Saturday , November 16 2019
Breaking News
Home / ବିଶେଷ / ଓଟିଏମ୍ ବନ୍ଦ ହେବା ପରେ ଦୁର୍ଦ୍ଦିନରେ ବସନ୍ତ ବେହେରାଙ୍କ ପରିବାର

ଓଟିଏମ୍ ବନ୍ଦ ହେବା ପରେ ଦୁର୍ଦ୍ଦିନରେ ବସନ୍ତ ବେହେରାଙ୍କ ପରିବାର

ନିଶ୍ଚିନ୍ତକୋଇଲି ,୦୩/୧୧/୨୦୧୯ (ଓଡ଼ିଶା ସମାଚାର/ ଅଭୟ ଜେନା): କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଳକ୍ ଅନ୍ତର୍ଗତ ଜନାର୍ଦ୍ଦନପୁର ଗ୍ରାମର ବସନ୍ତ କୁମାର ବେହେରା ସଂପ୍ରତି ଘୋର ଆର୍ଥିକ ଅନାଟନ ମଧ୍ୟରେ ପରିବାର ପ୍ରତିପୋଷଣ କରୁଛନ୍ତି । ଚୈାଦ୍ୱାର ସ୍ଥିତ ଓଡ଼ିଶା ଟେକ୍ସଟାଇଲ ମିଲ (ଓ.ଟି.ଏମ୍)ରେ ୱିଭିଙ୍ଗ ଜବର ଭାବେ ୧୯୬୩ ରୁ କାର୍ଯ୍ୟକରି ୨୦୦୧ରେ ଅବସର ଗ୍ରହଣ କରିଥିଲେ । ଅବସର ଗ୍ରହଣ ପରେ ତାଙ୍କର ବକେୟା ପ୍ରାପ୍ୟ ପ୍ରାୟ ୨ଲକ୍ଷ ରୁ ଉଦ୍ଧ୍ୱର୍ ଟଙ୍କା ସେ ଏଯାବତ୍ ପାଇପାରିନାହାନ୍ତି । ବାରମ୍ବାର ଏ ବାବଦରେ ବିଭିନ୍ନ ପ୍ରକାର ଉଦ୍ୟମ କରିଥିଲେ ସୁଦ୍ଧା ସଫଳ ହୋଇନପାରି ଦୁର୍ଦ୍ଦିନରେ କାଳକାଟୁଛନ୍ତି । ତାଙ୍କର ଚାରିଟି ଝିଅଙ୍କୁ ବିବାହ ଦେଇସାରିବା ପରେ ଏକମାତ୍ର ପୁତ୍ର ନିଜ ଗ୍ରାମରେ ଛୋଟ ଗ୍ୟାରେଜ କରି ସ୍ୱଳ୍ପ ଆୟରେ ବହୁ କଷ୍ଟରେ ପରିବାର ପ୍ରତିପୋଷଣ କରୁଛନ୍ତି । ବସନ୍ତଙ୍କୁ ଏବେ ୭୯ବର୍ଷ । ବାର୍ଦ୍ଧକ୍ୟ ଜନିତ ରୋଗରେ ବହୁ କଷ୍ଟରେ ବାଡ଼ି ଧରି ଚଳପ୍ରଚଳ ହେଉଛନ୍ତି । ଆର୍ଥିକ ଅନାଟନରେ ବୁଡ଼ିରହିଥିବାରୁ ଉତମ ଚିକିତ୍ସା ବ୍ୟବସ୍ଥା ସମ୍ଭବ ହେଉନାହିଁ । ତାଙ୍କୁ ମିଳୁଥିବା ରାସନ ଓ ଭତା ଟଙ୍କାରେ ଚଳିବା କଷ୍ଟକର ହେଉଥିବା ପ୍ରକାଶ କରିଛନ୍ତି । ଓଟିଏମ୍ ରୁ ମିଳିବା ପାଇଁ ଥିବା ପ୍ରାପ୍ୟ କାହିଁକି ମିଳିପାରୁ ନାହିଁ ବୋଲି ପଚାରିବାରୁ ସେ କହିଛନ୍ତି ଯେ ଗତ ୧୯୯୯ ମହାବାତ୍ୟାରେ ଓଟିଏମ୍ ର ବିପୁଳ କ୍ଷତି ପରେ ଏହାର ପୁନରୁଦ୍ଧାର କରାଯାଇଥିଲା । ମାତ୍ର ଅଳ୍ପ କିଛିଦିନ ଚାଲିବା ପରେ ପୁଣି ତାହା ବନ୍ଦ ହୋଇଯାଇଥିଲା ଓ ଆର୍ଥିକ ସଂକଟରୁ ଆମେ ପ୍ରାୟ ବହୁ କର୍ମଚାରୀ ବକେୟା ଅର୍ଥ ପାଇପାରିଲୁ ନାହିଁ । ସରକାର ଏହି ବାକି ଥିବା ଅର୍ଥକୁ ପ୍ରଦାନ କରିବା ବ୍ୟବସ୍ଥା କଲେ ଆମ ପରିବାର ବଂଚିଯିବ ବୋଲି ଆଶାବ୍ୟକ୍ତ କିରିଛନ୍ତି । ଓଡ଼଼ିଶା ସମାଚାର

About admin

Check Also

କେନ୍ଦ୍ରାପଡା ବାଲିଯାତ୍ରାରେ ମନମୋହିଲା ଭାଇଚାରାର ସମ୍ପର୍କ

କେନ୍ଦ୍ରାପଡା ୧୫/୧୧/୨୦୧୯(ଓଡ଼ିଶା ସମାଚାର)-କେନ୍ଦ୍ରାପଡା ବାଲିଯାତ୍ରା ମହୋତ୍ସବ ୨୦୧୯ର ତୃତୀୟ ସନ୍ଧ୍ୟାରେ ମନମୋହିଲା ଭାଇଚାରାର ସମ୍ପର୍କ । ଜାତି,ଧର୍ମ,ବର୍ଣ୍ଣ ନିର୍ବିଶେଷରେ ଏକାଠିହେଲେ …

Leave a Reply

Your email address will not be published. Required fields are marked *