Friday , October 18 2019
Breaking News
Home / ବ୍ୟବସାୟ ବାଣିଜ୍ୟ / ଓପୋଲଫେଡର ନୂଆ ମାଂସ ଦୋକାନ ଉଦଘାଟିତ

ଓପୋଲଫେଡର ନୂଆ ମାଂସ ଦୋକାନ ଉଦଘାଟିତ

ଜୟପୁର, ୦୨/୧୦/୨୦୧୯ (ଓଡ଼ିଶା ସମାଚାର)-ଜୟପୁର ପ୍ରାଣୀ ଚିକିତ୍ସାଳୟ ପରିସରରେ ସରକାର ଏବଂ ଘରୋଇ ଭାଗିଦାରୀ ବା ପିପିପି ମୋଡରେ ଓଫୋଲଫେଡ ଚିକେନ ଫ୍ରେସକୁ ଉଦଘାଟନ କରାଯାଇଛି । ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତି ଏହାକୁ ଉଦଘାଟନ କରିଛନ୍ତି । ମହିଳା ଉଦ୍ୟୋଗୀ ସୟଦ ରେଶମାଙ୍କ ଦ୍ୱାରା ଖୋଲାଯାଇଥିବା ଏହି ଓପୋଲଫେଡ ଚିକେନ ଫ୍ରେସରେ ଦୈନିକ ଦୁଇ ହଜାର କୁକୁଡା ବୈଜ୍ଞାନିକ ପଦ୍ଧତିରେ ପ୍ରକ୍ରିୟାକରଣ କରାଯାଇପାରିବ । ଏହାଫଳରେ ସ୍ଥନୀୟ ଖାଉଟି ମାନେ ସ୍ୱଳ୍ପ ସମୟ ମଧ୍ୟରେ ରକ୍ତ ଛିଟା ବିହୀନ ସୁସ୍ୱାଦୁ, ସ୍ୱାସ୍ଥ୍ୟପ୍ରଦ, ତଟକା କୁକୁଡା ମାଂସ ଇତ୍ୟାଦି ସୁଲଭ ମୂଲ୍ୟରେ ପାଇ ପାରିବେ । ଏହା ସହ ଓପୋଲଫେଡ ପ୍ୟାକେଟ ଅଣ୍ଡା, ଦେଶୀ ତଥା ବନରାଜା କକୁଡା ମାଂସ ମଧ୍ୟ ଖାଉଟିଙ୍କ ପାଇଁ ଉପଲବ୍ଧ ହୋଇପାରିବ । ଚିକେନଫ୍ରେସରେ ବଜାର ଦର ଠାରୁ କମ ଦାମରେ ଖାଉଟିଙ୍କୁ ମାଂସ ଯୋଗାଇ ଦେବାର ବ୍ୟବସ୍ଥା କରାଯାଇଛି । ଏହି ଅବସରରେ ଓପୋଲଫେଡର କାର୍ଯ୍ୟକାରୀ ନିର୍ଦେଶକ ଡା ବଳରାମ ସାହୁ, ଉପ ନିର୍ଦ୍ଧେଶକ ଡା ଦିଗମ୍ବର ନାୟକ, ଜିଲା ମୁଖ୍ୟ ପ୍ରାଣୀ ଚିକିତ୍ସାଧିକାରୀ ଡା ସାରଙ୍ଗଧର ଶତପଥୀ, ମାର୍କେଟିଂ ମ୍ୟାନେଜର ତାରିଣୀ କୁମାର ସାହୁ ପ୍ରମୁଖ ଉପସ୍ଥିତ ଥିଲେ । ଓଡ଼ିଶା ସମାଚାର

About admin

Check Also

ଇ-ବାଇକ୍  ବିକ୍ରୟ କେନ୍ଦ୍ର ଉଦଘାଟିତ 

ଗରଦପୁର,୧୪/୧୦/୨୦୧୯ (ଓଡ଼ିଶା ସମାଚାର)-ଗରଦପୁର ବଜାରରେ ଏକ ଇ-ବାଇକ୍ ବିକ୍ରୟ କେନ୍ଦ୍ର ଆଜି ଉଦଘାଟିତ ହୋଇଯାଇଛି ।  ଏହି ଉତ୍ସବରେ ମୁଖ୍ୟ …

Leave a Reply

Your email address will not be published. Required fields are marked *