Thursday , September 19 2019
Breaking News
Home / ଶିକ୍ଷା / ଓଟିଇଟି ପ୍ରଶ୍ନପତ୍ରରେ ବ୍ୟାପକ ତ୍ରୁଟିକୁ ବିରୋଧ କରି ସହକାରୀ ଶିକ୍ଷକ ମହାସଂଘର ଆନ୍ଦୋଳନ ପାଇଁ ସଜବାଜ

ଓଟିଇଟି ପ୍ରଶ୍ନପତ୍ରରେ ବ୍ୟାପକ ତ୍ରୁଟିକୁ ବିରୋଧ କରି ସହକାରୀ ଶିକ୍ଷକ ମହାସଂଘର ଆନ୍ଦୋଳନ ପାଇଁ ସଜବାଜ

ଭୁବନେଶ୍ୱର ,୧୨/୦୮/୨୦୧୯(ଓଡ଼ିଶା ସମାଚାର)- ରାଜ୍ୟ ସରକାର ଓଟିଇଟି ପରୀକ୍ଷା ନିୟନ୍ତ୍ରଣ କରିବା ପାଇଁ ମାଧ୍ୟମିକ ଶିକ୍ଷା ପରିଷଦ କଟକଙ୍କୁ ଦାୟିତ୍ୱ ଦେଇଛନ୍ତି । ବର୍ଷକୁ ୨ଥର ଓଟିଇଟି ପରୀକ୍ଷା ହେବାକୁ ନିୟମ ଥିବାବେଳେ ପରୀକ୍ଷା କେବେ ହେଉଛି ତାହାର କୌଣସି ନିର୍ଦ୍ଦିଷ୍ଟତା ନାହିଁ । ଏପଟେ ରାଜ୍ୟରେ ଗଣଶିକ୍ଷକ, ଶିକ୍ଷା ସହାୟକମାନେ ଓଟିଇଟି ଯୋଗ୍ୟତା ହାସଲ କଲେ ନିୟମିତ ଶିକ୍ଷକ ହେବା ପାଇଁ ନିର୍ଦ୍ଦେଶ ଥିବାରୁ ସେମାନେ ନିୟମିତ ହେବାରୁ ବଂଚିତ ହୋଇଛନ୍ତି । ଓଟିଇଟି ପରୀକ୍ଷାର କୌଣସି ନିର୍ଦ୍ଦିଷ୍ଟତା ନଥିବା ବେଳେ ଦୀର୍ଘ ଦୁଇବର୍ଷ ବ୍ୟବଧାନରେ ଗତ ୧୬.୦୧.୨୦୧୯ରିଖରେ ଓଟିଇଟି ପରୀକ୍ଷା ହୋଇଥିଲା । ସେହି ପରୀକ୍ଷାର ପ୍ରଶ୍ନପତ୍ର ଭାଇରାଲ ଆଳ ଦେଖାଇ ବୋର୍ଡ଼ କର୍ତୃପକ୍ଷ ବିନା ତଦନ୍ତ ଓ ପ୍ରମାଣରେ ବାତିଲ୍ କରିଥିଲେ । ଫଳରେ ୧,୨୬୦୦୦ ପରୀକ୍ଷାର୍ଥୀ ହତାସ ହୋଇଥିଲେ । କିଏ ଭାଇରାଲ କଲା, କେଉଁଠୁ ଭାଇରାଲ ହେଲା ଅଦ୍ୟାବଧି ପ୍ରମାଣିତ ହୋଇନାହିଁ । ପ୍ରକୃତ ଦୋଷୀଙ୍କୁ ଧରାନଯାଇ ୧,୨୬,୦୦୦ ପରୀକ୍ଷାର୍ଥୀଙ୍କୁ ଏକତରଫା ନିଷ୍ପତିରେ ମନଇଚ୍ଛା ଦଣ୍ଡିତ କରାଗଲା । ଜଣେ ପରୀକ୍ଷାର୍ଥୀ ପରୀକ୍ଷା ଦେବା ପୂର୍ବରୁ ଦୀର୍ଘଦିନ ପ୍ରସ୍ତୁତି ହୋଇଥାଏ । କିନ୍ତୁ ବୋର୍ଡ଼ କର୍ତୃପକ୍ଷଙ୍କ ଖାମଖିଆଲି ମନୋଭାବ ପାଇଁ ପରିଶ୍ରମ ବୃଥା ହୋଇଗଲା । ଏହିଭଳି ଏକତରଫା ନିଷ୍ପତିକୁ ଚ୍ୟାଲେଞ୍ଜ କରି ହଜାର ହଜାର ପରୀକ୍ଷାର୍ଥୀ ନ୍ୟାୟାଳୟର ଆଶ୍ରୟ ନେଇଛନ୍ତି । ମାମଲା ବର୍ତମାନ ନ୍ୟାୟାଳୟରେ ବିଚାରଧୀନ ଅଛି । ପରୀକ୍ଷାର ବିଧିବ୍ୟବସ୍ଥା ଅନୁଯାୟୀ ଅତିବେଶୀରେ ଏକମାସ ମଧ୍ୟରେ ପୁନଃ ପରୀକ୍ଷା କରିବା କଥା । କିନ୍ତୁ ବୋର୍ଡ଼ ତାହା ନ କରି ଆଠମାସ ବିଳମ୍ବରେ ଗତ ୦୫.୦୮.୨୦୧୯ରିଖ ଠାରୁ ଦିନକୁ ତିନି ପର୍ଯ୍ୟାୟରେ ଓଟିଇଟି ପରୀକ୍ଷା କରୁଛନ୍ତି । ବାହାର ରାଜ୍ୟର ସଂସ୍ଥାକୁ ଟେଣ୍ଡର ଦେଇ ବୋର୍ଡ଼ କର୍ତୃପକ୍ଷ ହାତ ବାନ୍ଧି ବସିଛନ୍ତି । ପରୀକ୍ଷାର୍ଥୀମାନେ ଓଡ଼ିଆ ଭାଷା ଚୟନ କରିଥିବା ବେଳେ ପ୍ରଶ୍ନପତ୍ରରେ ଭାଷାର ସାମଞ୍ଜସ୍ୟତା ରହୁନଥିବାରୁ ଅନେକ ପରୀକ୍ଷାର୍ଥୀ ପ୍ରକାଶ କରିଛନ୍ତି । ଏପରିକି ପ୍ରଶ୍ନପତ୍ରରେ ଅନେକ ତ୍ରୁଟି ସହିତ ଯେଉଁ ଭାଷାରେ ଅନୁବାଦ କରାଯାଇଛି ତାହା ମାତୃଭାଷା ନହୋଇ ତେଲୁଗୁ, ବଙ୍ଗାଳୀ ଭଳି ମନେ ହେଉଛି । ଯଦ୍ଦ୍ୱାରା ପରୀକ୍ଷାର୍ଥୀମାନେ ପ୍ରଶ୍ନକୁ ସଠିକ ଭାବରେ ବୁଝିବାରେ ଅସହାୟତା ପ୍ରକାଶ କରୁଛନ୍ତି । ଏହାବ୍ୟତୀତ ଅନ୍ଲାଇନ୍ ପରୀକ୍ଷା ପାଇଁ ବିଜ୍ଞାପନ ବେଳେ ସଠିକ ସୂଚନା ଦିଆଯାଇ ନାହିଁ ଏବଂ ଅନ୍ଲାଇନ୍ ପରୀକ୍ଷା ପାଇଁ ପରୀକ୍ଷାର୍ଥୀଙ୍କୁ ଅଭ୍ୟାସ କରିବା ପାଇଁ ସମୟ ଦିଆଯାଇ ନାହିଁ । ଯାହାକି ପରୀକ୍ଷାର୍ଥୀଙ୍କ ମନରେ ନୈରାଶ୍ୟଜନକ ଭାବନା ସୃଷ୍ଟି ହୋଇଛି । ବିଭାଗରେ କାର୍ଯ୍ୟ କରୁଥିବା ପ୍ରାୟ ୪୫ ବର୍ଷରୁ ଉଦ୍ଧ୍ୱର୍ ଶିକ୍ଷକ / ଶିକ୍ଷୟିତ୍ରୀମାନଙ୍କ କମ୍ପ୍ୟୁଟର ଜ୍ଞାନ ନଥିବା ବେଳେ ଚଳିତ ବର୍ଷର ଅନ୍ଲାଇନ୍ ଓଟିଇଟି ପରୀକ୍ଷାର୍ଥୀ ମାନସିକସ୍ତରରେ ଆଘାତ ସୃଷ୍ଟି କରିଛି । ଏପରିକି ପରୀକ୍ଷର୍ଥୀମାନେ ପରୀକ୍ଷା ଦେବା ପାଇଁ ବାହାର ଜିଲ୍ଲାକୁ ୨୫୦ କିି.ମି.