Tuesday , January 28 2020
Breaking News
Home / ବିଶେଷ / ଓଡ଼ିଶା ସରକାରଙ୍କ ପକ୍ଷରୁ ପରୀକ୍ଷାରେ ସ୍ୱଚ୍ଛତା ବଜାୟ ରଖିବା ପାଇଁ ନୂଆ ପ୍ରୟାସ

ଓଡ଼ିଶା ସରକାରଙ୍କ ପକ୍ଷରୁ ପରୀକ୍ଷାରେ ସ୍ୱଚ୍ଛତା ବଜାୟ ରଖିବା ପାଇଁ ନୂଆ ପ୍ରୟାସ

ଭୁବନେଶ୍ୱର ,୦୯/୧୨/୨୦୧୯(ଓଡ଼ିଶା ସମାଚାର)-ପରୀକ୍ଷାରେ ସ୍ୱଚ୍ଛତାକୁ ବଜାୟ ରଖିବା ପାଇଁ ଓଡ଼ିଶା ସରକାରଙ୍କ ପକ୍ଷରୁ ନୂତନ ପଦକ୍ଷେପ ଗ୍ରହଣ କରାଯାଇଛି । ପଲିଟେକନିକ୍ସ ପାଇଁ ଅନ୍ ଲାଇନ୍ ପ୍ରଶ୍ନପତ୍ର ବ୍ୟବସ୍ଥା କରାଯାଇଛି । ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୂଚନା ଦେଇଛନ୍ତି ଯେ, ଓଟିପି ଏବଂ ୱାଟରମାର୍କିର୍ଂ ଦ୍ୱାରା ପରୀକ୍ଷାକୁ ସ୍ୱଚ୍ଛ କରାଯାଇ ପାରିବ । ବେଙ୍ଗାଲୁରୁରେ କାର୍ଯ୍ୟ କରୁଥିବା ମେରିଟ୍ ଟ୍ରାକ୍ ସର୍ଭିସ୍ ପ୍ରା.ଲିଃ. ଅବାଧ ତଥା ସ୍ୱଚ୍ଛ ପରୀକ୍ଷା କରିବାରେ ଆବଶ୍ୟକ ସହାୟତା ଯୋଗାଇ ଦେବ । ଏହା ଦ୍ୱାରା ପ୍ରଶ୍ନପତ୍ର ଲିକ ର ଆଶଙ୍କା ଦୂର ହୋଇପାରିବ ।

