Friday , October 18 2019
Breaking News
Home / ବ୍ୟବସାୟ ବାଣିଜ୍ୟ / ଉପଯୁକ୍ତ ବେତନ ନିର୍ଦ୍ଧାରଣ ଦାବିରେ କର୍ମଚାରୀଙ୍କ ଧାରଣା ନିଷ୍ପତି

ଉପଯୁକ୍ତ ବେତନ ନିର୍ଦ୍ଧାରଣ ଦାବିରେ କର୍ମଚାରୀଙ୍କ ଧାରଣା ନିଷ୍ପତି

ସୁନାବେଡା, ୦୧/୧୦/୨୦୧୯ (ଓଡ଼ିଶା ସମାଚାର)- ଉପଯୁକ୍ତ ବେତନ ନିର୍ଦ୍ଧାରଣ ଦାବିରେ କୋରାପୁଟ ପ୍ରଭାଗର ସ୍ୱୀକୃତିପ୍ରାପ୍ତ ଶ୍ରମିକ ସଂଗଠନ ପକ୍ଷରୁ ଧାରଣା ନିଷ୍ପତି ହୋଇଛି । ବିଜୁ ଏରୋନଟିକ୍ସ ଏମ୍ପ୍ଲଇଜ୍ ୟୁନିୟନ ସହ ଅନ୍ୟଦୁଇ ଶ୍ରମିକ ସଂଗଠନ ହିନ୍ଦୁସ୍ଥାନ ଏରୋନଟିକ୍ସ ଏମ୍ପ୍ଲଇଜ୍ ଆସୋସିଏସନ, ହିନ୍ଦୁସ୍ଥାନ ଏରୋନଟିକ୍ସ ମଜଦୁର ସଂଘ ଆସନ୍ତା ୧୪ରେ ହେବାକୁ ଥିବା ଅନିଶ୍ଚିତତା ଧାରଣାରେ ଯିବା ପାଇଁ ଦାବିପତ୍ର ପ୍ରଦାନ କରିଛନ୍ତି । ଏହାସହିତ ଏକ ଗେଟ ମିଟିଙ୍ଗର ମଧ୍ୟ ଆୟୋଜନ କରାଯାଇଥିଲା । ଦୁଇ ପ୍ରଭାଗର ସମସ୍ତ କର୍ମଚାରୀ ମଧ୍ୟ ଉପସ୍ଥିତ ରହି ଏହାକୁ ସମର୍ଥନ ଜଣାଇଥିଲେ । ସଙ୍ଗଠନର ସଭାପତି ଅଶୋକ ଦାସ, ସାଧାରଣ ସମ୍ପାଦକ ଶ୍ରୀନିବାସ ମାନିକ, ସମ୍ପାଦକ ଅଞ୍ଜନ ମହାପାତ୍ର, ପ୍ରଦୀପ କୁମାର ମହାନ୍ତି ପ୍ରମୁଖ କର୍ମଚାରୀଙ୍କୁ ଆସନ୍ତା ଧର୍ମଘଟକୁ ସମର୍ଥନ କରିବା ପାଇଁ ସହଯୋଗ କାମନା କରିଥିଲେ । ଶେଷରେ ସଙ୍ଗଠନର ଉପସଭାପତି ଆଲୋକ ରାୟ ସମସ୍ତ କର୍ମଚାରୀଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଓଡ଼ିଶା ସମାଚାର

About admin

Check Also

ଇ-ବାଇକ୍  ବିକ୍ରୟ କେନ୍ଦ୍ର ଉଦଘାଟିତ 

ଗରଦପୁର,୧୪/୧୦/୨୦୧୯ (ଓଡ଼ିଶା ସମାଚାର)-ଗରଦପୁର ବଜାରରେ ଏକ ଇ-ବାଇକ୍ ବିକ୍ରୟ କେନ୍ଦ୍ର ଆଜି ଉଦଘାଟିତ ହୋଇଯାଇଛି ।  ଏହି ଉତ୍ସବରେ ମୁଖ୍ୟ …

Leave a Reply

Your email address will not be published. Required fields are marked *