ରୁ ଅଧିକ ବାଟ ଯିବାକୁ ପଡୁଛି । ଏହା ବୋର୍ଡ଼ କର୍ତୃପକ୍ଷଙ୍କ ଖାମଖିଆଲ ନୀତିକୁ ମହାସଂଘ ଦୃଢ ନିନ୍ଦା କରୁଛି । ପରୀକ୍ଷାକୁ ନିରପେକ୍ଷ କରିବା ଆଳରେ ପ୍ରତିହିଂସା ପରାୟଣ ଭାବରେ ଯେଉଁ ଢଙ୍ଗରେ ପରୀକ୍ଷା କରାଯାଇଛି ତାହା ଆଦୌ ଗ୍ରହଣୀୟ ନୁହେଁ । ପ୍ରଶ୍ନପତ୍ରରେ ଅନେକ ତ୍ରୁଟି ସହିତ ମାତୃଭାଷାର ଯେଉଁଭଳି ଭାବରେ ଅପଭ୍ରଂଶ କରାଯାଇଛି ତାହା ଶିକ୍ଷାବିତ୍ମାନଙ୍କ ଦ୍ୱାରା ତର୍ଜମା କରାଯାଉ ଏବଂ ପ୍ରସ୍ତୁତି କରିଥିବା ସଂସ୍ଥା ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ମହାସଂଘ ଦାବି କରିଛି । ଏ ଦିଗରେ ବୋର୍ଡ଼ କର୍ତୃପକ୍ଷ, ବିଭାଗୀୟ ସଚିବ, ବିଭାଗୀୟ ମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ ହସ୍ତକ୍ଷେପ କରି ବିହୀତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ । ନଚେତ୍ ସମସ୍ତ ଓଟିଇଟି ପରୀକ୍ଷାର୍ଥୀଙ୍କୁ ନେଇ ମହାସଂଘ ରାଜରାସ୍ତାକୁ ଓହ୍ଲାଇବ । ଏଥିପାଇଁ ସରକାର ଓ ବୋର୍ଡ଼ କର୍ତୃପକ୍ଷ ଦାୟୀ ରହିବେ ବୋଲି ସହକାରୀ ଶିକ୍ଷକ ମହାସଂଘର ସଭାପତି ଶବିଲାଲ ସାହୁ, ସାଧାରଣ ସମ୍ପାଦକ ବୁଲୁ ବେହେରା, ମହାସଚିବ ତ୍ରିଲୋଚନ କର, ଉପଦେଷ୍ଟା ରମାକାନ୍ତ ନାୟକ, କୋଷାଧ୍ୟକ୍ଷ ଅନୀୟ କୁମାର ବରାଳ, ସୁଶାନ୍ତ ଜ୍ୟୋତିଷ ପ୍ରମୁଖ ଗଣମାଧ୍ୟମକୁ ଜଣାଇଛନ୍ତି । ଓଡ଼ିଶା ସମାଚାର

About admin

Check Also

ଅନ୍ତେଶ୍ୱର ନୋଡ଼ାଲ ଉଚ୍ଚ ବିଦ୍ୟାଳୟରେ ତାଲା ପକାଇଲେ ଛାତ୍ରଛାତ୍ରୀ

ନିଶ୍ଚିନ୍ତକୋଇଲି, ୧୭/୦୯/୨୦୧୯( ଓଡ଼ିଶା ସମାଚାର/ ଅଭୟ ଜେନା): ନିଶ୍ଚିନ୍ତକୋଇଲି ବ୍ଲକ୍ ଅନ୍ତର୍ଗତ ଲେଣ୍ଡୁରା ଭଗବାନପୁର ଅନ୍ତେଶ୍ୱର ନୋଡ଼ାଲ ଉଚ୍ଚ ବିଦ୍ୟାଳୟର …

Leave a Reply

Your email address will not be published. Required fields are marked *