Tuesday , January 28 2020
Breaking News
Home / ବ୍ୟବସାୟ ବାଣିଜ୍ୟ / ଉଡ଼ାନ ଯୋଜନାରେ ଓଡିଶାର ୩ ବିମାନ ବନ୍ଦର

ଉଡ଼ାନ ଯୋଜନାରେ ଓଡିଶାର ୩ ବିମାନ ବନ୍ଦର

ଭୁବନେଶ୍ୱର,୦୮/୧୨/୨୦୧୯(ଓଡ଼ିଶା ସମାଚାର)-ବିମାନ ଯୋଗାଯୋଗକୁ ସହଜ, ସୁଗମ ଓ ସାଧାରଣ ଜନତାଙ୍କ ପକେଟକୁ ସୁହାଇବାପାଇଁ କେନ୍ଦ୍ର ସରକାରଙ୍କ ଉଡ୍ଡାନ ଯୋଜନା ଅନ୍ତର୍ଗତ ଓଡିଶାର ତିନୋଟି ବିମାନ ବନ୍ଦରର ନିର୍ମାଣ ପ୍ରକ୍ରିୟା ଜୋର ଧରିଛି ।ଭୁବନେଶ୍ୱରରେ ବେସରକାରୀ ବିମାନ ଚଳାଚଳ ସଚିବ ପ୍ରଦୀପ ସିଂ ଖାରସୋଲା ଓ ରାଜ୍ୟ ମୁଖ୍ୟଶାସନ ସଚିବ ଅସିତ ତ୍ରିପାଠୀଙ୍କ ମଧ୍ୟରେ ଏଥିନେଇ ଆଲୋଚନା ହୋଇଛି । ଏହି ବୈଠକ ପରେଖାରସୋଲା କହିଛନ୍ତି ଯେ ଓଡିଶାରେ ବିମାନ ଯୋଗାଯୋଗରେ ଉନ୍ନତି ଆଣିବା ଆମର ପ୍ରାଥମିକତା । ଉଡ୍ଡାନ-୪ ଯୋଜନାରେ ରାଉରକେଲା, କଳାହାଣ୍ଡିଜିଲ୍ଲାର ଉତକେଲା ଓ ଜୟପୁର ସ୍ଥାନ ପାଇଛି । ଏଥିପୂର୍ବରୁ ଏହି ଯୋଜନାରେ ମୋଟ ୧୬୦କୋଟି ଟଙ୍କା ବ୍ୟୟରେ ଝାରସୁଗୁଡା ବିମାନ ବନ୍ଦର ସ୍ଥାନ ପାଇଥିଲା । ଯୋଜନା ଅନ୍ତର୍ଗତ ସମସ୍ତ ଚାରୋଟି ବିମାନ ବନ୍ଦରର ବିକାଶ ପାଇଁ ମୋଟ ୧୨ ଶହ କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି । ଓଡ଼ିଶା ସମାଚାର

About admin

Check Also

’ ଚିତ୍ରୋତ୍ପଳା ବଣିକ ସଂଘ’ର ବୈଠକ   –  ଉଜ୍ଜ୍ୱଳ ଆଲୋକୀ କରଣ ଓ ଜଳ ଯୋଗଣ ଉପରେ ଗୁରୁତ୍ୱାରୋପ

ଗରଦପୁର ୨୩/୦୧/୨୦୨୦ (ଓଡ଼ିଶା ସମାଚାର)- ଗରଦପୁର ବ୍ଲକ ଅନ୍ତର୍ଗତ ପଦ୍ମପୁର ପଂଚାୟତର ନୂଆପଡା ଠାରେ ଥିବା ’ ଚିତ୍ରୋତ୍ପଳା ବଣିକ …

Leave a Reply

Your email address will not be published. Required fields are marked *