଚାର

About admin

Check Also

କେନ୍ଦ୍ରାପଡା ବାଲିଯାତ୍ରାରେ ମନମୋହିଲା ଭାଇଚାରାର ସମ୍ପର୍କ

କେନ୍ଦ୍ରାପଡା ୧୫/୧୧/୨୦୧୯(ଓଡ଼ିଶା ସମାଚାର)-କେନ୍ଦ୍ରାପଡା ବାଲିଯାତ୍ରା ମହୋତ୍ସବ ୨୦୧୯ର ତୃତୀୟ ସନ୍ଧ୍ୟାରେ ମନମୋହିଲା ଭାଇଚାରାର ସମ୍ପର୍କ । ଜାତି,ଧର୍ମ,ବର୍ଣ୍ଣ ନିର୍ବିଶେଷରେ ଏକାଠିହେଲେ …

Leave a Reply

Your email address will not be published. Required fields are marked *