Wednesday , December 11 2019
Home / ବିଶେଷ / ଏଣିକି ଦଙ୍ଗାକାରୀଙ୍କୁ କରେଂଟ ଲାଠି ମାଡ଼ – ପ୍ରାଥମିକ ପର୍ଯ୍ୟାୟରେ ପୁଲିସ କିଣିବ ୧୦୦ ଲାଠି

ଏଣିକି ଦଙ୍ଗାକାରୀଙ୍କୁ କରେଂଟ ଲାଠି ମାଡ଼ – ପ୍ରାଥମିକ ପର୍ଯ୍ୟାୟରେ ପୁଲିସ କିଣିବ ୧୦୦ ଲାଠି

ଭୁବନେଶ୍ୱର,୦୬/୧୧/୨୦୧୯(ଓଡ଼ିଶା ସମାଚାର)- ଦଙ୍ଗା ସୃଷ୍ଟିକାରୀ ଏବେ ସାବଧାନ! ଏଣିକି ଅଧିକ ଉପôାତକଲେ ପୁଲିସ କରେଂଟ ଲାଠିରେ ପିଟିବ । ଆନ୍ଦୋଳନ ବେଳେ ଉପôାତ ଓ ଦଙ୍ଗା ଉପରେ ରୋକଲଗାଇବା ଲାଗି ରାଜ୍ୟ ପୁଲିସ ଏବେ ନୂଆ ତରିକା ଆପଣାଇବାକୁ ଯାଉଛି । ଏଣିକି ଦଙ୍ଗାକାରୀ ଓ ଆନ୍ଦୋଳନ ବେଳେ ଅଧିକ ଉପôାତ ହେଲେ ପୁଲିସ ସେମାନଙ୍କୁ କରେଂଟ ଲାଠି ମାଡ଼ କରିବ ।ଏହି ଲାଠିରେ କରେଂଟ ମାରିବା ସହ ସକ୍ ଲାଗିବ, ଫଳରେ ଆନ୍ଦୋଳନକାରୀମାନେ ଭୟରେ ଜାଗା ଛାଡ଼ି ପଳାଇବାକୁ ବାଧ୍ୟ ହେବେ । ଏଥିରେ କେହି ଗୁରୁତର ଆହତ କିମ୍ବା କାହାର ଜୀବନହାନି ଘଟିବ ନାହିଁ । ଅଧିକାଂଶ ସମୟରେ ରାଜ୍ୟରେ ବିକ୍ଷୋଭ ବେଳେ ଆନ୍ଦୋଳନକାରୀମାନେ ଅଧିକଉପôାତ କରିଥାନ୍ତି । ସେହିପରି କୌଣସି ଘଟଣାକୁ ନେଇ ଗୋଷ୍ଠୀ ସଂଘର୍ଷ ଓ ସାମ୍ପ୍ରଦାୟିକ ଦଙ୍ଗା ମଧ୍ୟସୃଷ୍ଟି ହୋଇଥାଏ । ଏହାକୁ ନିୟନ୍ତ୍ରଣ କରାବାକୁ ଯାଇ ପୁଲିସକୁ ଲାଠି ମାଡ଼ କରିବାକୁ ପଡ଼ିଥାଏ ।ଏପରିକି ଲୁହବୁହା ଗ୍ୟାସ ପ୍ରୟୋଗ ସହ ପାଣି ଓ ରବର ବୁଲେଟ ମାଡ଼ କରାଯାଇଥାଏ । ଯେଉଁଥିରେ ଦଙ୍ଗାକାରୀମାନେ ରକ୍ତାକ୍ତ ଆହତ ହେଉଥିବା ନଜିର ରହିଛି । ଏସବୁ ସିତ୍ୱେ ଦଙ୍ଗାକାରୀମାନେ ବ୍ୟତିବ୍ୟସ୍ତ ନହୋଇ ପାଲଟା ପୁଲିସକୁ ଆକ୍ରମଣ କରିବାକୁ ପଛାଇ ନଥାନ୍ତି । ତେବେ ଦଙ୍ଗାକାରୀଙ୍କୁ ଘଉଡ଼ାଇବା ଓ କିପରି ସେମାନେ ଆହତ ନହେବେ, ସେ ନେଇ ପୁଲିସ ତର୍ଜମା ଚଳାଇଥିଲା ।ତର୍ଜମା ପରେ ପାରାମିଲିଟାରୀ ଫୋର୍ସ ବ୍ୟବହାର କରୁଥିବା କରେଂଟ ଲାଠି ବ୍ୟବହାର କରିବାକୁନିଷ୍ପତିି ନେଇଛି । ଏହି କରେଂଟ ଲାଠି ଦେଶର ଅନ୍ୟ କିଛି ସହରରେ ମଧ୍ୟ ବ୍ୟବହାର କରାଯାଉଛି ।