Tuesday , January 28 2020
Breaking News
Home / କୃଷି / ଉଦ୍ୟାନ କୃଷି ବିଭାଗ ପକ୍ଷରୁ ଆଳୁ ବିହନ ଯୋଗାଣରେ ବିଳମ୍ବ

ଉଦ୍ୟାନ କୃଷି ବିଭାଗ ପକ୍ଷରୁ ଆଳୁ ବିହନ ଯୋଗାଣରେ ବିଳମ୍ବ

ଗରଦପୁର,୦୬/୧୨/୨୦୧୯(ଓଡ଼ିଶା ସମାଚାର)- ଆଳୁ ବିହନ ଲଗାଇଲେଣି ଚାଷୀ ହେଲେ ସରକାରଙ୍କ ବିହନ ପହଂଚି ନାହିଁ । ଚାଷୀମାନଙ୍କ ପାଇଁ ଆଳୁ ଚାଷ କରିବା ପାଇଁ ସରକାରଙ୍କ ପକ୍ଷରୁ ଉଦ୍ୟାନ କୃଷି ବିଭାଗ ପକ୍ଷରୁ ସୁବିଧାରେ ପ୍ରାମାଣିକ ଆଳୁ ବିହନ ଯୋଗାଣ କରିବା ପାଇଁ ବ୍ୟବସ୍ଥା କରିଛନ୍ତି । ମାତ୍ର ଆଜି ପର୍ଯ୍ୟନ୍ତ ଉଦ୍ୟାନ କୃଷି ବିଭାଗ ପକ୍ଷରୁ ଚାଷୀମାନଙ୍କ ନିକଟରେ ଆଳୁ ବିହନ ପହଂଚି ପାରି ନ ଥିବାବେଳେ,ଚାଷୀମାନେ ବାହାର ବଜାରରୁ ଆଳୁ ବିହନ କିଣି ଜମିରେ ଲଗାଉଥିବାର ଦେଖାଯାଇଛି । ପ୍ରକାଶ ଯେ, ପାଟକୁରା ଅଂଚଳର ନୂଆପଡା, ପଦ୍ମପୁର,ଜଗନ୍ନାଥପୁର, କୋଡଗାଁ ପାଟଣା, ସମସରା ,ପନ୍ଦିଆ, ପହଣା,ପୁନ୍ଦାଳ, କଳାବୁଦା, ପାଖଡ଼, ଉଦୟଗିରି, ଡ଼ାହାଳପୁର, ନଡ଼ିଆବରେଇ, ସାନ ଅଢ଼ଙ୍ଗା ,ବେଡାରୀ, ହରିଦାସପୁର,ବିଚଣା ଓ ଯମୁନାବାଦ ଆଦି ଗ୍ରାମଗୁଡିକର ମୂଖ୍ୟତଃ ନଦୀପଠା ଜମି ଓ ଆଳୁ ଚାଷ କରାଯାଉଥିବା ଜମିମାନଙ୍କରେ ଚାଷୀମାନେ ଆଳୁ ଚାଷ କରିଥାଆନ୍ତି । ନଭେମ୍ବର ମାସର ଶେଷ ସପ୍ତାହ ବେଳକୁ ସାଧାରଣତଃ ଜିମରେ ଆଳୁ ଲଗାଯାଇଥାଏ । ଏଥି ପାଇଁ ଚାଷୀମାନେ ଜିମକୁ ପ୍ରସ୍ତୁତି କରିବା ସହିତ ଏବେ ବାହାର ବଜାରରୁ ଆଳୁ ବିହନ କ୍ରୟ କରି ଜମିରେ ଲଗାଇବା କାମ କରୁଛନ୍ତି । ବାହାର ବଜାରରୁ ଚାଷୀମାନେ ଆଳୁ ବିହନ କିଲୋ ପିଛା ୯ ଟଙ୍କା ଦାମ୍ ରେ କ୍ରୟ କରି ଲଗାଇବା ଆରମ୍ଭ କରୁଥିବା ବେଳେ, ଅପରପକ୍ଷରେ ସରକାରଙ୍କ ଉଦ୍ୟାନ ବିଭାଗ ପକ୍ଷରୁ ଚାଷୀମାନଙ୍କୁ ଆଳୁ ବିହନ ଯୋଗାଣ କରାଯିବା ପାଇଁ ବ୍ୟବସ୍ଥା ରହିଛି । ମାତ୍ର ଆଜି ପର୍ଯ୍ୟନ୍ତ ଚାଷୀମାନଙ୍କ ନିକଟରେ ଉଦ୍ୟାନ କୃଷି ବିଭାଗ ପକ୍ଷରୁ ଆଳୁ ବିହନ ପହଂଚିି ପାରି ନାହିଁ । ଏ ସମ୍ପର୍କରେ କେନ୍ଦ୍ରାପଡା ଠାରେ ଥିବା ଅତିରିକ୍ତ ଉଦ୍ୟାନ କୃଷି