Saturday , November 16 2019
Breaking News
Home / ବ୍ୟବସାୟ ବାଣିଜ୍ୟ / ଏସାର୍ କମ୍ପାନୀ ତରଫରୁ ୫ ବର୍ଷ ତଳୁ ଟ୍ରେନିଂ ପାଇଥିବା ପିଲାଙ୍କୁ କମ୍ପାନୀ କରୁଛି ଅଣଦେଖା 

ଏସାର୍ କମ୍ପାନୀ ତରଫରୁ ୫ ବର୍ଷ ତଳୁ ଟ୍ରେନିଂ ପାଇଥିବା ପିଲାଙ୍କୁ କମ୍ପାନୀ କରୁଛି ଅଣଦେଖା 

(ନାହିଁ ନିଯୁକ୍ତି ନାହିଁ ଷ୍ଟାଇପେଣ୍ଡ)

ପାରାଦ୍ୱୀପ ୦୭/୧୧/୨୦୧୯(ଓଡ଼ିଶା ସମାଚାର)-ପାରାଦ୍ୱୀପ ସହର ଉପକଣ୍ଠରେ ଗଢି ଉଠିଥିବା ଏସାର୍ ଷ୍ଟିଲ୍ କମ୍ପାନୀ କାର୍ଯ୍ୟ ଆରମ୍ଭ ସମୟରେ ବିସ୍ଥାପିତ ଓ ଜମିହରା ପରିବାରର କିଛି ଲୋକଙ୍କୁ କମ୍ପାନୀରେ ନିଯୁକ୍ତି ଦେବା ପାଇଁ ପ୍ରତିଶୃତି ଦେଇଥିଲେ । ଯଦି ନିଯୁକ୍ତି ଦେବା ଡେରି ହୁଏ ତେବେ ଷ୍ଟାଇପେଣ୍ଡ୍ ଦେବା ପାଇଁ କଥା ମଧ୍ୟ ହୋଇଥିଲା । ଇତି ମଧ୍ୟରେ ଦୀର୍ଘ ଦିନ ବିତି ଯାଇଥିଲେ ମଧ୍ୟ କମ୍ପାନୀ ତରଫରୁ ସେମାନଙ୍କୁ ମିଳୁଛି ନିଯୁକ୍ତି ନା ଷ୍ଟାଇପେଣ୍ଡ୍ ଏବେ ସେମାନଙ୍କ କଥାକୁ ଶୁଣୁନାହାଁନ୍ତି କମ୍ପାନୀ କର୍ତୃପକ୍ଷ । ଏଭଳିକି ଏହି କମ୍ପାନୀ ଦ୍ୱାରା ୨୧ ଜଣ ପିଲାଙ୍କୁ କମ୍ପାନୀ ତରଫରୁ ନିଯୁକ୍ତି ପାଇଁ ୨୦୧୨ ଅଗଷ୍ଟ ୨୮ ତାରିଖରେ ସିଲେକ୍ସନ୍ କରି ସୁଦୂର କେନ୍ଦୁଝର ଜିଲ୍ଲା ତେଲ୍କୋଇ ବ୍ଲକ୍ରେ କମ୍ପାନୀର ନିଜସ୍ୱ ପ୍ରଶିକ୍ଷଣ କେନ୍ଦ୍ରରେ ୨୦୧୪ ଜୁଲାଇ ୩୦ ପର୍ଯ୍ୟନ୍ତ ୨ ବର୍ଷ ଧରି ଟ୍ରେନିଂ ମଧ୍ୟ ଦିଆଯାଇଥିଲା । ଇତି ମଧ୍ୟରେ ୫ ବର୍ଷ ଅତିକ୍ରମ କରିସାରିଥିଲେ ମଧ୍ୟ ସେହି ୨୧ ଜଣ ବିସ୍ଥାପିତ ଜମିହରା ପିଲାଙ୍କୁ ଏ ପର୍ଯ୍ୟନ୍ତ କମ୍ପାନୀ ତରଫରୁ ନା ଷ୍ଟାଇପେଣ୍ଡ୍ ନା ନିଯୁକ୍ତି ଦେଇଛି । ଏମାନେ ନିଜର କଥାକୁ କମ୍ପାନୀ କର୍ତୃପକ୍ଷଙ୍କ ନିକଟରେ ବାରମ୍ବାର ଅଭିଯୋଗ କଲେ ମଧ୍ୟ କମ୍ପାନୀ କର୍ଣ୍ଣ ଗୋଚର କରୁନାହିଁ । ଏ ନେଇ ୨୧ ଜଣ ପିଲା କୃଷକ କମିଟି ତଥା କମ୍ପାନୀ କର୍ତୃପକ୍ଷ ଓ ପ୍ରଶାସନିକ ଅଧିକାରୀ ଙ୍କୁ ନିଜର ଦୁଃଖ ଜଣାଇବା ପରେ କୌଣସି କଥା କାର୍ଯ୍ୟକାରୀ ନ ହେବାରୁ ଶେଷରେ ନିରାଶ ହୋଇ କମ୍ପାନୀ ସମ୍ମୁଖରେ ଆତ୍ମହୁତି ଦେବେ ବୋଲି ଚେତାବନି ଦେଇଛନ୍ତି । ଓଡ଼ିଶା ସମାଚାର

About admin

Check Also

ବାହ୍ଲାଢିପ ମଠରେ ଜିନ୍ଦଲ ବିରୁଦ୍ଧରେ ବୈଠକ

କୁଜଙ୍ଗ,୦୩/୧୧/୨୦୧୯(ଓଡ଼ିଶା ସମାଚାର)- ଢିଙ୍କିଆ ଚାରିଦେଶର ୩ ପଂଚାୟତର ମହିଳା ଓ ମୁରବିମାନେ ବାହ୍ଲାଢିପ ଠାରେ ବୈଠକକରି ଜିନ୍ଦଲ ଜନଶୁଣାଣିକୁ ବିରୋଧ …

Leave a Reply

Your email address will not be published. Required fields are marked *