Friday , October 18 2019
Breaking News
Home / ବିଶେଷ / ଓଡିଶା କୃଷି ଓ ଗ୍ରାମ୍ୟ ଶ୍ରମିକ ସଂଘ ପକ୍ଷରୁ ଶ୍ରମିକଙ୍କ ନାମ ପଞ୍ଜିକରଣ ଏବଂ ସହାୟତା ପ୍ରଦାନରେ ଶ୍ରମ ଅଫିସର କାଳକ୍ଷେପଣ ନୀତି ବିରୁଦ୍ଧରେ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର

ଓଡିଶା କୃଷି ଓ ଗ୍ରାମ୍ୟ ଶ୍ରମିକ ସଂଘ ପକ୍ଷରୁ ଶ୍ରମିକଙ୍କ ନାମ ପଞ୍ଜିକରଣ ଏବଂ ସହାୟତା ପ୍ରଦାନରେ ଶ୍ରମ ଅଫିସର କାଳକ୍ଷେପଣ ନୀତି ବିରୁଦ୍ଧରେ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର

କେନ୍ଦ୍ରାପଡା ୧୨/୧୦/୨୦୧୯ (ଓଡ଼ିଶା ସମାଚାର)-ଓଡିଶା କୃଷି ଓ ଗ୍ରାମ୍ୟ ଶ୍ରମିକ ସଂଘ କେନ୍ଦ୍ରାପଡା ଜିଲ୍ଲା ଶାଖା ପକ୍ଷରୁ କେନ୍ଦ୍ରୀୟ ଶ୍ରମ ସଂଗଠନ ମାନଙ୍କ ପ୍ରତି ଅବହେଳା ପ୍ରଦର୍ଶନ ସହିତ ଶ୍ରମିକମାନଙ୍କ ନାମ ପଞ୍ଜିକରଣ ଓ ସହାୟତା ପ୍ରଦାନରେ ଜିଲ୍ଲା ଶ୍ରମ କାର୍ଯ୍ୟାଳୟ କାଳକ୍ଷେପଣ ନୀତି ଅବଲମ୍ବନ କରୁଥିବା ସମ୍ପର୍କରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ସେଥିରେ ଉଲ୍ଲେଖ ରହିଛି ଯେ କେନ୍ଦ୍ରୀୟ ଶ୍ରମ ସଂଗଠନମାନେ ଦେଶର କଳକାରଖାନା,ଖଣି ଖାଦାନ,ସହରାଂଚଳ ଓ ଗ୍ରାମାଂଚଳର କୃଷକ ଏବଂ ଶ୍ରମିକମାନଙ୍କର ଜୀବନଜୀବିକା ପାଇଁ ଅନବରତ ସଂଗ୍ରାମ କରୁଥିବା ବେଳେ କେନ୍ଦ୍ରାପଡା ଭଳି ଶିଳ୍ପ ଓ ଖଣି ବିହୀନ ଜିଲ୍ଲାର ନିର୍ମାଣ ଶ୍ରମିକମାନଙ୍କ ସ୍ୱାର୍ଥ ହାସଲ ପାଇଁ କେନ୍ଦ୍ରାପଡା ଜିଲ୍ଲା ଶ୍ରମ କାର୍ଯ୍ୟାଳୟରେ ନାମ ପଞ୍ଜିକରଣ ଓ ସହାୟତା ପ୍ରଦାନ ଭଳି କାର୍ଯ୍ୟ ପାଇଁ ସୁପାରିଶ କରିବା ସହିତ କାର୍ଯ୍ୟାଳୟ ସହିତ ସମନ୍ୱୟ ରକ୍ଷାକରି ପ୍ରତ୍ୟେକ କାର୍ଯ୍ୟରେ କେନ୍ଦ୍ରୀୟ ଶ୍ରମ ସଂଗଠନମାନେ କାର୍ଯ୍ୟ କରି ଆସୁଛନ୍ତି । ଅତ୍ୟନ୍ତ ଦୁଃଖ ଓ ପରିତାପର ବିଷୟ ଜିଲ୍ଲା ଶ୍ରମ କାର୍ଯ୍ୟାଳୟର ପ୍ରତ୍ୟକ୍ଷ ସହ ଯୋଗରେ କେତେକ ସ୍ଥାନୀୟ ଦଲାଲ ସ୍ତ୍ରୀ,ପୁଅ,ଭାଇ ଓ ନିଜ ସମ୍ପର୍କୀୟଙ୍କ ନାମରେ ଭିନ୍ନ ଭିନ୍ନ ଶ୍ରମ ସଂଗଠନ ତିଆରି କରି ନୀରିହ ଗରୀବ ଶ୍ରମିକମାନଙ୍କ ଠାରୁ ଅର୍ଥ ଆଦାୟ କରି ବ୍ୟବସାୟ ଚଳାଇଛନ୍ତି ବୋଲି ଅଭିଯୋଗ କରାଯାଇଛି । ଫଳରେ କେନ୍ଦ୍ରୀୟ ଶ୍ରମ ସଂଗଠନମାନଙ୍କ ଦ୍ୱାରା ସୁପାରିଶ କରାଯାଇଥିବା ନିର୍ମାଣ ଶ୍ରମିକମାନଙ୍କ ନାମ ପଞ୍ଜିକରଣ ଓ ସହାୟତା ଦରଖାସ୍ତ ବର୍ଷ ବର୍ଷ ଧରି ପଡିରହିଥିବା ବେଳେ ଦଲାଲମାନଙ୍କ ଦ୍ୱାରା ଗଠିତ ବ୍ୟକ୍ତିଗତ ବ୍ୟବସାୟିକ ସଂଗଠନମାନଙ୍କ ଦ୍ୱାରା ସୁପାରିଶକୁ ଜିଲ୍ଲା ଶ୍ରମ କାର୍ଯ୍ୟାଳୟରେ ଅଗ୍ରାଧିକାର ଦିଆଯାଉଛି ବୋଲି ଅଭିଯୋଗ ହୋଇଛି । ଫଳରେ କେନ୍ଦ୍ରୀୟ ଶ୍ରମ ସଂଗଠନମାନେ ଅବହେଳିତ ହୋଇ ରହିଛନ୍ତି । କେନ୍ଦ୍ରୀୟ ଶ୍ରମ ସଂଗଠନମାନେ ରାଜ୍ୟ,କେନ୍ଦ୍ର ସରକାର ଓ ଶ୍ରମିକ କଲ୍ୟାଣ ବୋର୍ଡ ନିକଟରେ ଶ୍ରମିକମାନଙ୍କ ସ୍ୱାର୍ଥ ରକ୍ଷା ନିମନ୍ତେ ସଂଗ୍ରାମ କରୁଥିବା ବେଳେ କେନ୍ଦ୍ରାପଡା ଜିଲ୍ଲା ଶ୍ରମ କାର୍ଯ୍ୟାଳୟରେ ଅବହେଳା ଓ ଅଣଦେଖାର ଶିକାର ହେବା ଅତ୍ୟନ୍ତ ଦୁର୍ଭାଗ୍ୟର ବିଷୟ । ତେଣୁ ଏହିସବୁ ସମସ୍ୟା ଗୁଡିକର ଆଶୁ ସମାଧାନ ନିମନ୍ତେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ଓଡିଶା କୃଷି ଓ ଗ୍ରାମ୍ୟ ଶ୍ରମିକ ସଂଘ କେନ୍ଦ୍ରାପଡା ଜିଲ୍ଲା ଶାଖା ସଭାପତି ବସନ୍ତ କୁମାର ସେଠୀ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଦାବି କରିଛନ୍ତି । ଏହି ଦାବିପତ୍ରର ନକଲ ଶ୍ରମ ସଚିବ, ଓଡିଶା ଶ୍ରମ କମିଶନର, ଶ୍ରମ ମନ୍ତ୍ରୀ, ଜିଲ୍ଲାପାଳ, ଶ୍ରମିକ କଲ୍ୟାଣ ବୋର୍ଡ ଅଧ୍ୟକ୍ଷ ଓ ଜିଲ୍ଲା ଶ୍ରମ ଅଧିକାରୀଙ୍କୁ ବିହୀତ ପଦକ୍ଷେପ ନିମନ୍ତେ ପ୍ରେରଣ କରାଯାଇଥିବା ସୂଚନା ଦିଆଯାଇଛି । ଓଡ଼ିଶା ସମାଚାର

About admin

Check Also

କେନ୍ଦ୍ର କର୍ମଚାରୀ ଓ ଶ୍ରମିକ ମହାସଂଘର ଧାରଣା

କଟକ,୧୮/୧୦/୨୦୧୯(ଓଡ଼ିଶା ସମାଚାର)- ବିଭିନ୍ନ ଦାବି ନେଇ କେନ୍ଦ୍ର ସରକାରୀ କର୍ମଚାରୀ ମହାସଂଘ ଏବଂ ଡାକ, ରେଳ ଡାକସେବା ଅବସରପ୍ରାପ୍ତ କର୍ମଚାରୀ …

Leave a Reply

Your email address will not be published. Required fields are marked *