Tuesday , July 16 2019
Home / ବ୍ୟବସାୟ ବାଣିଜ୍ୟ / ଏନ୍.ଟି.ପି.ସି କଣିହାଁରେ ରଥଯାତ୍ରା ପାଳିତ

ଏନ୍.ଟି.ପି.ସି କଣିହାଁରେ ରଥଯାତ୍ରା ପାଳିତ

ତାଳଚେର, ୦୬/୦୭/୨୦୧୯ (ଓଡ଼ିଶା ସମାଚାର)- ଏନ୍.ଟି.ପି.ସି ତାଳଚେର କଣିହାଁଠାରେ ଧର୍ମୀୟ ଭାବନା ତଥା ଆନନ୍ଦ ଉଲ୍ଲାସ ସହକାରେ ପବିତ୍ର ରଥଯାତ୍ରା ଗୁରୁବାର ଦିନ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ଶ୍ରଦ୍ଧାଳୁମାନେ ତିନି ଠାକୁର ମହାପ୍ରଭୁ ଜଗନ୍ନାଥ, ବଳଭଦ୍ର ଏବଂ ଦେବୀ ସୁଭଦ୍ରାଙ୍କର ବିଗ୍ରହଙ୍କୁ ପହଣ୍ଡି ଯାତ୍ରାରେ ମନ୍ଦିରରୁ ରଥକୁ ନେଇଥିଲେ । ପରମ୍ପରା ଅନୁସାରେ ପ୍ରକଳ୍ପ ମୁଖ୍ୟ ରମେଶ ବାବୁ ଭି. ରଥ ପରିସରରେ ଛେରାପହଁରା କାର୍ଯ୍ୟ ସମ୍ପାଦନା କରିଥିଲେ । ଏନ୍.ଟି.ପି.ସି ଟାଉନସିପ୍ ଏବଂ ଆଖପାଖ ଗ୍ରାମଞ୍ଚଳର ହଜାର ହଜାର ଭକ୍ତ ଏହି ଘୋଷଯାତ୍ରାରେ ସାମିଲ ହୋଇଥିଲେ । ଡ୍ରମ ବାଦ୍ୟ ଏବଂ ଜୟ ଜଗନ୍ନାଥ ଧ୍ୱନୀରେ ଭକ୍ତଗଣ ଜଗନ୍ନାଥ ମନ୍ଦିରରୁ ଗୁଣ୍ଡିଚା ମନ୍ଦିର ପର୍ଯ୍ୟନ୍ତ ଟାଣି ନେଇଥିଲେ । ପ୍ରକଳ୍ପର ବରିଷ୍ଠ ପଦାଧିକାରୀ, କର୍ମଚାରୀ, ସିଆଇଏସଏଫ ଅଧିକାରୀ ଏବଂ ଗ୍ରାମବାସୀ ରଥକୁ ମାଉସୀ ମା ମନ୍ଦିର ନିକଟକୁ ସନ୍ଧ୍ୟାରେ ନେଇଥିଲେ । ଏହି ଉପଲକ୍ଷେ ସନ୍ଧ୍ୟାରେ ଭଜନ ସନ୍ଧ୍ୟା ଏବଂ ଅନ୍ୟାନ୍ୟ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ଆଗାମୀ ୧୨ ତାରିଖରେ ବାହୁଡ଼ା ଯାତ୍ରା ସହ ଏହି ରଥଯାତ୍ରା ସମାପ୍ତ ହେବ । ଏହି ନଅ ଦିନ ବ୍ୟାପି ଯାତ୍ରାକୁ ଏନ୍.ଟି.ପି.ସି କଣିହାଁର ଦୀପଶିଖା ରଥଯାତ୍ରା କମିଟି ଆୟୋଜିତ କରୁଥିବା ବେଳେ ଏପରି ଧୁମଧାମରେ ପାଳିତ ହେଉଥିବା ରଥଯତ୍ରା ଟାଉନସିପ୍ ନିବାସୀଙ୍କ ପାଇଁ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି । ଏହି ଉପଲକ୍ଷେ ପାରିପାଶ୍ୱିର୍କ ଅଞ୍ଚଳର ଜନସାଧାରଣ ବହୁ ସଂଖ୍ୟାରେ ପ୍ରଭୁ ଜଗନ୍ନାଥ ଏବଂ ତାଙ୍କ ଭାଇଭଉଣୀଙ୍କୁ ଦର୍ଶନ କରିବାକୁ ଏକାଠି ହୋଇଥିଲେ । ଓଡ଼ିଶା ସମାଚାର

About admin

Check Also

ବେଦାନ୍ତ ଲାଞ୍ଜିଗଡ ରିଫାଇନାରି ନବୀକରଣ  ତଥା ‘ୱେଷ୍ଟ ଟୁ ୱେଲଥ’ ପ୍ରୋଗ୍ରାମ ମାଧ୍ୟମରେ ସାରା ଅଂଚଳର ଉନ୍ନତି କରିପାରିଛି

ଶତ ପ୍ରତିଶତ ଫ୍ଲାଏ ଆସ ର ବ୍ୟବହାର । ବାହ୍ୟ ବସ୍ତୁକୁ ବ୍ୟବହାର କରି  ବେଦାନ୍ତର ‘ୱେଷ୍ଟ ଟୁ ୱେଲଥ’ …

Leave a Reply

Your email address will not be published. Required fields are marked *