Thursday , September 19 2019
Breaking News
Home / ବ୍ୟବସାୟ ବାଣିଜ୍ୟ / ଏସବିଆଇ ପକ୍ଷରୁ ଏମଏସଏମଇ ଉଦ୍ୟୋଗୀ ସମ୍ମିଳନୀ

ଏସବିଆଇ ପକ୍ଷରୁ ଏମଏସଏମଇ ଉଦ୍ୟୋଗୀ ସମ୍ମିଳନୀ

ଭୁବନେଶ୍ୱର,୧୭/୦୮/୨୦୧୯(ଓଡ଼ିଶା ସମାଚାର)-ଭାରତୀୟ ଷ୍ଟେଟ ବ୍ୟାଙ୍କ ଭୁବନେଶ୍ୱର ମଣ୍ଡଳ- ୧ ଆନୁକୂଲ୍ୟରେ ଏକ ବୃହତ ଏମଏସଏମଇ ଉଦ୍ୟୋଗୀମାନଙ୍କର ସମାବେଶ ହୋଟେଲ ମେଁ ଫେୟାରଠାରେ ଅନୁଷ୍ଠିତ ହୋଇଯାଇଛି  । ଏହି ସମାବେଶରେ ବ୍ୟାଙ୍କର ୪୦ରୁ ଅଧିକ ମଧ୍ୟମ ଏବଂ କ୍ଷୁଦ୍ର ଉଦ୍ୟୋଗୀମାନେ ଯୋଗ ଦେଇଥିଲେ  । ଏହି ସମାବେଶକୁ ଶ୍ରୀମତୀ ପ୍ରବିଣା କାଲା, ମୁଖ୍ୟ ମହାପ୍ରବନ୍ଧକ, ଭୁବନେଶ୍ୱର କ୍ଷେତ୍ର ଉଦ୍ଘାଟନ କରିଥିଲେ  । ଶ୍ରୀମତୀ କାଲା ଏହି ଅବସରରେ ଆମନ୍ତ୍ରିତ ଅତିଥିମାନଙ୍କୁ ଏମଏସଏମଇର ଗୁରୁତ୍ୱ ଏବଂ ବର୍ତମାନ ପରିସ୍ଥିତିରେ ଏମଏସଏମଇ କ୍ଷେତ୍ରରେ ଉପୁଜୁଥିବା ଆହ୍ୱାନ ବିଷୟରେ ଆଲୋକପାତ କରିଥିଲେ  । ମଧ୍ୟମ ଏବଂ କ୍ଷୁଦ୍ର ଉଦ୍ୟୋଗ ଗୁଡିକ ଦେଶର ଏବଂ ଜାତିର ବିକାଶ ପାଇଁ ଗୁରୁତ୍ୱପୂର୍ଣ୍ଣ  । ଉଦ୍ୟୋଗୀମାନେ କିଭଳି ସହଜ ଏବଂ ସୁଲଭ ଭାବେ ଋଣ ପାଇପାରିବେ, ବ୍ୟାଙ୍କ ଅଧିକାରୀମାନଙ୍କୁ ପରାମର୍ଶ ଦେଇଥିଲେ  । ଯେଉଁ ଉଦ୍ୟୋଗୀମାନଙ୍କର ବିଲ୍ ମାସମାସ ଧରି ଅନାଦେୟ ରହୁଥିଲେ  । ତାହାକୁ କିପରି ଏସ୍ବିଆଇ ଫ୍ୟାକ୍ଟର ସାହାଯ୍ୟରେ ରିହାତି ପାଇବେ ତାହା ବୁଝାଇଥିଲେ  । ଧ୍ରୁବଚରଣ ବଳ, ଉପ ମହାପ୍ରବନ୍ଧକ ବ୍ୟାଙ୍କର ବିଭିନ୍ନ ଋଣ ଉତ୍ପାଦ ଯଥା ଏବିଏଲ୍, ଇଡିଏଫଏସ୍, ସିଏଲପି ଇତ୍ୟାଦିର ପ୍ରଦର୍ଶନ କରାଇଥିଲେ  । ଆନନ୍ଦ ବିକ୍ରମ ଉପ ମହାପ୍ରବନ୍ଧକ କ୍ଷେତ୍ର-୧ ଅତିଥି ଉଦ୍ୟୋଗୀମାନଙ୍କର ବିଭିନ୍ନ ପ୍ରଶ୍ନର ଉତର ଦେଇଥିଲେ ଏବଂ କାର୍ଯ୍ୟକ୍ରମର ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ  । ଓଡ଼ିଶା ସମାଚାର

About admin

Check Also

ପାରାଦ୍ୱୀପ ବନ୍ଦର ନିଷିଦ୍ଧାଂଚଳ ପାଇଁ ୪ଟି ବସ ର ଶୁଭ ଉଦଘାଟନ

ପାରାଦ୍ୱୀପ ,୧୪/୦୯/୨୦୧୯(ଓଡ଼ିଶା ସମାଚାର)- ପାରାଦ୍ୱୀପ ବନ୍ଦର ନିଷିଦ୍ଧାଂଚଳକୁ କର୍ମଚାରୀ ମାନଙ୍କର ସୁରକ୍ଷା ଓ ସୁରକ୍ଷୀତ ଗମନା ଗମନାକୁ ଦୃଷ୍ଟିରେ ରଖି …

Leave a Reply

Your email address will not be published. Required fields are marked *