ଅଧିକାରୀ କନ୍ଦ ଜେନାଙ୍କ ସହିତ ଯୋଗାଯୋଗ କରିବାରେ ସେ କହନ୍ତି ଯେ, ଚାଷୀମାନଙ୍କ ପାଇଁ ଆସନ୍ତା ସପ୍ତାହ ସୁଦ୍ଧା ବିଭିନ୍ନ ବ୍ଲକ ଅଂଚଳରେ ଥିବା ଉଦ୍ୟାନ କୃଷି ବିଭାଗକୁ ଆଳୁ ବିହନ ଯୋଗାଣ କରାଯିବ । ଏଥି ପାଇଁ ଆଳୁ ବିହନ କିଲୋ ପିଛା ୨୮ ଟଙ୍କା ଦାମ୍ ରଖାଯାଇ ଥିବା ବେଳେ,ଚାଷୀମାନେ କିଲୋ ପିଛା ୨୨ ଟଙ୍କା ଦାମ୍ ରେ କ୍ରୟ କରିବେ ଓ ଆଳୁ ବିହନ ଜମିରେ ଲଗାଇବା ପରେ ସମ୍ପୃକ୍ତ ଚାଷୀମାନଙ୍କ ବ୍ୟାଙ୍କ ଆକାଉଂଟ କୁ ୪ ଟଙ୍କା ରହାତି ଟଙ୍କା ପ୍ରଦାନ କରାଯିବାର ବ୍ୟବସ୍ଥା ରହିଛି । ଚାଷୀମାନଙ୍କୁ ଯୋଗାଯାଉଥିବା ଆଳୁ ବିହନ ହେଉଛି ‘କୁପିଜେଟ’ କିସମ୍ ର ପ୍ରମାଣିକ ବିହନ ବୋଲି ଶ୍ରୀ ଜେନା ପ୍ରକାଶ କରିଛନ୍ତି । ସାଧାରଣତଃ ଚାଷୀମାନେ ବାହାର ବଜାରରୁ କିଲୋ ପ୍ରତି ୯ ଟଙ୍କା ଦାମ୍ ରେ ଆଳୁ ବିହନ କିଣୁଥିବା ବେଳେ, ଉଦ୍ୟାନ କୃଷି ବିଭାଗରୁ ତିନି ଗୁଣା ଅଧିକ ଦାମ୍ ଦେଇ ଆଳୁ ବିହନ କ୍ରୟ କରି ଜମିରେ ଲଗାଇବାକୁ ଆଗ୍ରହ ପ୍ରକାଶ କରୁ ନ ଥିବା ଆଳୁ ଚାଷୀମାନେ ପ୍ରକାଶ କରିଛନ୍ତି । ଅପରପକ୍ଷରେ ଏହି ଅଂଚଳରେ ଥିବା ଆଳୁ ଚାଷୀମାନେ ପ୍ରାୟ ୭୦ ଭାଗରୁ ଉଦ୍ଧ୍ୱର୍ ଚାଷୀ ମାନେ ଜମିରେ ଆଳୁ ଲଗାଇବା କାର୍ଯ୍ୟ ଶେଷ କରି ସାରିଲେଣି । ଏପରିସ୍ଥଳେ ସରକାରଙ୍କର ଉଦ୍ୟାନ କୃଷି ବିଭାଗ ପକ୍ଷରୁ ପ୍ରସ୍ତାବିତ ପ୍ରାମାଣିକ ଆଳୁ ବିହନ ଯୋଗାଣ ପ୍ରହସନ ପାଲଟିବା ସହିତ ଚାଷୀମାନଙ୍କ ପାଇଁ କି କାର୍ଯ୍ୟରେ ଲାଗିବ ବୋଲି କେତେକ ଆଳୁ ଚାଷୀମାନେ ମତ ପ୍ରକାଶ କରିଛନ୍ତି । ଓଡ଼ିଶା ସମାଚାର

About admin

Check Also

ଉପର ଇନ୍ଦ୍ରାବତୀ ଦକ୍ଷିଣ କେନାଲ ମୁଖୀଗୁଡା ଠାରେ ପାଣି ପଞ୍ଚାୟତ ପକ୍ଷ ପାଳନ

କଳାହାଣ୍ଡି,୧୯/୦୧/୨୦୨୦(ଓଡ଼ିଶା ସମାଚାର/ସଂଜୟ କୁମାର ସିଂ)-ଓଡ଼ିଶା ସରକାର ଜଳ ସମ୍ପଦ ବିଭାଗ ଆନୁକୂଲ୍ୟରେ କଳାହାଣ୍ଡି ବହୁମୁଖୀ ଇନ୍ଦ୍ରାବତୀ ଦକ୍ଷିଣ କେନାଲ ବିଭାଜନ …

Leave a Reply

Your email address will not be published. Required fields are marked *