Saturday , February 29 2020
Breaking News
Home / କୃଷି / ଉପର ଇନ୍ଦ୍ରାବତୀ ଦକ୍ଷିଣ କେନାଲ ମୁଖୀଗୁଡା ଠାରେ ପାଣି ପଞ୍ଚାୟତ ପକ୍ଷ ପାଳନ

ଉପର ଇନ୍ଦ୍ରାବତୀ ଦକ୍ଷିଣ କେନାଲ ମୁଖୀଗୁଡା ଠାରେ ପାଣି ପଞ୍ଚାୟତ ପକ୍ଷ ପାଳନ

କଳାହାଣ୍ଡି,୧୯/୦୧/୨୦୨୦(ଓଡ଼ିଶା ସମାଚାର/ସଂଜୟ କୁମାର ସିଂ)-ଓଡ଼ିଶା ସରକାର ଜଳ ସମ୍ପଦ ବିଭାଗ ଆନୁକୂଲ୍ୟରେ କଳାହାଣ୍ଡି ବହୁମୁଖୀ ଇନ୍ଦ୍ରାବତୀ ଦକ୍ଷିଣ କେନାଲ ବିଭାଜନ ୧ ମୁଖୀଗୁଡା ନିର୍ବାହୀ ଯନ୍ତ୍ରୀ କାର‌୍ୟଳୟ ପରିସର ରେ ପାଣି ପଞ୍ଚାୟତ ପକ୍ଷ ପାଳନ ହୋଇଛି। ନିର୍ବାହୀ ଯନ୍ତ୍ରୀ ଅଜିତ ପାତ୍ର ଙ୍କ ଅଧ୍ୟକ୍ଷତାରେ  ମୁଖ୍ୟ ଅତିଥି ରୂପେ ଜୟପାଟଣା ତହସିଲଦାର ଟିକୁନି ପୁଟା, ସମ୍ମାନୀୟ ଅତିଥି ରୂପେ ଦକ୍ଷିଣ କେନାଲ ନିର୍ବାହୀ ଯନ୍ତ୍ରୀ  ରାଜ କିଶୋର ବେହେରା,ସାମ୍ବାଦିକ ଶେଷଦେଵ ବେହେରା ପ୍ରମୂଖ ଯୋଗ ଦେଇ ଏହି ବିଭାଜନ ଅନ୍ତର୍ଗତ ସମସ୍ତ ପାଣି ପଞ୍ଚାୟତ ରେ କେମିତି କେନାଲ ସୁପରିଚାଳନା ଓ ପ୍ରତି ଚାଷ ଜମିକୁ କେମିତି ପାଣି ପହଂଚିବ ସେନେଇ ଚାଷି ମାନଙ୍କ ମଧ୍ୟରେ ସହଭାଗୀତା ର ଆବଶ୍ୟକତା ରହିଛି ବୋଲି କହିଥିଲେ। କେନାଲ ମରାମତି ଅଭାବ ରୁ କେନାଲ ଗୁଡିକ ଜରାଜିର୍ଣ୍ଣ ଅବସ୍ଥାରେ ପଡିରହିଛି, ଯାହା ଦ୍ୱାରା ଚାଷି ପାଣି ପାଇବାରେ ବଂଚିତ ରହୁଛନ୍ତି, ଏଣୁ ଆଗାମୀ ଦିନ ରେ ପାଣି ପଞ୍ଚାୟତ କୁ କେନାଲ ମରାମତି ପାଇଁ କ୍ଷମତା ଦିଆଯାଉ ବୋଲି ଚାଷି ମାନେ ଦାବି କରିଥିଲେ।ଏହି କାର‌୍ୟ୍ୟକ୍ରମ ରେ ସଫଳ ଚାଷୀ ମାନେ ହେଲେ,   ହର ପ୍ରସାଦ ପଟେଲ, ତରାଚନ୍ଦ୍ର ରାଏ, ଲତା ଲହଜଳ ଓ ଧବଳେଶ୍ବର ଚନ୍ଦନ କୁ ଉପାଢୋକାନ ଓ ମାନପତ୍ର ଦ୍ଵାରା ପୁରସ୍କାର  ପ୍ରଦାନ କରାଯାଇଥିଲା। ଓଡ଼ିଶା ସମାଚାର

About admin

Check Also

କୃଷି ବିଜ୍ଞାନ କେନ୍ଦ୍ରରେ ଗବେଷଣା ଓ ସଂପ୍ରସାରଣ ପାଇଁ ମିଳିତ ବୈଠକ

କେନ୍ଦ୍ରାପଡା ୨୬/୦୨/୨୦୨୦ (ଓଡ଼ିଶା ସମାଚାର)-କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଜଜାଙ୍ଗସ୍ଥିତ କୃଷି ବିଜ୍ଞାନ କେନ୍ଦ୍ର ସମ୍ମିଳନୀ କକ୍ଷରେ ବୁଧବାର ପୂର୍ବାହ୍ନରେ କୃଷି …

Leave a Reply

Your email address will not be published. Required fields are marked *