Monday , December 16 2019
Breaking News
Home / ବିଶେଷ / ଏଟିଏମ ଅଚଳ, ଗ୍ରାହକ ହନ୍ତସନ୍ତ

ଏଟିଏମ ଅଚଳ, ଗ୍ରାହକ ହନ୍ତସନ୍ତ

ପାଟକୁରା,୨୧/୧୧/୨୦୧୯(ଓଡ଼ିଶା ସମାଚାର)- ପାଟକୁରା ବଜାରରେ ଥିବା ଭାରତୀୟ ଷ୍ଟେଟ ବ୍ୟାଙ୍କର ଏଟିଏମ ଟି ଗତ ଦୁଇ ସପ୍ତାହ ହେଲା ଅଚଳ ହୋଇପଡ଼ିଛି । ଏହାର ଯନ୍ତ୍ରାଂଶ ଠିକ୍ ଭାବେ କାମ କରୁନାହିଁ । ଗ୍ରାହକମାନେ ଟଙ୍କା ଉଠାଣ ପାଇଁ ଏଟିମ ମେସିନ ରେ ଡ଼େବିଟ କାର୍ଡ଼ ପୁରାଇବା ପରେ ମେସିନ୍ ଠିକ ନଥିବାରୁ ଭୁଲ ଭାଲ ମେସେଜ୍ ଦେଉଛି । ଫଳରେ ଗ୍ରାହକମାନେ ଉକ୍ତ ଏଟିଏମ ମେସିନ୍ ରୁ ଟଙ୍କା କାଢ଼ିପାରୁନାହାନ୍ତି । କିନ୍ତୁ ବେଳେ ବେଳେ ଗ୍ରାହକ ୧୦ / ୨୦ ଥର ଡ଼େବିଟ କାର୍ଡ଼ ପୁରାଇଲେ ଥରେ ଅଧେ ଟଙ୍କା ଉଠାଣ ହେଉଛି । ଏଟିଏମ ମେସିନ ର ଏଭଳି ଅଚଳାବସ୍ଥା ଲାଗିରହିଥିଲେ ମଧ୍ୟ ବ୍ୟାଙ୍କ କର୍ତୃପକ୍ଷ ଏଥିପ୍ରତି ଦୃଷ୍ଟି ଦେଉନାହାନ୍ତି । ପାଟକୁରା ବଜାର ଭଳି ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ଏଟିଏମ ଥିବାରୁ ଏହା ଉପରେ ଅଂଚଳର ହଜାର ହଜାର ଉପଭୋକ୍ତା ନିର୍ଭର କରନ୍ତି । କିନ୍ତୁ ଏଟିଏମ ର ଏପରି ସ୍ଥିତି ନେଇ ଗ୍ରାହକମାନେ ଘୋର ଉଦବେଗ ପ୍ରକାଶ କରୁଛନ୍ତି । ଷ୍ଟେଟବ୍ୟାଙ୍କ କର୍ତୃପକ୍ଷ ଏଥିପ୍ରତି ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି । ଓଡ଼ିଶା ସମାଚାର

About admin

Check Also

ବିଦେଶୀ ପକ୍ଷୀ ଜବତ, ୩ ଗିରଫ

ଖୋର୍ଦ୍ଧା, ୧୬/୧୨/୨୦୧୯(ଓଡ଼ିଶା ସମାଚାର)-  ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ୱାଇଲ୍ଡ ଲାଇଫ୍ ପକ୍ଷରୁ ଚଢ଼ଉ କରାଯାଇ ୩ଜଣ ପକ୍ଷୀ ଶିକାରୀଙ୍କୁ ଗିରଫ …

Leave a Reply

Your email address will not be published. Required fields are marked *