Thursday , November 14 2019
Breaking News
Home / ତାଜା ଖବର / ଏଟିଏମରୁ ୩ ଲକ୍ଷ ଟଙ୍କା ଠକେଇ ଅଭିଯୋଗରେ ୨ ଗିରଫ

ଏଟିଏମରୁ ୩ ଲକ୍ଷ ଟଙ୍କା ଠକେଇ ଅଭିଯୋଗରେ ୨ ଗିରଫ

ପଟ୍ଟାମୁଣ୍ଡାଇ, ୧୭/୧୦/୨୦୧୯ (ଓଡ଼ିଶା ସମାଚାର)-ପଟ୍ଟାମୁଣ୍ଡାଇ ଥାନା ଅନ୍ତର୍ଗତ ଗୋଗୁଆ ଗ୍ରାମର ଜନୈକ ଯୁବକ ଜଣେ ଅବସରପ୍ରାପ୍ତ ସରକାରୀ କର୍ମଚାରୀଙ୍କ ଏଟିଏମକୁ ବ୍ୟବହାର କରି ଟଙ୍କା ଉଠାଇ ନେବା ଅଭିଯୋଗରେ ସମ୍ପୃକ୍ତ ଯୁବକ ଓ ତାଙ୍କ ସହଯୋଗୀଙ୍କୁ ପୁଲିସ ଗିରଫ କରିଛି । ଏ ନେଇ କେନ୍ଦ୍ରାପଡା ଏସପି ନୀତିଶେଖର ପଟ୍ଟାମୁଣ୍ଡାଇ ଥାନାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ଏସପିଙ୍କ ସୂଚନା ଅନୁଯାୟୀ ପଟ୍ଟାମୁଣ୍ଡାଇ ଥାନା ଗୋଗୁଆ ଗ୍ରାମର ଅବସରପ୍ରାପ୍ତ ସରକାରୀ କର୍ମଚାରୀ ନିରଂଜନ ବଳ ପଟ୍ଟାମୁଣ୍ଡାଇ ଷ୍ଟେଟବ୍ୟାଙ୍କରେ ଝିଅ ବିଭାଘର ପାଇଁ ଆକାଉଂଟ ନମ୍ବର ୧୦୮୬୧୯୨୫୫୭୯ରେ ୫ଲକ୍ଷ ୨୨ହଜାର ୬୭୫ଟଙ୍କା ଜମା କରିଥିଲେ । ମାତ୍ର ଗତ ୧୨ ତାରିଖରେ ଗୋଗୁଆ ଏଟିଏମ କାଉଂଟରୁ ଏଟିଏମ ସାହାଯ୍ୟରେ ୫ହଜାର ଟଙ୍କା ଉଠାଇବା ପରେ ତାଙ୍କ ଆକାଉଂଟରେ ମାତ୍ର ୨ଲକ୍ଷ ୭୫୫ଟଙ୍କା ଥିବା ଏଟଏମ ସ୍ଲିପରୁ ଜାଣିବାକୁ ପାଇଥିଲେ । ତାଙ୍କ ଆକାଉଂଟରୁ ଅଜଣା ବ୍ୟକ୍ତି ୩ଲକ୍ଷ ୧୦ହଜାର ଟଙ୍କା ଉଠାଇ ନେଇଥିବା ଜାଣି ବ୍ୟତିବ୍ୟସ୍ତ ହୋଇପଡିଥିଲେ । ଗତ ୪ ତାରିଖରେ ୨ ଥର ୫ହଜାର ଲେଖାଏଁ ୧୦ହଜାର, ୫, ୬ ଓ ୭ ତାରିଖରେ ସମୁଦାୟ ୩ଲକ୍ଷ ଟଙ୍କା ଉଠାଯାଇଥିବା ଜଣାପଡିଥିଲା ।ଟଙ୍କା ଉଠାଣ ପରେ ତାଙ୍କ ମୋବାଇଲନଂ ୯୯୩୭୯୭୨୩୩୭କୁ କୈାଣସି ମେସେଜ ଯାଇନଥିଲା । ଏ ସମ୍ପର୍କରେ ଶ୍ରୀବଳ ପଟ୍ଟାମୁଣ୍ଡାଇ ଷ୍ଟେଟବ୍ୟାଙ୍କ ଶାଖାରେ ଯାଂଚ କରିବା ପରେ ତାଙ୍କ ଆକାଉଂଟରୁ ଉଠାଯାଇଥିବା ୩ଲକ୍ଷ ୧୦ହଜାର ଟଙ୍କା ୟୁପିଆଇ ଟ୍ରାଞ୍ଜାକସନ ଜରିଆରେ ଅନ୍ୟ ଏକ ଆକାଉଂଟକୁ ଯାଇଥିବା ସ୍ପଷ୍ଟ ହୋଇଥିଲା । ଏହା ପରେ ଶ୍ରୀ ବଳ ପଟ୍ଟାମୁଣ୍ଡାଇ ଥାନାରେ ଏ ସମ୍ପର୍କରେ ଲିଖିତ ଅଭିଯୋଗ କରିଥିଲେ । ପଟ୍ଟାମୁଣ୍ଡାଇ ଥାନା ପୁଲିସ ଏ ନେଇ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲେ । ପଟ୍ଟାମୁଣ୍ଡାଇ ଥାନା ଆଇଆଇସି ରାକେଶ କୁମାର ତ୍ରିପାଠୀ ମାମଲାର ତଦନ୍ତ କରି ଏଟିଏମ ଠକେଇ ଅଭିଯୋଗରେ ଅମରେନ୍ଦ୍ର ବଳ ଓ ପ୍ରତାପ ପାତ୍ରଙ୍କୁ ଗିରଫ କରି କୋର୍ଟ ଚାଲାଣ କରିବା ସହିତ ଅଭିଯୁକ୍ତଙ୍କ ଠାରୁ ନଗଦ ୨ଲକ୍ଷ ୪୮ହଜାର ଟଙ୍କା ଓ ଗୋଟିଏ ଓପୋ ମୋବାଇଲ ଫୋନ ଜବତ କରିଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ୨ଅଭିଯୁକ୍ତଙ୍କ ସହ ପଟ୍ଟାମୁଣ୍ଡାଇ ଥାନା ଆଇଆଇସି ଶ୍ରୀ ତ୍ରିପାଠୀ ଓ ସବଇନ୍ସପେକ ।ର ବିଲ୍ୱମଙ୍ଗଳ ସେଠୀ ଉପସ୍ଥିତ ଥିଲେ । ଓଡ଼ିଶା ସମାଚାର

About admin

Check Also

ସଂକ୍ଷେପରେ ତାଜା ଖବର : ଗୁଣି ଗାରେଡ଼ି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା କରି ମୁଣ୍ଡ କାଟିନେଲେ

ଗଜପତି ,୧୩/୧୧/୨୦୧୯(ଓଡ଼ିଶା ସମାଚାର)- ଗୁଣି ଗାରେଡ଼ି ସନ୍ଦେହରେ ଜଣେ ବୃଦ୍ଧଙ୍କୁ ହତ୍ୟା କରି ମୁଣ୍ଡ କାଟିନେଲେ ଦୁର୍ବୃତ । ଏପରି …

Leave a Reply

Your email address will not be published. Required fields are marked *