Monday , December 16 2019
Breaking News
Home / ରାଜନୀତି / କଂଗ୍ରେସକୁ ସୁଦୃଢ଼ କରିବେ କ୍ୟାଡର

କଂଗ୍ରେସକୁ ସୁଦୃଢ଼ କରିବେ କ୍ୟାଡର

ଭୁବନେଶ୍ୱର ,୨୮/୧୧/୨୦୧୯(ଓଡ଼ିଶା ସମାଚାର)- ତୃଣମୂଳ ସ୍ତରରେ କଂଗ୍ରେସ ସଂଗଠନକୁ ସୁଦୃଢ଼ କରିବା ପାଇଁ ୩୩ଟି କଂଗ୍ରେସ ସାଂଗଠନିକ ଜିଲ୍ଲାରୁ କ୍ୟାଡର ସୃଷ୍ଟି କରିବା ପାଇଁ କଂଗ୍ରେସ ଭବନ ଠାରେ ଦୁଇଦିନିଆ ଚୟନ ପ୍ରକି୍ରୟା ଅନୁଷ୍ଠିତ ହୋଇଥିଲା । ଏହି ଉପଲକ୍ଷେ ନିଖିଳ ଭାରତ କଂଗ୍ରେସ ପ୍ରଶିକ୍ଷଣ ଇନଚାର୍ଜ ସଚିନ୍ ରାଓ ଏକ ଦୁଇ ଦିନିଆ ଓଡିଶା ଗସ୍ତରେ ଆସି କଂଗ୍ରେସ ଭବନ ଠାରେ ପହଂଚିଥିଲେ । ଏହି ଅବସରରେ ଓଡିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ନିରଞ୍ଜନ ପଟ୍ଟନାୟକ ବିଭିନ୍ନ ଜିଲ୍ଲାରୁ ଆସିଥିବା ସକ୍ରୀୟ କର୍ମୀଙ୍କୁ ଉଦବୋଧନ ଦେଇ କହିଲେ ଯେ ସମସ୍ତେ ନିଷ୍ଠାର ସହ କାର୍ଯ୍ୟ କଲେ କଂଗ୍ରେସ ଦଳ ସୁଦୃଢ଼ ÿ ହୋଇପାରିବ । ମହାମାô ଗାନ୍ଧଙ୍କି ନୀତି, ଆଦର୍ଶକୁ ପାଥେୟ କରି ଆମେ ସମସ୍ତ ମତାନ୍ତରକୁ ଭୁଲି ଏକତା ସୂତ୍ରରେ ବାନ୍ଧି ହୋଇ କାର୍ଯ୍ୟ କରିବାକୁ ଆହ୍ୱାନ ଦେଇଥିଲେ । ସାଂପ୍ରତିକ ପରିସ୍ଥିତିରେ ଦେଶରେ ଘଟୁଥିବା ଘଟଣାବଳୀକୁ ଲୋକମାନେ ଯେଭଳି ପ୍ରକୃତ ସତ୍ୟ ଉପଲବଧି କରି ପାରିବେ ସେ ସଂପର୍କରେ ସମସ୍ତ କଂଗ୍ରେସ କର୍ମୀ ଲୋକମାନଙ୍କୁ ଅବଗତ କରାଇବାକୁ ସେ କହିଥିଲେ । ସଚିନ ରାଓ କହିଲେ ଯେ ପ୍ରଶିକ୍ଷଣ ମାଧ୍ୟମରେ ସମସ୍ତେ କାର୍ଯ୍ୟ କଲେ, କାର୍ଯ୍ୟ କରିବାର ପ୍ରେରଣା ପାଇପାରିବେ ଓ ଏହାକୁ ନିଖିଳ ଭାରତ କଂଗ୍ରେସ କମିଟି ଗୁରୁତ୍ୱ ପ୍ରଦାନ କରିଅଛନ୍ତି । ପରେ ଶ୍ରୀ ରାଓ ବିଭିନ୍ନ ଜିଲ୍ଲାରୁ ଆସିଥିବା ସକ୍ରୀୟ ନେତୃବୃନ୍ଦଙ୍କ ସହ ଜଣ ଜଣ କରି ସଂଗଠନ ବିଷୟରେ ଆଲୋଚନା କରି ତଥ୍ୟ ସଂଗ୍ରହ କରିଥିଲେ । ଏହି ବୈଠକକୁ ଓଡିଶା ପ୍ରଦେଶ କଂଗ୍ରେସ ପ୍ରଶିକ୍ଷଣ ଇନଚାର୍ଜ ଶୁଭେନ୍ଦୁ ମହାନ୍ତି ପରିଚାଳନା କରିଥିଲେ । ଏହି କାର୍ଯ୍ୟକ୍ରମରେ ସୁରେଶ କୁମାର ରାଉତରାୟ, ଜାନକୀ ବଲ୍ଲଭ ପଟ୍ଟନାୟକ ଉପସ୍ଥିତ ଥିଲେ ଓ ଦୀପକ କୁମାର ସାହୁ, ସତ୍ୟସ୍ମିତ ମହାନ୍ତି, ବିଜୟାନନ୍ଦ ଚାଉଳିଆ ସହଯୋଗ କରିଥିଲେ । ଓଡ଼ିଶା ସମାଚାର

About admin

Check Also

ସୂଚନା ଅଧିକାର କର୍ମୀଙ୍କୁ ଗୁଳିକରି ହତ୍ୟା ଘଟଣା : ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ ଦାବିରେ କଂଗ୍ରେସ ପକ୍ଷରୁ ରାସ୍ତା ଅବରୋଧ

କନ୍ଧମାଳ,୧୦/୧୨/୨୦୧୯(ଓଡ଼ିଶା ସମାଚାର)- ୨ ଜଣ ଦୁର୍ବୃତ ମୁହଁରେ ମୁଖା ପିନ୍ଧି ମୋଟର ସାଇକେଲ ରେ ଆସି ବାଲିଗୁଡ଼ା ଥାନା ଅନ୍ତର୍ଗତ …

Leave a Reply

Your email address will not be published. Required fields are marked *