Wednesday , November 20 2019
Breaking News
Home / ବ୍ୟବସାୟ ବାଣିଜ୍ୟ / ଏସବିଆଇ ପକ୍ଷରୁ ପିଓଏସ୍ ରେ ଡେବିଟ୍ କାର୍ଡ ଇଏମଆଇ ର ଶୁଭାରମ୍ଭ

ଏସବିଆଇ ପକ୍ଷରୁ ପିଓଏସ୍ ରେ ଡେବିଟ୍ କାର୍ଡ ଇଏମଆଇ ର ଶୁଭାରମ୍ଭ

ଭୁବନେଶ୍ୱର,୧୬/୧୦/୨୦୧୯ ( ଓଡ଼ିଶା ସମାଚାର)-ଏହି ଉତ୍ସବ ଋଚ୍ଛୁରେ ଗ୍ରାହକମାନଙ୍କୁ ଆକର୍ଷଣୀୟ ଓ ସୁଲଭ ସପିଙ୍ଗ ଅନୁଭୂତି ପ୍ରଦାନ କରିବା ଲାଗି ସର୍ବବୃହତ ଋଣ ପ୍ରଦାନକାରୀ ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ପକ୍ଷରୁ ଏହା ପାଖରେ ଥିବା ଗ୍ରାହକଙ୍କ ପାଇଁ “ଡେବିଟ୍ କାର୍ଡ ଇଏମଆଇ” ସୁବିଧାର ଶୁଭାରମ୍ଭ କରାଯାଇଛି । ଏହି ସେବା ଅଧୀନରେ ଗ୍ରାହକମାନେ ୬ରୁ ୧୮ ମାସ ପର୍ଯ୍ୟନ୍ତର ଇଏମଆଇ ଅବଧି ବିକଳ୍ପ ଚୟନ କରିପାରିବେ । ସେମାନେ ୧୫୦୦ରୁ ଅଧିକ ସହରରେ ଥିବା ୪୦୦୦୦ରୁ ଅଧିକ ମର୍ଚାଂଟ୍ ଏବଂ ଷ୍ଟୋର ରେ ଥିବା ୪.୫ ଲକ୍ଷରୁ ଅଧିକ ପାଇନ୍ ଲ୍ୟାବ୍ ବ୍ରାଣ୍ଡେଡ୍ ପିଓଏସ୍ ମେସିନ୍ ରେ ଉତ୍ପାଦ କିଣିପାରିବେ । ଏହି ଅବସରରେ ରଜନୀଶ କୁମାର, ଅଧ୍ୟକ୍ଷ, ଏସବିଆଇ, “ଆମେ ଏହି ଉପôାଦକୁ ଉନ୍ମୋଚନ କରି ବହୁତ ଆନନ୍ଦିତ ଯାହା ସେମାନଙ୍କୁ ଏହି ଉତ୍ସବ ଋତୁରେ ଖୁସିମୟ ସପିଙ୍ଗ ଅନୁଭୂତି ପ୍ରଦାନ କରିବ । ଡେବିଟ୍ କାର୍ଡ ଇଏମଆଇ ଗ୍ରାହକମାନଙ୍କୁ ଏକକାଳୀନ ସବୁ ପେମେଂଟ୍ ନକରି ସେମାନଙ୍କ ଡେବିଟ୍ କାର୍ଡକୁ ବ୍ୟବହାର କରି ସାରା ଭାରତରେ ଥିବା ବିଭିନ୍ନ ମର୍ଚାଂଟ୍ ଷ୍ଟୋର ରେ ଇଏମଆଇରେ କଂଜୁ୍ୟମର ଡୁ୍ୟରେବଲ୍ ଉତ୍ପାଦ

