Thursday , November 14 2019
Breaking News
Home / ଶିକ୍ଷା / ଓଡ଼ିଶାର ଗର୍ବ ଓ ଗୌରବ ଶୁଭଶ୍ରୀ ମହାପାତ୍ର

ଓଡ଼ିଶାର ଗର୍ବ ଓ ଗୌରବ ଶୁଭଶ୍ରୀ ମହାପାତ୍ର

ଲଣ୍ଡନ ବିଜିନେସ୍ ସ୍କୁଲରେ ହେଲେ ଯୋଗ୍ୟ ବିବେଚିତ
ଭୁବନେଶ୍ୱର,୧୭/୧୦/୨୦୧୯ ( ଓଡ଼ିଶା ସମାଚାର)- ଓଡ଼ିଶାର ଗର୍ବ ଗୌରବ ଶୁଭଶ୍ରୀ ମହାପାତ୍ର ଲଣ୍ଡନ ବିଜିନେସ୍ ସ୍କୁଲରେ ଯୋଗ୍ୟ ବିବେଚିତ ହୋଇ କୃତୀତ୍ୱ ହାସଲ କରିଛନ୍ତି । ତୁଳସୀ ଦୁଇ ପତ୍ରରୁ ବାସିବା ପରି ସେ ପୋଖରୀପୁଟ୍ ଡିଏଭି ସ୍କୁଲରେ ସିବିଏସଇ ୧୦ମ ଶ୍ରେଣୀରେ ସ୍କୁଲରେ ପ୍ରଥମ ହେବା ସହ ଓଡ଼ିଶାରେ ୬ଷ୍ଠ ସ୍ଥାନ ହାସଲ କରିଥିଲେ । ସେ ଡିଏଭିରେ ଦ୍ୱାଦଶ ଶ୍ରେଣୀ ପାସ୍ କରି ଆଇଆଇଟି କରିଥିଲେ । ପରେ ସେ ଲଣ୍ଡନ ବିଜିନେସ୍ ସ୍କୁଲରେ(ଏମ୍ବିଏ) ପାଠପଡ଼ି କୃତୀତ୍ୱ ହାସଲ କରିଛନ୍ତି । ଅବସରପ୍ରାପ୍ତ ପ୍ରଶାସକ ଅଲେଖ ଚନ୍ଦ୍ର ମହାପାତ୍ରଙ୍କ ନାତୁଣୀ, ଭୁବନେଶ୍ୱର ଓକିଲ ସଂଘର ପୂର୍ବତନ ସଭାପତି ଓ ଭୁବନେଶ୍ୱର ନୋଟାରୀ ସଂଘ ସଭାପତି ତୁଷାରକାନ୍ତୀ ମହାପାତ୍ର ତଥା ବାଲିଅନନ୍ତା ବ୍ଲକ୍ ସେକ୍ସନ ଅଫିସର ସଚଳା ଦାଶଙ୍କ ଝିଅ ଶ୍ରୀଭଶ୍ରୀଙ୍କ ଏହି କୃତୀତ୍ୱ ପାଇଁ ଭୁବନେଶ୍ୱର ଓକିଲ ସଂଘ, ଓ ଡିଏଭି ସ୍କୁଲ ପୁରାତନ ଛାତ୍ରଛାତ୍ରୀ ତଥା ସ୍ଥାନୀୟ ଅଧିବାସୀ ଶୁଭଶ୍ରୀ ଓ ତାଙ୍କ ପରିବାରଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଓଡ଼ିଶା ସମାଚାର

About admin

Check Also

ଜିଲ୍ଲା ସ୍ତରୀୟ ଶିଶୁ ମହୋତ୍ସବ ସୁରଭି  ଅନୁଷ୍ଠିତ   

କେନ୍ଦ୍ରାପଡା,୧୧/୧୧/୨୦୧୯(ଓଡ଼ିଶା ସମାଚାର)-ଜିଲ୍ଲା ସ୍ତରୀୟ ଶିଶୁ ମହୋତ୍ସବ ସୁରଭି କାର୍ଯ୍ୟକ୍ରମ କେନ୍ଦ୍ରାପଡା ପୈାରସଂସ୍ଥା ଟାଉନହଲ ପରିସରରେ ସୋମବାର ପୂର୍ବାହ୍ନରେ ଅନୁଷ୍ଠିତ ହୋଇଯାଇଛି …

Leave a Reply

Your email address will not be published. Required fields are marked *