Thursday , September 19 2019
Breaking News
Home / ଶିକ୍ଷା / ଓଏନଜିସିର ଦାୟିତ୍ୱବୋଧରେ ନିର୍ମିତ ସିବାନନ୍ଦ ସେଂଟିନାରୀ ବାଳକ ହାଇସ୍କୁଲର ଶିକ୍ଷାଦାନ ସୌଧ ଓ ଛାତ୍ରାବାସ ଲୋକାର୍ପିତ ଶିକ୍ଷା ମାଧ୍ୟମରେ ଦାରିଦ୍ର୍ୟକୁ ଦୂର କରିହେବ – ଧର୍ମେନ୍ଦ୍ର ପ୍ରଧାନ

ଓଏନଜିସିର ଦାୟିତ୍ୱବୋଧରେ ନିର୍ମିତ ସିବାନନ୍ଦ ସେଂଟିନାରୀ ବାଳକ ହାଇସ୍କୁଲର ଶିକ୍ଷାଦାନ ସୌଧ ଓ ଛାତ୍ରାବାସ ଲୋକାର୍ପିତ ଶିକ୍ଷା ମାଧ୍ୟମରେ ଦାରିଦ୍ର୍ୟକୁ ଦୂର କରିହେବ – ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର,୦୭/୦୯/୨୦୧୯(ଓଡ଼ିଶା ସମାଚାର)- ରାଜ୍ୟର ୨୫ଟି ଜିଲ୍ଲାରେ ନବଜାତ ଶିଶୁଙ୍କ ଠାରେ କୁପୋଷଣ ଦେଖାଯାଇଛି । ପିଲାଙ୍କ ବୟସନୁସାରେ ଉଚ୍ଚତା ଏବଂ ଓଜନ କମ୍ ହେବା ଏକ ଚିନ୍ତାଜନକ ବିଷୟ ହୋଇଛି । ଦାରିଦ୍ର୍ୟ କାରଣରୁ ପିଲାମାନେ ସଠିକ୍ ପରିମାଣର ପୃଷ୍ଟିକର ଖାଦ୍ୟ ନଖାଇବା କାରଣରୁ ଶିଶୁଙ୍କ ଓଜନ ହ୍ରାସ ପାଉଛି । ସଂପ୍ରତି ଓଡିଶା ଏହି ସମସ୍ୟା ଦେଇ ଗତି କରୁଥିବା ବେଳେ ଶିକ୍ଷା ମାଧ୍ୟମରେ ଦାରିଦ୍ର୍ୟକୁ ଦୂର କରି ଏହି ସମସ୍ୟାର ସମାଧାନ କରିହେବ ବୋଲି ଶୁକ୍ରବାର ଭୁବନେଶ୍ୱର ଠାରେ ସିବାନନ୍ଦ ସେଂଟିନାରୀ ବାଳକ ହାଇସ୍କୁଲର ପ୍ରାୟ ସାଢେ ୪ କୋଟି ଟଙ୍କା ବ୍ୟୟରେ ନିର୍ମିତ ନୂତନ ଶିକ୍ଷାଦାନ ସୌଧ ଓ ଛାତ୍ରାବାସକୁ ଲୋକାର୍ପଣ କରିବା ଅବସରରେ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଭାରତ ସରକାରଙ୍କ ତୈଳ ରାଷ୍ଟ୍ରାୟତ ଉଦ୍ୟୋଗ ଓନ୍ଜିସିର କର୍ପୋରେଟ୍ ସାମାଜିକ ଦାୟିତ୍ୱବୋଧରେ ଏହା ନିର୍ମିତ ହୋଇଛି ବୋଲି ଶ୍ରୀ ପ୍ରଧାନ କହିଛନ୍ତିା
ଶ୍ରୀ ପ୍ରଧାନ କହିଛନ୍ତି ଯେ ସାଧାରଣ ଘରର ମେଧାବୀ ପିଲାର ବୌଦ୍ଧିକ ଶକ୍ତି ହେଉଛି ଓଡିଶାର ପୁଞ୍ଜି । ଜଣେ ଗରିବ ଓ ସାଧାରଣ ଘରର ପିଲାକୁ ପାଠ ପଢାଇବାର ସୁଯୋଗ ତିଆରି କରିବା ସମସ୍ତଙ୍କର ଦାୟିତ୍ୱ ଅଛି । ସରକାରୀ ଉଦ୍ୟମ ବିନା ସାମାଜିକ ଉଦ୍ୟମରେ ସେମାନଙ୍କୁ ପାଠ ପଢାଇବାର ଆବଶ୍ୟକତା ରହିଛି । ଏହି ପରିପ୍ରେକ୍ଷୀରେ ଆଜି ଲୋକାର୍ପିତ ହୋଇଥିବା ସିବାନନ୍ଦ ସେଂଟିନାରୀ ବାଳକ ହାଇସ୍କୁଲ ଆଗାମୀ ଦିନରେ
