Thursday , September 19 2019
Breaking News
Home / ଶିକ୍ଷା / ଓଡିଶା ଷ୍ଟେଟ୍ ବିଗ୍ରେଡ୍ ସ୍କୁଲ’ରେ ପୁରଷ୍କାର ବିତରଣ ଉତ୍ସବ 

ଓଡିଶା ଷ୍ଟେଟ୍ ବିଗ୍ରେଡ୍ ସ୍କୁଲ’ରେ ପୁରଷ୍କାର ବିତରଣ ଉତ୍ସବ 

ଗରଦପୁର ୧୭/୦୮/୨୦୧୯(ଓଡ଼ିଶା ସମାଚାର)-ଗରଦପୁର ବ୍ଲକ ଅନ୍ତର୍ଗତ ବେଡାରୀ ପଂଚାୟତର ପରକଣା ଗ୍ରାମରେ ଥିବା ‘ଓଡିଶା ଷ୍ଟେଟ୍ ବିଗ୍ରେଡ୍ ସ୍କୁଲ’ରେ ପୁରଷ୍କାର ବିତରଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ମେଧାବି ଛାତ୍ରଛାତ୍ରୀ, ନୃତ୍ୟ, ଦଳଗତ ନୃତ୍ୟ ଓ ଅନ୍ୟ ପ୍ରତିଭାଧାରୀ କୃତୀଛାତ୍ରଛାତ୍ରୀ ମାନଙ୍କୁ ବିଦ୍ୟାଳୟ ପକ୍ଷରୁ ପ୍ରମାଣ ପତ୍ର ଦିଆଯାଇ ପୁରଷ୍କୃତ କରାଯାଇଛି । ଏହି ଅବସରରେ ବିଦ୍ୟାଳୟ ପରିସରରେ ଆୟୋଜିତ ପୁରଷ୍କାର ବିତରଣ ଉତ୍ସବରେ ବିଦ୍ୟାଳୟର ଅଧ୍ୟକ୍ଷା ସନ୍ଧ୍ୟାରାଣୀ ପ୍ରଧାନ ସଭାପତିତ୍ୱ କରିଥିବାବେଳେ,ଏହି ଉତ୍ସବରେ ଶ୍ରୀଜଗନ୍ନାଥ ସଂକିର୍ତନ ମହାସଂଘର ସଭାପତି ନବଘନ ନାୟକ ମୂଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ । ଏହି ବିଦ୍ୟାଳୟରେ ପାଠ ପଢୁଥିବା ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଉତମ ଚରିତ୍ର ଗଠନ,ରାଷ୍ଟ୍ରପ୍ରେମ ଓ ଶୃଙ୍ଖଳା ଜ୍ଞାନ ଆଦି ଉପରେ ମୂଖ୍ୟ ଅତିଥି ଶ୍ରୀ ନାୟକ ଗୁରତ୍ୱ ଦେଇଥିଲେ । ଅନ୍ୟତମ ଅତିଥି ଭାବରେ ବିଦ୍ୟାଳୟର ପ୍ରତିଷ୍ଠାତା ସମ୍ପାଦକ ପ୍ରଦୀପ୍ କୁମାର ବେହେରା ଉପସ୍ଥିତ ରହି ଗ୍ରାମାଂଚଳର ପିଲାମାନଙ୍କ ମଧ୍ୟରେ ରାଷ୍ଟ୍ରପ୍ରେମ,ନୈତିକ ଶିକ୍ଷା,ଶୃଙ୍ଖଳିତ ଆଚରଣ ଓ ଅନୁଶାସନ ଯୁକ୍ତ ଶିକ୍ଷା ସହିତ ପାଠ୍ୟକ୍ରମ ଶିକ୍ଷା ପ୍ରଦାନ କରାଯିବା ପାଇଁ ଗ୍ରାମାଂଚଳରେ ଏହି ବିଦ୍ୟାଳୟ ସ୍ଥାପନା କରାଯାଇ ଶିକ୍ଷା ଦିଆଯାଉଥିବା ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ । ଏହି ଅବସରରେ ଜ୍ଞାନ ରଞ୍ଜନ ବସନ୍ତିଆ,ଗାୟତ୍ରୀ ସାହୁ, ଶସ୍ମିତା ଦାସ ଓ ସ୍ୱନମ୍ ଶୟନିକା ପ୍ରମୁଖ ବିଦ୍ୟାଳୟର ୯ଜଣ ମେଧାବୀ ଛାତ୍ରଛାତ୍ରୀ  ଓ ବିଭିନ୍ନ କ୍ଷେତ୍ରରେ କୃତି ପ୍ରତିଯୋଗୀ ଛାତ୍ରଛାତ୍ରୀମାନଙ୍କୁ ମୂଖ୍ୟ ଅତିଥି ଶ୍ରୀ ନାୟକ ପ୍ରମାଣ ପତ୍ର,ସିଲ୍ ଓ ପଦକ ଆଦି ପ୍ରଦାନ କରି ପୁରଷ୍କୃତ କରିଥିଲେ । ଉତ୍ସବରେ ଶିକ୍ଷୟତ୍ରୀ ସରୋଜିନୀ ବେହେରା ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ,ଶିକ୍ଷୟତ୍ରୀ ନିୟତି ନିବେଦିତା ଧନ୍ୟବାଦ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ବିଦ୍ୟାଳୟର ଶିକ୍ଷୟତ୍ରୀ ଜ୍ୟୋତିର୍ମୟୀ ମଲ୍ଲିକ, ପ୍ରିୟଦର୍ଶନୀ ମେକାପ,ସ୍ଥିତିପ୍ରଜ୍ଞା ତ୍ରୀପାଠି ଓ ମଧୁସ୍ମିତା ନାୟକ ପ୍ରମୁଖ ବିଦ୍ୟାଳୟର କର୍ମକର୍ତ୍ତା,ଛାତ୍ରୀଭିଭାବକ ଓ ଛାତ୍ରଛାତ୍ରୀମାନେ ଉପସ୍ଥିତ ଥିଲେ ।  ଓଡ଼ିଶା ସମାଚାର

About admin

Check Also

ଅନ୍ତେଶ୍ୱର ନୋଡ଼ାଲ ଉଚ୍ଚ ବିଦ୍ୟାଳୟରେ ତାଲା ପକାଇଲେ ଛାତ୍ରଛାତ୍ରୀ

ନିଶ୍ଚିନ୍ତକୋଇଲି, ୧୭/୦୯/୨୦୧୯( ଓଡ଼ିଶା ସମାଚାର/ ଅଭୟ ଜେନା): ନିଶ୍ଚିନ୍ତକୋଇଲି ବ୍ଲକ୍ ଅନ୍ତର୍ଗତ ଲେଣ୍ଡୁରା ଭଗବାନପୁର ଅନ୍ତେଶ୍ୱର ନୋଡ଼ାଲ ଉଚ୍ଚ ବିଦ୍ୟାଳୟର …

Leave a Reply

Your email address will not be published. Required fields are marked *