Monday , December 9 2019
Breaking News
Home / କ୍ରୀଡ଼ା / ଓଡ଼ିଶା ବଡ଼ି ବିଲ୍ଡ଼ିଙ୍ଗ ଆସୋସିଏସନର କାର୍ଯ୍ୟକାରିଣୀ କମିଟି ବୈଠକ

ଓଡ଼ିଶା ବଡ଼ି ବିଲ୍ଡ଼ିଙ୍ଗ ଆସୋସିଏସନର କାର୍ଯ୍ୟକାରିଣୀ କମିଟି ବୈଠକ

ଭୁବନେଶ୍ୱର,୨୮/୦୯/୨୦୧୯(ଓଡ଼ିଶା ସମାଚାର)-ଓଡ଼ିଶା ବଡ଼ି ବିଲ୍ଡ଼ିଙ୍ଗ ଆସୋସିଏସନର କାର୍ଯ୍ୟକାରିଣୀ କମିଟି ବୈଠକ ପୁରୁଣା ଭୁବନେଶ୍ୱରସ୍ଥିତ ବି.ଏମ୍.ସି. ଜିମ୍ ବଉଳଗଡ଼ି ସଭାଗୃହରେ ଓଡ଼ିଶା ବଡ଼ି ବିଲ୍ଡ଼ିଙ୍ଗ ଆସୋସିଏସନର କାର୍ଯ୍ୟନିର୍ବାହୀ ସଭାପତି ବାବୁଲି ଚରଣ ସ୍ୱାଇଁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ରାଜ୍ୟ ସୁନ୍ଦର ସ୍ୱାସ୍ଥ୍ୟ ସଂଘ ସହ ଅନୁବନ୍ଧିତ ପ୍ରତ୍ୟକ ଜିଲ୍ଲାର କାର୍ଯ୍ୟକାରିଣୀ ସଭ୍ୟମାନେ ଉପସ୍ଥିତ ଥିଲେ । ଆସନ୍ତା ୨୦୨୦ ମସିହା ସ୍ପୋର୍ଟସ କ୍ୟାଲେଣ୍ଡର ଅନୁଯାୟୀ ଅନୁଷ୍ଠିତ ହେବାକୁ ଥିବା ସିନିୟର ଷ୍ଟେଟ ବଡ଼ି ବିଲ୍ଡ଼ିଙ୍ଗ ଚମ୍ପିୟନସିପ ‘ମିଷ୍ଟର ଓଡ଼ିଶା-୨୦୨୦’ ୧୦ମ ଇଷ୍ଟର୍ଣ୍ଣ ଇଣ୍ଡିଆ ସୁନ୍ଦର ସ୍ୱାସ୍ଥ୍ୟ ପ୍ରତିଯୋଗିତା-୨୦୨୦, ଜାତୀୟ ସୁନ୍ଦର ସ୍ୱାସ୍ଥ୍ୟ ପ୍ରତଯୋଗିତା ‘ଫେଡ଼େରେସନ କପ୍-୨୦୨୦ ନିମନ୍ତେ ପୁଙ୍ଖାନୁପୁଙ୍ଖ ଆଲୋଚନା ହୋଇଥିଲା । ବିଶେଷକରି ୧୦ମ ଇଷ୍ଟର୍ଣ୍ଣ ଇଣ୍ଡିଆ ସୁନ୍ଦର ସ୍ୱାସ୍ଥ୍ୟ ପ୍ରତିଯୋଗିତା-୨୦୨୦ ଏବଂ ଜାତୀୟ ସୁନ୍ଦର ସ୍ୱାସ୍ଥ୍ୟ ପ୍ରତିଯୋଗିତା ‘ଫେଡ଼େରେସନ କପ୍-୨୦୨୦’ ଭୁବନେଶ୍ୱରରେ ଅନୁଷ୍ଠିତ ହେବା ନେଇ ସଭାରେ ସମସ୍ତ ସଭ୍ୟଙ୍କ ମତାମତକୁ ନେଇ ସ୍ଥିର ହୋଇଥିଲା । ଓଡ଼ିଶା ସମାଚାର

About admin

Check Also

ସେଂଟ ଜାଭିୟର୍ସ ପବ୍ଲିକ  ସ୍କୁଲରେ ବାର୍ଷିକ କ୍ରୀଡା ଉଦଘାଟିତ

ଭୁବନ,୦୬/୧୨/୨୦୧୯(ଓଡ଼ିଶା ସମାଚାର)-ଭୁବନ ସେଂଟ ଜାଭିୟର୍ସ ପବ୍ଲିକ ସ୍କୁଲରେ ତୃତୀୟ ବାର୍ଷିକ କ୍ରୀଡା ଆଜି ଉଦଘାଟିତ ହୋଇଯାଇଛି । ସ୍କୁଲ ର …

Leave a Reply

Your email address will not be published. Required fields are marked *