Monday , December 9 2019
Home / ବିଶେଷ / ଓଡ଼ିଶା ସଂସ୍କାର ମଂଚର ବାର୍ଷିକ ଅଧିବେଶନ

ଓଡ଼ିଶା ସଂସ୍କାର ମଂଚର ବାର୍ଷିକ ଅଧିବେଶନ

ଭୁବନେଶ୍ୱର,୨୦/୧୧/୨୦୧୯(ଓଡ଼ିଶା ସମାଚାର)- ଭୁବନେଶ୍ୱର ଜୟଦେବ ବିହାରସ୍ଥିତ ରାମେଶ୍ୱର ମନ୍ଦିର ପରିସରରେ ଓଡ଼ିଶା ସଂସ୍କାର ମଂଚର ବାର୍ଷିକ ଅଧିବେଶନ ମଂଚର ଖୋର୍ଦ୍ଧାଜିଲ୍ଲା ସଭାପତି ଶ୍ରୀ ରତ୍ନାକର ପାତ୍ରଙ୍କ ଅଧ୍ୟକ୍ଷତାରେ ନିରାଡ଼ମ୍ବର ଢଙ୍ଗରେ ପାଳିତ ହୋଇଯାଇଛି । ଉକ୍ତ ସଭାରେ ଆଲୋଚ୍ୟ ବିଷୟବସ୍ତୁ ଥିଲା ‘ଗୁଣେ ରୋଜଗାରକୁ ପାଂଚଗୁଣ ଖର୍ଚ୍ଚ’ । ଏଥିରେ ମୁଖ୍ୟ ଅତିଥି ଭାବେ କେନ୍ଦ୍ର ନୀତିଆୟୋଗର ସଦସ୍ୟ ତଥା ରାଜ୍ୟର ବିଶିଷ୍ଟ ସମାଜସେବୀ ଶ୍ରୀଯୁକ୍ତ ଜଗଦାନନ୍ଦ ଯୋଗ ଦେଇ ରାଜ୍ୟବାସୀ ନିରାଡ଼ମ୍ବର ଜୀବନଶୈଳୀ ଆପଣେଇବା ପାଇଁ ଆହ୍ୱାନ ଦେଇଥିଲେ । ଏହାଛଡ଼ା ଓଡ଼ିଶା ସଂସ୍କାର ମଂଚ ଏଭଳି ବ୍ୟକ୍ତିବିଶେଷଙ୍କୁ ସମ୍ବର୍ଦ୍ଧିତ କରି ସମାଜ ପାଇଁ ଆଦର୍ଶ ସୃଷ୍ଟି କରିବାକୁ ପରାମର୍ଶ ଦେଇଥିଲେ । ସମ୍ମାନିତ ଅତିଥି ଭାବରେ ଓଡ଼ିଶା ସଂସ୍କାର ମଂଚର ଉପଦେଷ୍ଟା ତଥା ଓଡ଼ିଶା କୃଷି ବିଶ୍ୱବିଦ୍ୟାଳୟର ଅବସରପ୍ରାପ୍ତ ପ୍ରଫେସର ଡଃ ଦାମୋଦର ପରିଡ଼ା ଯୋଗଦେଇ ବ୍ୟକ୍ତିବିଶେଷର ସାମାଜିକ କାର୍ଯ୍ୟକ୍ରମର ଅପବ୍ୟୟ ରୋକିବା ପାଇଁ ସରକାରୀ ଆଇନ୍ର ଆବଶ୍ୟକତା ଉପରେ ଗୁରୁତ୍ୱ ଦେଇଥିଲେ । ଓଡ଼ିଶା ସଂସ୍କାର ମଂଚର ସଭାପତି ଶ୍ରୀ ପର୍ଶୁରାମ ବିଶ୍ୱାଳ ଓଡ଼ିଶାରେ ପ୍ରଚଳିତ ଭୋଜି ବ୍ୟବସ୍ଥା ଉପରେ ଆଇନଗତ ସରକାରୀ କଟକଣା ପାଇଁ ସରକାରଙ୍କୁ ନିବେଦନ କରିଥିଲେ । ତଳସ୍ତରରେ ସ୍କ୍ୱାର୍ଡ଼ ଗଠନ କରି ଅପବ୍ୟୟ କରୁଥିବା ବିପିଏଲ୍ ଧାରୀ ବ୍ୟକ୍ତିବିଶେଷଙ୍କୁ ଚିହ୍ନଟ କରି ସେମାନଙ୍କର ରାସନକାର୍ଡ଼ କାଟି ଦେବା ସହିତ ବିପିଏଲ୍ ତାଲିକାରୁ ସେମାନଙ୍କୁ ବାଦ୍ ଦେବାକୁ ସରକାରଙ୍କୁ ଅନୁରୋଧ କରିଥିଲେ । ଏହା ବ୍ୟତୀତ ଭୋଜି ଭାତରେ ବହୁ ଅର୍ଥ ବ୍ୟୟ କରୁଥିବା ସ୍ୱଚ୍ଛଳ ବର୍ଗର ଲୋକମାନଙ୍କ ଘରେ ଆମୋଦ କର ଲାଗୁ କରାଯିବାର ଅବଶ୍ୟକତା ଅଛି ବୋଲି ମତବ୍ୟକ୍ତ କରିଥିଲେ । ଓଡ଼ିଶା ସଂସ୍କାର ମଂଚର ଢେଙ୍କାନାଳ ଜିଲ୍ଲା ସଭାପତି ଶ୍ରୀ ବାହାଦୁର ପାଟ୍ଟଶାଣୀ, ପ୍ରଧ୍ୟାପକ ଅଜୟ କୁମାର ମହାନ୍ତିି, ଡଃ ସର୍ବେଶ୍ୱର ଶତପଥୀଙ୍କ ସମେତ ବହୁ ଚିନ୍ତାଶୀଳ ବୁଦ୍ଧିଜୀବୀ ଉକ୍ତ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ସଭା ଶେଷରେ ଓଡ଼ିଶା ସଂସ୍କାର ମଂଚର ସମ୍ପାଦକ ପ୍ରଧ୍ୟାପକ ରାଜକିଶୋର ନାଥଶର୍ମା ମଂଚାସୀନ ଅତିଥିଙ୍କ ସମେତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଓଡ଼ିଶା ସମାଚାର

About admin

Check Also

ପୂର୍ବତନ ମନ୍ତ୍ରୀ ଭାଗବତ ପ୍ରସାଦ ମହାନ୍ତିଙ୍କୁ କେନ୍ଦ୍ରାପଡାରେ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି

କେନ୍ଦ୍ରାପଡା,୦୮/୧୨/୨୦୧୯(ଓଡ଼ିଶା ସମାଚାର)-ବିଚକ୍ଷଣ ବାଗ୍ମୀ, ବରିଷ୍ଠ ଆଇନଜୀବି,ପ୍ରଖ୍ୟାତ ରାଜନୀତିଜ୍ଞ,ରାଜ୍ୟ କଂଗ୍ରେସ ଦଳର ବରିଷ୍ଠ ନେତା ତଥା ପୂର୍ବତନ ରାଜସ୍ୱ, ଅବକାରୀ, ଉଚ୍ଚଶିକ୍ଷା, …

Leave a Reply

Your email address will not be published. Required fields are marked *