Monday , February 24 2020
Home / ବିଶେଷ / ଏବିଭିପିର ୪୪ତମ ରାଜ୍ୟ ଅଧିବେଶନ ୩୧ରୁ

ଏବିଭିପିର ୪୪ତମ ରାଜ୍ୟ ଅଧିବେଶନ ୩୧ରୁ

କଟକ, ୨୦/୦୧/୨୦୨୦(ଓଡ଼ିଶା ସମାଚାର)- ଭାରତର ସର୍ବବୃହତ୍ ଛାତ୍ର ସଂଗଠନ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦର ୪୪ତମ ଓଡିଶା ରାଜ୍ୟ ଅଧିବେଶନ ଆସନ୍ତା ୩୧ତାରିଖରୁ ଫେବୃଆରୀ ୨ତାରିଖ ପର୍ଯ୍ୟନ୍ତ ସ୍ଥାନୀୟ ବସୁନ୍ଧରା ପଡିଆରେ ଅନୁଷ୍ଠିତ ହେବ । ଏହି ଅଧିବେଶନରେ ରାଜ୍ୟର ସମସ୍ତ ପ୍ରମୁଖ କ୍ୟାମ୍ପସ୍‌, ସମସ୍ତ ରାଜ୍ୟ ବିଶ୍ୱବିଦ୍ୟାଳୟ, କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ, ବୈଷୟିକ ଶିକ୍ଷାନୁଷ୍ଠାନ, କୃଷି ବିଶ୍ୱବିଦ୍ୟାଳୟ ଓ ମେଡିକାଲ କଲେଜଗୁଡ଼ିକରୁ ୧ ହଜାରରୁ ଅଧିକ ବିଦ୍ୟାର୍ଥୀ ଓ ଅଧ୍ୟାପକ ପ୍ରତିନିଧି ଯୋଗଦେଇ ଓଡିଶାର ଶିକ୍ଷା କ୍ଷେତ୍ରରେ ଉପୁଜିଥିବା ସ୍ଥିତି ଓ ଓଡିଶାର ବଢୁଥିବା ଅନୁପ୍ରବେଶ ଭଳି ସାମାଜିକ ସମସ୍ୟା ସମ୍ପର୍କରେ ଆଲୋଚନା କରିବେ । ଏହି ଆଲୋଚନାବେଳେ ୨ଟି ପ୍ରସ୍ତାବ ଗୃହୀତ ହେବ । ଅଧିବେଶନରେ ବିଦ୍ୟାର୍ଥୀ ପରିଷଦର ଲକ୍ଷ୍ୟ, ଆଦର୍ଶ ଓ କାର୍ଯ୍ୟ ପଦ୍ଧତି ଉପରେ ବରିଷ୍ଠ କାର୍ଯ୍ୟକର୍ତାମାନେ ଅଭିଭାଷଣ ଦେବା ସହିତ ପରିଷଦର ବିଭିନ୍ନ ଆୟାମ୍‌, କାର୍ଯ୍ୟ ଓ ଗତିବିଧି ସମ୍ପର୍କରେ ପୁଙ୍ଖାନୁପୁଙ୍ଖ ଆଲୋଚନା ଏହି ଅଧିବେଶନରେ ସ୍ଥାନ ପାଇବ । ଶିକ୍ଷା ବର୍ଷ ୨୦୨୦-୨୧ ପାଇଁ ବିଦ୍ୟାର୍ଥୀ ପରିଷଦର ନୂତନ ରାଜ୍ୟ ସଭାପତି ଓ ରାଜ୍ୟ ସମ୍ପାଦକ ଚୟନ କରାଯିବ । ଏହି ୪୪ତମ ରାଜ୍ୟ ଅଧିବେଶନରୁ ବିଦ୍ୟାର୍ଥୀ ପରିଷଦର ସମସ୍ତ କାର୍ଯ୍ୟକର୍ତା ନିଜ କ୍ୟାମ୍ପସକୁ ଯାଇ ନୂଆ ଭାରତ ନିର୍ମାଣ କାର୍ଯ୍ୟ ଆଗକୁ ନେବେ ବୋଲି ପରିଷଦର ରାଜ୍ୟ ସମ୍ପାଦକ ଶଶୀକାନ୍ତ ମିଶ୍ର ସ୍ଥାନୀୟ ଗୋପାଳଜିଉ ମନ୍ଦିରରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ଏଥିରେ ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ସଦସ୍ୟା ସୁଶ୍ରୀ ସୋନାଲୀ ବେହେରା, ରାଜ୍ୟ ସହ ସମ୍ପାଦକ ବୁଦ୍ଧଦେବ ବାଗ୍ ଓ କଟକ ମହାନଗର ସମ୍ପାଦିକା ସୁଶ୍ରୀ ରାକ୍ଷୀ ନାୟକ ଉପସ୍ଥିତ ଥିଲେ । ଓଡ଼ିଶା ସମାଚାର

About admin

Check Also

ବିଶ୍ୱ ସାମାଜିକ ନ୍ୟାୟ ଦିବସ ପାଳିତ

ଫୁଲବାଣୀ, ୨୪/୦୨/୨୦୨୦ (ଓଡ଼ିଶା ସମାଚାର)- ବନ୍ଧଗଡ଼ ସ୍ଥିତ ସ୍ୱାତୀ ସମ୍ବଳ କେନ୍ଦ୍ର ଠାରେ ବିଶ୍ୱ ସାମାଜିକ ନ୍ୟାୟ ଦିବସ ପାଳିତ …

Leave a Reply

Your email address will not be published. Required fields are marked *