ଓଡିଶାର ପ୍ରୟୋଗଶାଳା ହେବ ଏବଂ ଓଡିଆ ପିଲାକୁ ଦାରିଦ୍ର୍ୟରୁ ସମ୍ପନ୍ନତା ଆଡକୁ ନେଇଯିବ ବୋଲି ଶ୍ରୀ ପ୍ରଧାନ ଆଶାବ୍ୟକ୍ତ କରିଛନ୍ତି । ଶ୍ରୀ ପ୍ରଧାନ ଆହୁରି କହିଛନ୍ତି ଯେ ଅପାର ସମ୍ଭାବନାର ରାଜ୍ୟ ଓଡିଶାରେ ବହୁତ ପ୍ରାଚୁର୍ଯ୍ୟ ଅଛି । କିନ୍ତୁ ଆଜି ମଧ୍ୟ ଓଡିଶାର ପ୍ରାୟ ସବୁ ଜିଲ୍ଲାରେ ହାରାହାରି ହଜାର ପିଲାଙ୍କ ଠାରେ ସୁପୋଷଣର ଅଭାବ ରହିଛି । ନବଜାତ ଶିଶୁମାନେ ଯେତେ ପରିମାଣର ପୃଷ୍ଟିକର ଖାଦ୍ୟ ଖାଇବା ଦରକାର ତାହାର ଅଭାବ କାରଣରୁ ସେମାନଙ୍କ ଓଜନ ହ୍ରାସ ପାଉଛି । ଏହିଭଳି ସମସ୍ୟା ଭିତରେ ଆଜି ଓଡିଶା ଗତି କରୁଥିବା ବେଳେ ଏହାର ଉତର ସମସ୍ତଙ୍କୁ ଖୋଜି ବାହାର କରିବାର ଆବଶ୍ୟକତା ରହିଛି । ଶ୍ରୀ ପ୍ରଧାନ କହିଛନ୍ତି ଯେ ପିଲାଙ୍କୁ ଏହି ଦାରିଦ୍ରରୁ ମୁକ୍ତି ଦେବା ପାଇଁ ପଡିବ ଏବଂ ଦାରିଦ୍ର୍ୟକୁ ଦୂର କରିବାର ଚାବିକାଠି ହେଉଛି ଶିକ୍ଷା । ଶିକ୍ଷା ଯେତେବେଳେ ଆଧ୍ୟାତ୍ମିକ ଓ ନୈତିକତା ଆଧାରରେ ଶିକ୍ଷା ହେବ ତେବେ ସେହି ଶିକ୍ଷା ନିଜ ଓ ସମାଜ ପାଇଁ କାମ ଦେବ ଏବଂ ଓଡିଶାରେ ଏହି ଶିକ୍ଷାର ଆବଶ୍ୟକତାକୁ ପୂରଣ କରିବା ପାଇଁ ସମସ୍ତଙ୍କ ସହଯୋଗର ଆବଶ୍ୟକତା ରହିଛି । କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଆହୁରି କହିଛନ୍ତି ଯେ ରାଜଧାନୀର ଐତିହାସିକ ଖଣ୍ଡଗିରି ପାଦଦେଶରେ ଆଜି ଏ ପବିତ୍ର କାମ ସମ୍ପନ୍ନ ହୋଇଛି । ଏକବଂଶ ଶତାବ୍ଦୀରେ ଏହି ସିବାନନ୍ଦ ସେଂଟିନାରୀ ବାଳକ ହାଇସ୍କୁଲ ଅନେକ ଖାରବେଳଙ୍କୁ ତିଆରି କରିବାର ସଂକଳ୍ପ ନେଇଛି । ଭବିଷ୍ୟତରେ ଏହି ସ୍କୁଲକୁ ପ୍ରୟୋଗଶାଳା କରି ଶିକ୍ଷା ମାଧ୍ୟମରେ ଓଡିଶାକୁ ପରିବର୍ତନ କରିବାକୁ ପଡିବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି । ଓଡ଼ିଶା ସମାଚାର

About admin

Check Also

ଅନ୍ତେଶ୍ୱର ନୋଡ଼ାଲ ଉଚ୍ଚ ବିଦ୍ୟାଳୟରେ ତାଲା ପକାଇଲେ ଛାତ୍ରଛାତ୍ରୀ

ନିଶ୍ଚିନ୍ତକୋଇଲି, ୧୭/୦୯/୨୦୧୯( ଓଡ଼ିଶା ସମାଚାର/ ଅଭୟ ଜେନା): ନିଶ୍ଚିନ୍ତକୋଇଲି ବ୍ଲକ୍ ଅନ୍ତର୍ଗତ ଲେଣ୍ଡୁରା ଭଗବାନପୁର ଅନ୍ତେଶ୍ୱର ନୋଡ଼ାଲ ଉଚ୍ଚ ବିଦ୍ୟାଳୟର …

Leave a Reply

Your email address will not be published. Required fields are marked *