କିଣିପାରିବେ । ଗ୍ରାହକ ସନ୍ତୁଷ୍ଟି ଓ ସୁବିଧା ଲାଗି ଏସବିଆଇର ନିରନ୍ତର ପ୍ରତିବଦ୍ଧତା ସହିତ ଆମେ ବିଶ୍ୱାସ କରୁଛୁ ଯେ ଏହି ନୂଆର ଉନ୍ମୋଚନ ହେଉଛି ଚିନ୍ତାମୁକ୍ତ ଭାବେ ଉପôାଦ କିଣିବା ଏବଂ କାଗଜବିହୀନ ଋଣ ଦିଗରେ ଏକ ପଦକ୍ଷେପ ।’’ ଗ୍ରାହକମାନେ ହାସଲ କରିବାକୁ ଥିବା ପ୍ରମୁଖ ଲାଭଗୁଡ଼ିକ ହେଉଛି କାଗଜପତ୍ର ଦରକାର ପଡ଼ିବନି (ଜିରୋ ଡକୁ୍ୟମେଂଟେସନ), କୌଣସି ପ୍ରୋସେସିଂ ଫି’ ନାହିଁ (ଜିରୋ ପ୍ରୋସେସିଂ), ଶାଖା ପରିଦର୍ଶନ କରିବାକୁ ପଡ଼ିବନି, ତତକାଳ ଋଣ ଆବଂଟନ ଏବଂ କେତେକ ନିର୍ଦିଷ୍ଟ ବ୍ରାଣ୍ଡ୍ ଉପରେ ଜିରୋ କଷ୍ଟ୍ ଇଏମ୍ଆଇ । ସଂଚୟ ଜମା ଖାତାରେ ଯେତେ ବି ବାଲାନ୍ସ ଥାଉ ନା କାହିଁକି ଏହି ସୁବିଧା ଏକ ମିନିଟ୍ ରୁ କମ୍ ସମୟ ଭିତରେ ମିଳିବ । କାରବାର ହେବାର ଏକ ମାସ ପରେ ଇଏମଆଇ ଆରମ୍ଭ ହେବ । ସ୍ୱଚ୍ଛ ଆର୍ଥିକ ଓ କ୍ରେଡିଟ୍ ଇତିହାସ ଥିବା ସବୁ ଗ୍ରାହକ ଏହି ସୁବିଧା ହାସଲ କରିବାକୁ ଯୋଗ୍ୟ । ଏଭଳି ଗ୍ରାହକଙ୍କୁ ବ୍ୟାଙ୍କ ତରଫରୁ ନିୟମିତ ଭାବେ ଏସଏମଏସ ଓ ଇମେଲ୍ ଜରିଆରେ ବ୍ୟାଙ୍କ ପକ୍ଷରୁ ଯୋଗାଯୋଗ ରକ୍ଷା କରାଯିବ । ଯୋଗ୍ୟତା ବିଷୟରେ ଜାଣିବା ଲାଗି ଗ୍ରାହକମାନେ ଡିସିଇଏଏମଆଇ ଟାଇପ୍ କରି ୫୬୭୬୭୬କୁ ନିଜ ପଂଜୀକୃତ ମୋବାଇଲ୍ ନମ୍ବରରୁ ଏସଏମଏସ୍ ପଠାଇ ଜାଣିପାରିବେ । ଓଡ଼ିଶା ସମାଚାର

About admin

Check Also

ଆନ୍ଧ୍ରପ୍ରଦେଶ ଗସ୍ତର ଦ୍ୱିତୀୟ ଦିନରେ ଭାଇଜାଗ ଇସ୍ପାତ କାରଖାନା ପରିଦର୍ଶନ କଲେ କେନ୍ଦ୍ରମନ୍ତ୍ରୀ

ଇସ୍ପାତ୍ ଉତ୍ପାଦନ ପାଇଁ ପୂର୍ବ ଭାରତ ଆମର ପ୍ରାଥମିକତା- ଧର୍ମେନ୍ଦ୍ର ପ୍ରଧାନ ବିଶାଖାପାଟଣା/ ଭୁବନେଶ୍ୱର ୦୯/୧୧/୨୦୧୯(ଓଡ଼ିଶା ସମାଚାର)-ପୂର୍ବ ଭାରତରେ ଅଧିକ …

Leave a Reply

Your email address will not be published. Required fields are marked *