Monday , February 24 2020
Home / ଶିକ୍ଷା / ଓଡିଶା ଷ୍ଟେଟ୍ ବିଗ୍ରେଡ ସ୍କୁଲରେ ପୁରଷ୍କାର ବିତରଣ ଉତ୍ସବ

ଓଡିଶା ଷ୍ଟେଟ୍ ବିଗ୍ରେଡ ସ୍କୁଲରେ ପୁରଷ୍କାର ବିତରଣ ଉତ୍ସବ

ଗରଦପୁର, ୨୮/୦୧/୨୦୨୦ (ଓଡ଼ିଶା ସମାଚାର)- ଗରଦପୁର ବ୍ଳକ ଅନ୍ତର୍ଗତ ବେଡାରୀ ପଂଚାୟତର ପରକଣା ଠାରେ ଥିବା ଓଡିଶା ଷ୍ଟେଟ୍ ବିଗ୍ରେଡ ସ୍କୁଲରେ ପୁରଷ୍କାର ବିତରଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ବିଦ୍ୟାଳୟ ପରିସରରେ ଆୟୋଜିତ ଉତ୍ସବରେ ବିଦ୍ୟାଳୟର ପ୍ରତିଷ୍ଠାତା ସମ୍ପାଦକ ପ୍ରଦୀପ୍ କୁମାର ବେହେରାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ସମାଜସେବୀ ନରୋତମ ମିଶ୍ର ଉପସ୍ଥିତ ରହି ବିଦ୍ୟାଳୟର କୃତି ପ୍ରତିଯୋଗୀମାନଙ୍କୁ ପୁରଷ୍କୃତ କରିଥିଲେ । ସ୍ୱର୍ଣ୍ଣମ୍ ସୟନିକା ,ବିଶ୍ୱଜିତା ସାମଲ,ରିଆଶ୍ରୀ ଦାସ,ଶାରଦା ପ୍ରସାଦ ସାହୁ ପ୍ରମୁଖ ବିଦ୍ୟାଳୟର ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଲାଭ କରିଥିବା ଛାତ୍ର/ଛାତ୍ରୀ ମାନଙ୍କୁ ମାନପତ୍ର ,କପ୍ ପ୍ରଦାନ କରାଯାଇ ପୁରଷ୍କୃତ କରାଯାଇଥିଲା । ଏହି ଅବସରରେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ସନ୍ଧ୍ୟାରାଣୀ ପ୍ରଧାନ,ନିୟତି ନିବେଦିତା ପ୍ରଧାନ,ସରୋଜିନୀ ବେହେରା,ପ୍ରିୟଦର୍ଶନୀ ମେକାପ୍‌,ମଧୁସ୍ମିତା ନାୟକ ଓ ସ୍ଥିତପ୍ରଜ୍ଞା ତ୍ରିପାଠୀ ପ୍ରମୁଖ ଶିକ୍ଷୟତ୍ରୀମାନେ ଉପସ୍ଥିତ ଥିଲେ । ଉତ୍ସବରେ ଶିକ୍ଷୟତ୍ରୀ ମାଧବୀ ବରିକ୍ ପରିଚୟ ପ୍ରଦାନ କରିଥିବାବେଳେ,ତ୍ରିଲୋଚନ ନନ୍ଦୀ ଧନ୍ୟବାଦ ଦେଇଥିଲେ । ଓଡ଼ିଶା ସମାଚାର

About admin

Check Also

ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ଅନ୍ତର୍ଜାତୀୟ ମାତୃଭାଷା ଦିବସ

କଟକ,୨୩/୦୨/୨୦୨୦ (ଓଡ଼ିଶା ସମାଚାର)- ନୂଆବଜାରସ୍ଥିତ ସରସ୍ୱତୀ ଶିଶୁବିଦ୍ୟାମନ୍ଦିର ପରିସରରେ ଅନ୍ତର୍ଜାତୀୟ ମାତୃଭାଷା ଦିବସ ପାଳିତ ହୋଇଯାଇଛି । ମୁଖ୍ୟଅତିଥି ଭାବେ …

Leave a Reply

Your email address will not be published. Required fields are marked *