Sunday , December 8 2019
Breaking News
Home / ବ୍ୟବସାୟ ବାଣିଜ୍ୟ / ଏରସମା ଶ୍ରଳ୍ପାଂଚଳ ଶ୍ର୍ରମିକ ସଙ୍ଘ ପକ୍ଷରୁ ପାରାଦ୍ୱୀପ ତୈଳବିଶୋଧନାଗାର ନିକଟର କାର୍ଯ୍ୟବନ୍ଦ ଆନ୍ଦୋଳନ

ଏରସମା ଶ୍ରଳ୍ପାଂଚଳ ଶ୍ର୍ରମିକ ସଙ୍ଘ ପକ୍ଷରୁ ପାରାଦ୍ୱୀପ ତୈଳବିଶୋଧନାଗାର ନିକଟର କାର୍ଯ୍ୟବନ୍ଦ ଆନ୍ଦୋଳନ

ପାରାଦ୍ୱୀପ ୧୮/୦୭/୨୦୧୯ (ଓଡ଼ିଶା ସମାଚାର)-ଏରସମା ଶିଳ୍ପାଂଚଳ ଶ୍ରମିକ ସଙ୍ଘ ପକ୍ଷରୁ ବିଭିନ୍ନ ଦାବି ନେଇ ପାରାଦ୍ୱୀପ ତୈଳବିଶୋଧନାଗାର ନିକଟରେ କାର୍ଯ୍ୟବନ୍ଦ ଆନ୍ଦୋଳନରେ ବସିଛନ୍ତି ଶତାଧିକ ଶ୍ରମିକ । ତେବେ ପୂର୍ବରୁ ଅନେକ ଥର ଶ୍ରମିକ ମାନେ ନିଜରର ନ୍ୟାଯ୍ୟ ଦାବି ନଇ କମ୍ପାନୀ ଫାଟକ ସମ୍ମୁଖରେ ଧାରଣା ଦେଇ ଆସିଥିଲା ବେଳେ ଗତ ମେଁ ମାସ ୯ ତାରିଖରେ କମ୍ପାନୀ ପକ୍ଷରୁ ଶ୍ରମିକ ମାନଙ୍କ ବକେୟା ଦରମା ଗତ ଜୁନ୍ ମାସ ୧୦ ତାରିଖ ଦିନ ଦିଆଯିବ ବୋଲି ପ୍ରତିଶୃତି ଦେଇଥିଲା । ତେବେ ଏପର୍ଯ୍ୟନ୍ତ କୌଣସି ଶ୍ରମିକଙ୍କୁ ବକେୟା ବୃଦ୍ଧି ହୋଇଥିବା ଦରମା ଟଙ୍କା ମିଳିନଥିବା ଅଭିଯୋଗ ହେଉଛି । ସେହିପରି ବିଭିନ୍ନ ଠିକାଦାର ମାନଙ୍କ ଅଧିନରେ କାର୍ଯ୍ୟ କରୁଥିବା ଶ୍ରମିକ ମାନଙ୍କୁ ସୁରକ୍ଷା ସରଞ୍ଜାମ ଯୋଗାଇ ଦେବାକୁ କୁହାଯାଇଥିଲେ ମଧ୍ୟ ତାକୁ ପାଳନ କରାଯାଉନି  ବୋଲି ସଙ୍ଘ କହିଛି । ଏମିତିକି ଗତ ଫେବୃଆରୀ ୧୮ ତାରିଖରେ କମ୍ପାନୀ ପକ୍ଷରୁ ଶ୍ରମିକ ମାନଙ୍କ ସଂଘକୁ ଏକ ଲିଖିତ ପ୍ରତିଶୃତି ଦିଆଯାଇଥିଲା ବେଳେ ପ୍ରତିଶୃତି କେବଳ କାଗଜ କଲମରେ ସିମିତ ହୋଇ ରହିଯାଇଛି । ଶେଷରେ କମ୍ପାନୀ ଅଧିନରେ କାର୍ଯ୍ୟରତ ଶତାଧିକ ଶ୍ରମିକ ମାନେ ସାତ ଦଫା ଦାବି ନେଇ କାର୍ଯ୍ୟବନ୍ଦ ଆନ୍ଦୋଳନକୁ ଓହ୍ଲାଇଛନ୍ତି । ମୂଖ୍ୟତଃ ଶ୍ରମିକ ମାନଙ୍କର ବର୍ଦ୍ଧିତ ଦରମା, ଛଟେଇ ଶ୍ରମିକଙ୍କୁ ପୁନଃ ନିଯୁକ୍ତି, ସୁରକ୍ଷା ସାରଞ୍ଜାମ, ଏବଂ ଇପିଏଫ୍-ଇଏସ୍ଆଇ ଭଳି ସାତଦଫା ଦାବି ନେଇ ଶାନ୍ତିପୂର୍ଣ୍ଣ ଧାରଣା ବସିଛନ୍ତି । ତେବେ ଯେ ପର୍ଯ୍ୟନ୍ତ ସେମାନଙ୍କ ଦାବି ପୂରଣ ନ ହୋଇଛି ସେ ପର୍ଯ୍ୟନ୍ତ କାର୍ଯ୍ୟ ବନ୍ଦ କରି ଧାରଣାରେ ବସିରହିବେ ବୋଲି ଚେତାବନୀ ଦେଇଛି ପାରାଦ୍ୱୀପ ଏରସମା ଶିଳ୍ପାଂଚଳ ଶ୍ରମିକ ସଂଘ । ଓଡ଼ିଶା ସମାଚାର

About admin

Check Also

ସାଲେପୁରର ଗ୍ରାମାଂଚଳରେ ଥିବା ବହୁ ଦୋକାନମାନଙ୍କରେ ବିକ୍ରି ହେଉଛି ନକଲି ସିମେଂଟ୍‌!

ସାଲେପୁର,୨୬/୧୧/୨୦୧୯(ଓଡ଼ିଶା ସମାଚାର/ ଅଭୟ ଜେନା)- ସାଲେପୁର ବ୍ଲକ୍ ଅଂଚଳରେ ଗ୍ରାମାଂଚଳରେ ଥିବା ବିଭିନ୍ନ ବଜାରମାନଙ୍କରେ ବ୍ୟାପକ ମାତ୍ରାରେ ବିଭିନ୍ନ କମ୍ପାନୀର …

Leave a Reply

Your email address will not be published. Required fields are marked *