Thursday , September 19 2019
Breaking News
Home / ବିଶେଷ / ଏଣିକି  ଅନଲାଇନରେ  ମିଳିବ  ପୋଲିସ୍  ଗାଡ଼ିର  କାଗଜପତ୍ର

ଏଣିକି  ଅନଲାଇନରେ  ମିଳିବ  ପୋଲିସ୍  ଗାଡ଼ିର  କାଗଜପତ୍ର

ଭୁବନେଶ୍ୱର,୦୯/୦୯/୨୦୧୯(ଓଡ଼ିଶା ସମାଚାର)- ପୋଲିସ ନିଜେ ଆଇନ ଉଲ୍ଲଂଘନ କରୁଥିବାବେଳେ ସାଧାରଣ ଲୋକଙ୍କ ଠାରୁ ମୋଟା ଅଙ୍କର ଜୋରିମାନା ଆଦାୟ କରୁଥିବା ସନ୍ଦେହକୁ ଦୂର କରିବାକୁ କମିଶନରେଟ୍ ପୋଲିସ ଏକ ଅଭିନବ ପଦକ୍ଷେପ ଆପଣାଇଛି  । ଏଣିକି ଅନଲାଇନ ରେ ପୋଲିସ ଗାଡ଼ିର କାଗଜପତ୍ର ମିଳିପାରିବ । ୱେବଲାଇନ୍ ରେ ଗଲେ ଯିଏ କେହିବି ପୋଲିସ ଗାଡ଼ିର ଡକ୍ୟୁମେଂଟକୁ ଯାଂଚ କରିପାରିବ  । ଯାହାଦ୍ୱାରା ସାଧାରଣଲୋକଙ୍କ ମନରେ ଥିବା ଦ୍ୱନ୍ଦ ଦୂର ହୋଇପାରିବ ବୋଲି କହିଛନ୍ତି କଟକ-ଭୁବନେଶ୍ୱର ପୋଲିସ କମିଶନର୍ ଡ. ସୁଧାଂଶୁ ଷଡ଼ଙ୍ଗୀ  ।ଏଠାରେ ଉଲ୍ଲେଖ ଯୋଗ୍ୟ, ସରକାରୀ ଗାଡ଼ିକୁ ଛାଡ଼ିଦିଆଯାଉଥିବା ନେଇ ଅଭିଯୋଗ ହୋଇଥିଲା  । ଏପରିକି   ଭୁବନେଶ୍ୱରରେ କିଛି ଲୋକ ତିନୋଟି ସରକାରୀ ଗାଡ଼ିକୁ ଅଟକ ରଖିଥିଲେ  । ସେମାନେ ଆଇନ ଉଲ୍ଲଂଘନ କରୁଛନ୍ତି ବୋଲି ଅଭିଯୋଗ ହୋଇଥିଲା  । ଏହା ପରେ ରାଜମହଲ ଛକରେ ପୋଲିସ ଓ ଜନତା ମୁହାଁମୁହିଁ ହୋଇଥିଲା  । ପରିସ୍ଥିତିକୁ ନିୟନ୍ତ୍ରଣକୁ ଆଣିବାକୁ ବାଧ୍ୟ ହୋଇ ପୋଲିସକୁ ଲାଠିଚାର୍ଜ କରିବାକୁ ପଡ଼ିଥିଲା । ଲୋକଙ୍କ ମନରେ ଥିବା ଦ୍ୱନ୍ଦକୁ ଦୂର କରିବାକୁ ସମସ୍ତ ପୋଲିସ ଗାଡ଼ିର ଡଳ୍ୟୁମେଂଟ ୱେବସାଇଟ୍ ରେ ଅପଲୋଡ୍ କରିବାକୁ ନିଷ୍ପତିି ନିଆଯାଇଛି  । ଓଡ଼ିଶା ସମାଚାର

About admin

Check Also

ସଂକ୍ଷେପରେ ତାଜା ଖବର : ଓସିଏ ର ପୂର୍ବତନ ସମ୍ପାଦକ ଆଶିର୍ବାଦ ବେହେରାଙ୍କୁ ସିବିଆଇ ଗିରଫ କଲା

କଟକ,୧୯/୦୯/୨୦୧୯(ଓଡ଼ିଶା ସମାଚାର)- ଓସିଏ ର ପୂର୍ବତନ ସମ୍ପାଦକ ଆଶିର୍ବାଦ ବେହେରାଙ୍କୁ ସିବିଆଇ ଗିରଫ କଲା । ଆଜି ବଢ଼ି ଭୋର …

Leave a Reply

Your email address will not be published. Required fields are marked *