ଏହି ଅବସରରେ ମଣିପାଲ ଏଜୁକେଶନ୍ ଏବଂ ମେଡିକାଲ୍ ଗ୍ରୁପ୍ ର ଗ୍ରୁପ୍ ସଭାପତି ସୁବ୍ରତ ମହାନ୍ତି କହିଲେ, ଓଡ଼ିଶା ସରକାର ଶିକ୍ଷା କ୍ଷେତ୍ରରେ ସ୍ୱଚ୍ଛତା ବଜାୟ ରଖିବା ପାଇଁ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରିଛନ୍ତି । ସେଥି ପାଇଁ ଅନ୍ ଲାଇନ୍ ରେ ପଲିଟେକନିକ୍ସ ଲାଗି ପ୍ରଶ୍ନପତ୍ରର ବ୍ୟବସ୍ଥା କରାଯାଇଛି । ମଣିପାଳ ଗ୍ରୁପ୍ ଏହିକ୍ଷେତ୍ରରେ ଓଡ଼ିଶା ରାଜ୍ୟ ସରକାରଙ୍କ ସହିତ ଅଂଶୀଦାର ଭାବେ କାର୍ଯ୍ୟ କରୁଛି । ବିକଶିତ ପରୀକ୍ଷା ପରିଚାଳନା, ବିଶ୍ୱ ବିଦ୍ୟାଳୟ ପରିଚାଳନା ଏବଂ ଲିକ୍ ପ୍ରୁଫ୍ ପ୍ରଣାଳୀ ସହାୟତାରେ ଇତିମଧ୍ୟରେ ୧୦ ଲକ୍ଷ ଶିକ୍ଷାର୍ଥୀଙ୍କୁ ଅନ୍ ଲାଇନ୍ରେ ପ୍ରଶ୍ନପତ୍ର ଉପଲବ୍ଧ କରାଯାଇ ପାରିଛି ।
ମେରିଟ୍ ଟ୍ରାକ୍ ସର୍ଭିସ୍ ପ୍ରା.ଲିଃ. ମଣିପାଳ ଗ୍ଲୋବାଲ ଏଜୁକେଶନ ସର୍ଭିସ୍ ର ଅଂଶବିଶେଷ । ଏହା ଜଷ୍ଟ-ଇନ୍-ଟାଇମ୍ ପ୍ରଶ୍ନପତ୍ର ଶିକ୍ଷାର୍ଥୀଙ୍କୁ ଯୋଗାଇ ଦେଇଥାଏ । ଫଳରେ ଲିକ୍ ହେବାର ଆଶଙ୍କା ରହି ନ ଥାଏ । ଏହି ଜ୍ଞାନକୌଶଳ ଓଡ଼ିଶାର ବିଭିନ୍ନ ବିଶ୍ୱବିଦ୍ୟାଳୟ ଏବଂ କଲେଜ ପାଇଁ ଉପଲବ୍ଧ କରାଯିବ । ପ୍ରତି ସେଟ୍ ପ୍ରଶ୍ନପତ୍ରରେ ଡାଉନଲୋଡ୍ କରୁଥିବା ଶିକ୍ଷାନୁଷ୍ଠାନର ୱାଟରମାର୍କ ରହିବ । ଏହା ଦ୍ୱାରା ଏଣିକି ପ୍ରଶ୍ନପତ୍ର ପରୀକ୍ଷା ପୂର୍ବରୁ ଷ୍ଟୋର କରି ରଖିବାର ଆବଶ୍ୟକତା ରହିବ ନାହିଁ । ଫଳରେ ସରକାରୀ ଖର୍ଚ୍ଚ କମିପାରିବ ।
ଏହି ଅବସରରେ ମେରିଟ୍ ଟ୍ରାକ୍ ସର୍ଭିସ୍ ପ୍ରା.ଲିଃ. ର ସିଇଓ ଆମ୍ବ୍ରିଶ୍ ସିହ୍ନା କହିଲେ, ସମ୍ପ୍ରତି ଶିକ୍ଷା କ୍ଷେତ୍ରରେ ବିକଶିତ ଜ୍ଞାନକୌଶଳ ଏବଂ ଡିଜିଟାଲ ପ୍ଲାଟଫର୍ମର ବହୁଳ ବ୍ୟବହାର ହେଉଛି । ଏହା ଶିକ୍ଷାକ୍ଷେତ୍ର ପାଇଁ ବେଶ୍ ଗୁରୁତ୍ୱପୂର୍ଣ୍ଣ ସାବ୍ୟସ୍ତ ହେବାରେ ଲାଗିଛି । ମେରିଟ୍ ଟ୍ରାକ୍ ସର୍ଭିସ୍ ପ୍ରା.ଲିଃ. ଓଡ଼ିଶା ସରକାରଙ୍କ ସହିତ ମିଳିତ ହୋଇ ଶିକ୍ଷା କ୍ଷେତ୍ରରେ ସ୍ୱଚ୍ଛତା ବଜାୟ ରଖିବାର ପ୍ରୟାସ କରୁଛି । ଏହା ଦ୍ୱାରା ପରୀକ୍ଷାରେ ପ୍ରଶ୍ନପତ୍ରର ସୁରକ୍ଷା ବୃଦ୍ଧି ସମ୍ଭବ ହୋଇ ପାରିବ ।
ସୂଚନାଯୋଗ୍ୟ, ମେରିଟ୍ ଟ୍ରାକ୍ ସର୍ଭିସ୍ ପ୍ରା.ଲିଃ. ଭାଟ୍ର ବୃହତ ପୁ୍ୟର-ପ୍ଲେ ଆସେସମେଂଟ୍ କମ୍ପାନୀ ଭାବେ କାର୍ଯ୍ୟ କରିଥାଏ । ଏହା ୪୦୦ରୁ ଅଧିକ କର୍ପୋରେଟ୍ ସେକ୍ଟରରେ ସଫଳତାର ସହିତ କାର୍ଯ୍ୟ ସମ୍ପାଦନ ଜାରି ରଖିଛି । ଏହା ୪୩ ନିୟୁତରୁ ଅଧିକ ଆସେସମେଂଟ୍ ଉପଲବ୍ଧ କରାଇଛି । ଏହା ସହିତ ମେରିଟ୍ ଟ୍ରାକ୍ ସର୍ଭିସ୍ ପ୍ରା.ଲିଃ. ସହାୟତାରେ ଲକ୍ଷଲକ୍ଷ ଗ୍ରାଜୁଏଟ୍ ନିଯୁକ୍ତି ପାଇ ପାରିଛନ୍ତି । ମେରିଟ୍ ଟ୍ରାକ୍ ସର୍ଭିସ୍ ପ୍ରା.ଲିଃ. ମଣିପାଳ ଗ୍ଲୋବାଲ ଏଜୁକେଶନ ସର୍ଭିସ୍ର ୧୦୦ ପ୍ରତିଶତ ଅଂଶବିଶେଷ । ଓଡ଼ିଶା ସମାଚାର

About admin

Check Also

  ମୀରାବାଇ କଳା ସଂସ୍କୃତି ମହାବିଦ୍ୟାଳୟ ତରଫରୁ ୭୧ ତମ ସାଧାରଣତନ୍ତ୍ର ଦିବସ ପାଳିତ

ଭୁବନ ୨୭/୦୧/୨୦୨୦ (ଓଡ଼ିଶା ସମାଚାର)- ଭୁବନ  ମୀରାବାଇ କଳା ସଂସ୍କୃତି ମହାବିଦ୍ୟାଳୟ ତରଫରୁ ୭୧ ତମ ସାଧାରଣତନ୍ତ୍ର ଦିବସ ମହାସମାରୋହରେ …

Leave a Reply

Your email address will not be published. Required fields are marked *