Thursday , September 19 2019
Breaking News
Home / ବ୍ୟବସାୟ ବାଣିଜ୍ୟ / ଏଲଆଇସି ପକ୍ଷରୁ ବୀମା ଦିବସ ପାଳିତ

ଏଲଆଇସି ପକ୍ଷରୁ ବୀମା ଦିବସ ପାଳିତ

କଟକ, ୦୬/୦୯/୨୦୧୯(ଓଡ଼ିଶା ସମାଚାର)-ଦୀର୍ଘ ୬୩ ବର୍ଷ ଧରି ଭାରତୀୟ ଜୀବନବୀମା ନିଗମ (ଏଲଆଇସି) ଲୋକଙ୍କ ବିଶ୍ୱାସ ଭାଜନ ହେବା ସହିତଲୋକଙ୍କର ଆର୍ଥିକ ସ୍ଥିତିକୁ ବେଶ ସୁଦୁୃଢ଼ କରିପାରିଛି । ଏହି ଅବସରରେ ଓଡିଶାର ସର୍ବପୁରାତନ କଟକ ମଣ୍ଡଳ ଚଳିତ ବର୍ଷ ୫.୧୦.୫୪୪ ଟିନୂତନ ପଲିସି କରି ସର୍ବଭାରତୀୟ ସ୍ତରରେ ଏବଂ ପଲିସି ସଂଖ୍ୟାରେ ପ୍ରଥମ ସ୍ଥାନ ଅଧିକାର କରିପାରିଛି । ବିଗତ ବର୍ଷରେ କଟକ ମଣ୍ଡଳ୬୪୫.୬୨ କୋଟିର ନୂତନ ପ୍ରିମିୟମ ଆୟ କରି ସର୍ବ ଭାରତୀୟ ସ୍ତରରେଏକ ନମ୍ବର ସ୍ଥାନ ଅଧିକାର କରିଥିଲା । ଏହି ତାଲିକାରେ ଭଦ୍ରକ ମଣ୍ଡଳ୫୩୬୫୮ଟି ନୂତନ ପଲିସି କରି ୨ ନମ୍ବର ସ୍ଥାନ ଅଧିକାର କରିଥିବାବେଳେ, ଯାଜପୁର ଶାଖା ୫ ନମ୍ବର, ବାଲେଶ୍ୱର ଶାଖା ୬ ନମ୍ବର ସ୍ଥାନ ଅଧିକାର କରିପାରିଛି । ଦାବି ପ୍ରଦାନ କରିବାରେ ମଧ୍ୟ କଟକ ମଣ୍ଡଳ ମାର୍ଚ୍ଚ୨୦୧୯ ସୁଧା ପରିପକ୍ୱ ଦାବି ଓ ପଲିସି ଅବଧିର ଦାବିର ୯୬.୫ ପ୍ରତିଶତ ଏବଂ ମୃତ୍ୟୁ କାଳୀନ ଦାବୀର ୯୯.୯୯ ପ୍ରତିଶତ ସମାଧାନ କରିବାରେ ଉଲ୍ଲେଖନୀୟ ସଫଳତା ହାସଲ କରିଛି ବୋଲି ଏକ ସାମ୍ବାଦିକ ସମ୍ମିଳନୀରେ କଟକ ମଣ୍ଡଳ ବରିଷ୍ଠ ପ୍ରବନ୍ଧକ ଅଶୋକ କୁମାର ରାଉତରାୟ ସୂଚନା ଦେଇଛନ୍ତି । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ମାର୍କେଟିଙ୍ଗ୍ ମ୍ୟାନେଜର ଲକ୍ଷ୍ମୀକାନ୍ତ ପଟନାୟକ, ଅଶ୍ୱନୀ କୁମାର ପଲାଇ ଏବଂ ସୂଚନା ଓଲୋକ ସର୍ମ୍ପକ ଅଧିକାରୀ ଅରୁଣ କୁମାର ଦାସ ପ୍ରମୁଖ ଉପସ୍ଥିତ ଥିଲେ । ଓଡ଼ିଶା ସମାଚାର

About admin

Check Also

ପାରାଦ୍ୱୀପ ବନ୍ଦର ନିଷିଦ୍ଧାଂଚଳ ପାଇଁ ୪ଟି ବସ ର ଶୁଭ ଉଦଘାଟନ

ପାରାଦ୍ୱୀପ ,୧୪/୦୯/୨୦୧୯(ଓଡ଼ିଶା ସମାଚାର)- ପାରାଦ୍ୱୀପ ବନ୍ଦର ନିଷିଦ୍ଧାଂଚଳକୁ କର୍ମଚାରୀ ମାନଙ୍କର ସୁରକ୍ଷା ଓ ସୁରକ୍ଷୀତ ଗମନା ଗମନାକୁ ଦୃଷ୍ଟିରେ ରଖି …

Leave a Reply

Your email address will not be published. Required fields are marked *