Friday , October 18 2019
Breaking News
Home / କୃଷି / ଓମଫେଡ଼ ପରିସରରେ ଦୁଗ୍ଧ ଚାଷୀଙ୍କ ବୈଠକ 

ଓମଫେଡ଼ ପରିସରରେ ଦୁଗ୍ଧ ଚାଷୀଙ୍କ ବୈଠକ 

ରଘୁନାଥପୁର,୧୮/୦୯/୨୦୧୯(ଓଡ଼ିଶା ସମାଚାର)- ଅଧିକ ମୂଲ୍ୟ ଦେଇ କ୍ଷୀର ହାତେଇ ଦେଊଛନ୍ତି ଘରୋଇ ଡ଼ାଏରୀ । ଦୀର୍ଘଦିନ ଧରି ଦୁଗ୍ଧ ଚାଷୀଙ୍କ ଭାତ ହାଣ୍ଡି ସାଜିଥିବା ଓମଫେଡ଼ ଅବସ୍ଥା ଏବେ ଦୁର୍ଦ୍ଧିନରେ । ସରକାର ଯଦି ଏଥିପ୍ରତି ବିଚାର ନକରନ୍ତି ତେବେ ଓମଫେଡ ସଂସ୍ଥା ଧୀରେ ଧୀରେ ବୁଡ଼ିଯିବ । ଫଳରେ ଏହା ଉପରେ ନିର୍ଭର କରି  ପରିବାର ପ୍ରିତି ପୋଷଣ କରୁଥିବା ଲକ୍ଷାଧିକ ଚାଷୀଙ୍କ ସମେତ କର୍ମଚାରୀଙ୍କ ଅବସ୍ଥା ଶୋଚନୀୟ ହୋଇ ପଡ଼ିବ । ରଘୁନାଥପୁର ବ୍ଲକ୍ ନୂଆପଡ଼ାସ୍ଥିତ  ଓମଫେଡ଼ ପ୍ଲାଂଟ ପରିଦର୍ଶନରେ ଆସିଥିବା ଦଗ୍ଧ ଚାଷୀ ମହାସଂଘର ଅଧ୍ୟକ୍ଷା ସରୋଜିନୀ ମିଶ୍ର ଓ କଟକ ଦୁଗ୍ଧ ସଂଘର ଜେନେରାଲ ମ୍ୟାନେଜର ଡ଼ ବିଦ୍ୟାଧର ସାହୁଙ୍କୁ ଭେଟି ପ୍ରସ୍ତାବ ରଖିଛନ୍ତି ଦୁଗ୍ଧ ଚାଷୀ ।  ବେଳ ଥାଉ ଥାଉ ସତର୍କ ହେବା ସହ  ଦୁଗ୍ଧ ମୂଲ୍ୟ ବୃଦ୍ଧି ପାଇଁ ଅଧିକାରୀଙ୍କ ଜରିଆରେ ସରକାରଙ୍କୁ ଅନୁରୋଧ କରିଛନ୍ତି ବହୁ ଚାଷୀ । ଅଧିକାରୀମାନେ ଚାଷୀଙ୍କ ଅଭିଯୋଗକୁ ବିଚାରକୁ ନେଇ ଦୁଗ୍ଧ ମୂଲ୍ୟ ବୃଦ୍ଧି ସମ୍ପର୍କରେ  ଗତ ୧୦ ତାରିଖରେ ମନ୍ତ୍ରୀ ଓ ସଚିବ ଙ୍କୁ ନେଇ ଏକ ଆଲୋଚନା ହୋଇଥିବା ବିଷୟ  ପ୍ରକାଶ କରିଥିଲେ ।  ପୂର୍ବରୁ ୨ଲକ୍ଷ ୫୦ ହଜାର ଲିଟର କ୍ଷୀର ଚାଷୀ ମାନଙ୍କ ପକ୍ଷରୁ  ସମିତି ଜରିଆରେ ସଂଗ୍ରହ କରାଯାଉଥିବାବେଳେ  ବର୍ତମାନ ଦୈନିକ  ୧ ଲକ୍ଷ ୬୫ ହଜାର ଲିଟର କ୍ଷୀର ସଂଗ୍ରହ କରାଯାଉଛି । ଯାହାକି ସଂସ୍ଥା ଚଳିବା ନେଇ ସମସୃା ଉପୁଜିଲାଣି ବୋଲି ଅଧ୍ୟକ୍ଷ ମିଶ୍ର ପ୍ରକାଶ କରିଥିଲେ । ବିଭିନ୍ନ ସମୟରେ ଚାଷୀମାନେ ପ୍ଲଂଟ ର ପରିଚାଳକ  ପ୍ରଦ୍ୟୁମ୍ନ କୁମାର ସ୍ୱାଇଁ ଙ୍କୁ ମଧ୍ୟ ଅଭିଯୋଗ କରିଛନ୍ତି ।  ଅନ୍ୟ ପକ୍ଷରେ ଗାଈ ଗୋରୁଙ୍କ ଠାରେ ଦେଖାଦେଉଥିବା ବିଭିନ୍ନ ରୋଗର ନିରାକରଣ ପାଇଁ ସରକାର ଅଧିକ ଔଷଧ ଯୋଗାଇ ଦେବା ପାଇଁ ଚାଷୀମାନେ ମତ ରଖିଥିଲେ ।  ସରକାର ଏଥିପ୍ରତି ସଚେତନ ନହୁଅନ୍ତି ତେବେ ଆଗାମୀ ଦିନରେ ସମସ୍ତ କ୍ଷୀର ପ୍ରାଇଭେଟ ଡ଼ାଏରୀ ହାତକୁ ଚାଲିଯିବ ବୋଲି ମତ ପ୍ରକାଶ ପାଇଛି ।  ଏହି ଆଲୋଚନାରେ  ଶାଖା ପରିଚାଳକ ଶ୍ରୀ ସ୍ୱାଇଁ, ପରିଚାଳନା ବୋର୍ଡ଼ ସଦସ୍ୟ ଶ୍ରୀକାନ୍ତ ଜେନା,ଦିଲିପ କୁମାର ଲେଙ୍କା, ଆର୍ତତ୍ରାଣ ପତି, ପୂର୍ବତନ ସଦସ୍ୟ ମନୋରଂଜନ ନାୟକ ପ୍ରମୁଖ ଉପସ୍ଥିତ ଥିଲେ । ଓଡ଼ିଶା ସମାଚାର

About admin

Check Also

ଜୈବିକ ଓ ସମନ୍ୱିତ କୃଷି ପ୍ରଶିକ୍ଷଣ ଶିବିର

ସାଲେପୁର , ୧୨/୧୦/୨୦୧୯ (ଓଡ଼ିଶା ସମାଚାର/ ଅଭୟ ଜେନା): ପତଞ୍ଜଳି ବାୟୋ ରିସର୍ଚ ଇନିଷ୍ଟିଚ୍ୟୁଟ୍ ଦ୍ୱାରା ରାଜ୍ୟ ସ୍ତରୀୟ ଜୈବିକ …

Leave a Reply

Your email address will not be published. Required fields are marked *