Sunday , December 8 2019
Home / ରାଜନୀତି / ‘ଔଷଧ ବିକଳରେ ତାଟିଆ କାମୁଡ଼ୁଛି ବିଜେପି’

‘ଔଷଧ ବିକଳରେ ତାଟିଆ କାମୁଡ଼ୁଛି ବିଜେପି’

ନବରଙ୍ଗପୁର, ୧୫/୦୭/୨୦୧୯ (ଓଡ଼ିଶା ସମାଚାର)- ଜିଲ୍ଲା ବିଜେଡି ପାର୍ଟି ଅଫିସ୍ ପରିସରରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲା ବିଜେଡି ସଭାପତି ପ୍ରହଲ୍ଲାଦ ତି୍ରପାଠୀ ବିଜେପିକୁ ତୀବ୍ର ସମାଲୋଚନା କରିବାସହ ବିଜେପି ନେତା ଔଷଧ ବିକଳରେ ତାଟିଆ କାମୁଡ଼ୁଛନ୍ତି ବୋଲି କହିଥିଲେ । ଗତ ୧୧ତାରିଖରେ ବିଜେପି ପକ୍ଷରୁ ଜିଲ୍ଲାରେ ସମସ୍ୟା ସମାଧାନ ନକଲେ ଆନେ୍ଦାଳନ କରିବ ବୋଲି ଦେଇଥିବା ଚେତାବନୀର ଦୃଢ଼ ଜବାବ୍ ଦେଇଛି ବିଜେଡି । ଓଡ଼ିଶା ସରକାର ଜୟପୁର-ନବରଙ୍ଗପୁର ଓ ଜୟପୁରମାଲକାନ ଗିରି ରେଳପଥ ପାଇଁ ସମ୍ପୂର୍ଣ୍ଣ ମାଗଣାରେ ଜମି ଯୋଗାଇଦେବା ସହ ଜମି ଅଧିଗ୍ରହଣ କାର୍ଯ୍ୟାଳୟ ମଧ୍ୟ ଖୋଲିଛନ୍ତି । ବଜେଟରେ ମଧ୍ୟ ୫୦କୋଟି ଟଙ୍କା ରଖିଛନ୍ତି । ଦେଶର ପ୍ରଥମ ରାଜ୍ୟ ଭାବେ ଓଡ଼ିଶା ସରକାର ରେଳପଥ ପାଇଁ ମାଗଣାରେ ଜମି ଯୋଗାଇ ଦେଉଛନ୍ତି । ପୂବର୍ତନ ସାଂସଦ ବଳଭଦ୍ର ମାଝୀ ଯେତେବେଳେ ବିଜେଡିର ସାଂସଦ ଥିଲେ ସେ ସର୍ବଦା ଦିଲ୍ଲୀରେ ରହି ଜିଲ୍ଲାର କୌଣସି ଉନ୍ନୟନ କାର୍ଯ୍ୟ କରିବା ତ ଦୂରର କଥା କର୍ମୀଙ୍କୁ ମଧ୍ୟ ଦେଖାଦେଲେ ନାହିଁ । ଏବେ ବିଜେପିକୁ ଯାଇ ଗତ ନିର୍ବାଚନରେ ୩ୟ ସ୍ଥାନରେ ରହି ଏଭଳି ଆକ୍ଷେପ କରିବା ଆଦୌ ଗ୍ରହଣୀୟ ନୁହେଁ ବୋଲି ଶ୍ରୀ ତ୍ରିପାଠୀ କହିଥିଲେ । ଜିଲ୍ଲାର ଶିକ୍ଷା ପାଇଁ ରାଜ୍ୟ ସରକାର ୧୦ଟି ବ୍ଲକରେ ଆଦର୍ଶ ବିଦ୍ୟାଳୟ, ୮ଟି ବ୍ଲକରେ +୨ କଲେଜ, ଅନ୍ୱେଷା ବିଦ୍ୟାଳୟ ଆଦି ଖୋଲିଛନ୍ତି । ବାଇପାସ ପାଇଁ ଜମି ଅଧିଗ୍ରହଣ କାମ ସରିଛି । ସମସ୍ତ ଜମିର ମୂଲ୍ୟ ଯୋଗାଇଦେବା ସହ ସମସ୍ତ ଜାଗଜପତ୍ର କେନ୍ଦ୍ର ସରକାରଙ୍କୁ ଯୋଗାଇ ଦିଆଯିବାସହ ଆବଶ୍ୟକ ପଦକ୍ଷେପ କେନ୍ଦ୍ର ସରକାର ନେଉନଥିବାରୁ ବିଜେଡି ପକ୍ଷରୁ କ୍ଷୋଭ ପ୍ରକାଶ କରାଯାଇଛି । ସ୍ୱାସ୍ଥ୍ୟକ୍ଷେତ୍ରରେ ସୁଧାର ଆଣିବା ପାଇଁ ଆବଶ୍ୟକ ସଂଖ୍ୟକ ଡ଼ାକ୍ତର ଯୋଗାଇଦେବାକୁ ରାଜ୍ୟ ସରକାର ପ୍ରଚେଷ୍ଟା କରୁଛନ୍ତି । ଉମରକୋଟଠାରେ ବ୍ଲଡ୍ ବ୍ୟାଙ୍କ ଖୋଲିବା ପାଇଁ ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ପ୍ରତାପ ଜେନା ସମସ୍ତ ପ୍ରକାରର କାର୍ଯ୍ୟ କରିବାସହ ଆବଶ୍ୟକ ପଦକ୍ଷେପ ନେବା ଦ୍ୱାରା ଆଉ ଅଳ୍ପଦିନ ମଧ୍ୟରେ କାର୍ଯ୍ୟସରିବ ବୋଲି ବିଜେଡି ପକ୍ଷରୁ କୁହାଯିବା ସହ ଉମରକୋଟ ସବ୍ଡିଭିଜନ ମାନ୍ୟତା ସରକାର ଘୋଷଣା କରିସାରିଛି । କେବଳ କାର୍ଯ୍ୟକାରୀ ହେବାକୁ ଯାଉଛି ବୋଲି କହିଥିଲେ । କୋଡ଼ିଙ୍ଗା ଥାନା ମୃତୁ୍ୟ ଘଟଣାରେ ତଦନ୍ତ ଚାଲିଛି, ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ନିଆଯିବ । ରାଜ୍ୟ ଆଇନଶୃଙ୍ଖଳା ଉପରେ କେନ୍ଦ୍ର ଗୃହମନ୍ତ୍ରୀ ସନ୍ତୋଷ ବ୍ୟକ୍ତ କରିଥିବାବେଳେ ସ୍ଥାନୀୟ ବିଜେପି ନେତା ଆଇନଶୃଙ୍ଖଳା ଉପରେ ଟିପ୍ପଣୀ ଦେବା ହାସ୍ୟାସ୍ପଦ ବୋଲି ବିଜେଡି ଜିଲ୍ଲା ସଂଯୋଜକ ପ୍ରମୋଦ ପାଢ଼ୀ କହିବାସହ ସମସ୍ତ କାର୍ଯ୍ୟକ୍ରମ ଅନଗୋଇଂ ପ୍ରୋସେସ୍ରେ ଅଛି ବୋଲି କହିଥିଲେ । ସମଗ୍ର ଜିଲ୍ଲାର ଉନ୍ନତି ପାଇଁ ରାଜ୍ୟ ସରକାର ଅହରହ ଚେଷ୍ଟା ଚଳାଇଥିବାବେଳେ ସରକାରଙ୍କୁ ସହଯୋଗ କରନ୍ତୁ ବୋଲି ଶ୍ରୀ ପାଢ଼ୀ କହିଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ବିଜେଡି ନଗର ସଭାପତି ପ୍ରମୋଦ ରଥ ଉପସ୍ଥିତ ଥିଲେ । ଓଡ଼ିଶା ସମାଚାର

About admin

Check Also

ସ୍ୱତନ୍ତ୍ର ଅଦାଲତରେ ତ୍ୱରିତ ବିଚାର ଓ ବଳାତ୍କାରୀଙ୍କୁ ଫାଶୀ ଦିଆଯାଉ : କଂଗ୍ରେସ

ଭୁବନେଶ୍ୱର ,୦୫/୧୨/୨୦୧୯(ଓଡ଼ିଶା ସମାଚାର)- ଐତିହାସିକ ସଂସ୍କୃତି ସମ୍ପନ୍ନ ପୁରୀ ସହରରେ ଜଣେ ଯୁବତୀକୁ କନେଷ୍ଟବଳ ଜିତେନ୍ଦ୍ର ସେଠୀ ଓ ତାର …

Leave a Reply

Your email address will not be published. Required fields are marked *