ଏହାର ସଫଳତାକୁ ଦେଖି ଓଡ଼ିଶା ପୁଲିସ ଏହି ବ୍ୟବହାର ଲାଗି ନିଷ୍ପତି ନେଇଛି । ପ୍ରଥମପର୍ଯ୍ୟାୟରେ ପୁଲିସ ୧୦୦ଟି କରେଂଟ ଲାଠି କିଣିବାକୁ ଯୋଜନା ରଖିଛି । ପରବର୍ତୀ ସମୟରେଅଧିକ ଲାଠି କିଣାଯିବ । ଏଥିମଧ୍ୟରୁ କମିଶନରେଟ ପୁଲିସକୁ ଅଧିକ ସଂଖ୍ୟାରେ କରେଂଟ ଲାଠିଯୋଗାଇ ଦିଆଯିବ । କାରଣ ରାଜଧାନୀରେ ଅଧିକାଂଶ ସମୟରେ ଆନ୍ଦୋଳନ, ବିକ୍ଷୋଭ ବେଳେଦଙ୍ଗା ସୃଷ୍ଟି ହେଉଛି । ଏହା ବ୍ୟତୀତ ରାଜ୍ୟର ସମ୍ବେଦନଶୀଳ ଜିଲ୍ଲା ଓ ଶିଳ୍ପାଂଚଳରେ ହେଉଥିବାବିଶୃଙ୍ଖଳା ରୋକିବା ଲାଗି ଏହି ଲାଠି ଯୋଗାଇ ଦିଆଯିବ ବୋଲି ବରିଷ୍ଠ ପୁଲିସ ଅଧିକାରୀ ସୂଚନାଦେଇଛନ୍ତି । ଜାତୀୟ କ୍ରାଇମ ରେକର୍ଡ ବୁ୍ୟରୋ ବା ଏନ୍ସିଆରବି ରିପୋର୍ଟ ଅନୁସାରେ ରାଜ୍ୟରେ୨ହଜାର ୪୦୭ଟି ଦଙ୍ଗା ମାମଲା ରୁଜୁ ହୋଇଛି । ଯାହା ସାରାଦେଶରେ ସର୍ବାଧିକ । ଏଥିସହିତ ଶିଳ୍ପାଂଚଳରେ କେବଳ ୮୧ଟି ମାମଲା ରୁଜୁ କରାଯାଇଛି । ଏହି ଦଙ୍ଗାରେ ଶତାଧିକ ରକ୍ତାକ୍ତହୋଇଥିଲେ । ତେବେ ରାଜ୍ୟରେ ଦଙ୍ଗା ମାମଲା ବଢୁଥିବାରୁ ଏଥିରେ ରୋକ ଲଗାଇବା ଲାଗି ରାଜ୍ୟପୁଲିସ କରେଂଟ ଲାଠି ବ୍ୟବହାର କରିବାକୁ ଯାଉଛି । ଏହି ଲାଠି ବ୍ୟବହାର ଦ୍ୱାରା ଆନ୍ଦୋଳନକାରୀଙ୍କୁ ବିଦୁ୍ୟତ ସକ ମାରିବ, ହେଲେ କେହି ଆହତ କିମ୍ବା କିଛି ଅଘଟଣ ଘଟିବ ନାହିଁ । ଓଡ଼ିଶା ସମାଚାର

About admin

Check Also

ଜିଲ୍ଲାରେ ପ୍ରବାସୀ ଶ୍ରମିକ ସହାୟକ ଓ ସାଧନ କେନ୍ଦ୍ର  ଉଦଘାଟିତ

୨ ମାସ ଭିତରେ ଜିଲ୍ଲାର ୧ ଲକ୍ଷ ପାଣି ପାଇପ ମିସ୍ତ୍ରୀଙ୍କ ପଞ୍ଜୀକରଣ ହେବ-ମନ୍ତ୍ରୀ  କେନ୍ଦ୍ରାପଡା,୧୦/୧୨/୨୦୧୯(ଓଡ଼ିଶା ସମାଚାର)-କେନ୍ଦ୍ରାପଡା ଜିଲ୍ଲାରେ ପ୍ରବାସୀ …

Leave a Reply

Your email address will not be published. Required fields are marked *