Friday , February 28 2020
Breaking News
Home / ବିଶେଷ / ଉତ୍କଳ ସାମ୍ବାଦିକ ସଂଘର ୭୫ତମ ପ୍ରତିଷ୍ଠା ଦିବସ ପାଳିତ

ଉତ୍କଳ ସାମ୍ବାଦିକ ସଂଘର ୭୫ତମ ପ୍ରତିଷ୍ଠା ଦିବସ ପାଳିତ

ଭୁବନେଶ୍ୱର ,୨୬/୦୧/୨୦୨୦ (ଓଡ଼ିଶା ସମାଚାର)-ରାଜ୍ୟର ସର୍ବପୁରାତନ ସାମ୍ବାଦିକ ସଂଗଠନ ଉତ୍କଳ ସାମ୍ବାଦିକ ସଂଘର ୭୫ତମ ପ୍ରତିଷ୍ଠା ଦିବସ ଭୁବନେଶ୍ୱରସ୍ଥିତ ସଂଘ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ରାଜ୍ୟ ସଭାପତି ବିଭୂତି ଭୂଷଣ କରଙ୍କ ପୌରହିତ୍ୟରେ ଆୟୋଜିତ ସଭାରେ ପ୍ରଦେଶ କଂଗ୍ରେସ କମିଟିର ସଭାପତି ନିରଞ୍ଜନଚପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସାମ୍ପ୍ରତିକ ସମାଜରେ ସାମ୍ବାଦିକମାନେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଥିବା ବେଳେ, ସେମାନଙ୍କର ସୁରକ୍ଷା ଓ ଅବସରକାଳୀନ ଭତା ଓ ଅନ୍ୟାନ୍ୟ ଯଥୋଚିତ ଦାବି ପ୍ରତି ସରକାରଙ୍କ ଅଣଦେଖାକୁ ସମାଲୋଚନା କରିବା ସହ ସାମ୍ବାଦିକଙ୍କ ନାଯ୍ୟ ଦାବିକୁ ଉପଯୁକ୍ତ ମଂଚରେ ଉପସ୍ଥାପନ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ । ବିଶିଷ୍ଟ ଅତିଥି ଭାବେ ଯୋଗଦେଇ ଭାରତୀୟ ଜନତା ପାର୍ଟିର ରାଜ୍ୟ ସଭାପତି ସମୀର ରଞ୍ଜନ ମହାନ୍ତି କହିଥିଲେ ଯେ, ଦେଶର ଅନ୍ୟାନ୍ୟ ବିଜେପି ଶାସିତ ଅଞ୍ଚଳରେ ସାମ୍ବାଦିକମାନେ ଅଧିକ ସୁବିଧା ସୁଯୋଗ ପାଉଥିବା ବେଳେ ଆମ ରାଜ୍ୟ ଓଡ଼ିଶାରେ ସାମ୍ବାଦିକମାନେ ଅଧିକ ଅବହେଳିତ । ଏଥିନେଇ ବିଧାନସଭାରେ ଦଳୀୟ ବିଧାୟକମାନେ ପ୍ରଶ୍ନ ଉତ୍‌ଥାପନ କରିବେ ବୋଲି ଶ୍ରୀ ମହାନ୍ତି ପ୍ରତିଶ୍ରୁତି ଦେଇଥିଲେ । ଭୁବନେଶ୍ୱର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା ସମ୍ମାନିତ ଅତିଥି ଭାବେ ତାଙ୍କ ଅଭିଭାଷଣରେ ବକ୍ତବ୍ୟ ରଖି ନବୀନ ବାବୁଙ୍କ ନେତୃତ୍ୱାଧୀନ ସରକାର ସାମ୍ବାଦିକମାନଙ୍କ ନ୍ୟାୟୋଚିତ ଦାବି ପ୍ରତି ସଚେତନ ଅଛନ୍ତି । ଏଥିମଧ୍ୟରେ ସ୍ୱାସ୍ଥ୍ୟବୀମା ଯୋଜନା ଲାଗୁ ହୋଇଥିବା ବେଳେ ଅଧିକ ସୁବିଧା ସୁଯୋଗ ଦେବା କ୍ଷେତ୍ରରେ ସରକାରୀସ୍ତରରେ ବିଚାର ବିମର୍ଷ ଚାଲିଛି । ସଭାପତି ବିଭୂତି ଭୂଷଣ କର ତାଙ୍କ ଅଭିଭାଷଣରେ କହିଥିଲେ କି, ସ୍ୱାସ୍ଥ୍ୟବୀମା ଭଳି ଯୋଜନା ଲାଗୁ କରି ନବୀନ ସରକାରଙ୍କର ସାମ୍ବାଦିକଙ୍କ ପ୍ରତି ଥିବା ସମ୍ବେଦନଶୀଳତା ପ୍ରଦର୍ଶନ କରିଛନ୍ତି । କିନ୍ତୁ ସୁରକ୍ଷା ଆଇନ୍ ଓ ଅବସରକାଳୀନ ଭତା ଭଳି ନାଯ୍ୟ ଦାବି ପ୍ରତି ସରକାରଙ୍କ ଅଣଦେଖା ପାଇଁ ସାମ୍ବାଦିକମାନେ ସଂଗଠିତ ହୋଇ ସରକାରଙ୍କ ଉପରେ ଚାପ ପ୍ରୟୋଗ କରିବାକୁ ଆହ୍ୱାନ ଦେଇଥିଲେ । ସାଧାରଣ ସମ୍ପାଦକ ପୂର୍ଣ୍ଣଚନ୍ଦ୍ର ନାୟକ ବାର୍ଷିକ ବିବରଣୀ ପାଠ କରିଥିବା ବେଳେ ଭୁବନେଶ୍ୱର ଜିଲ୍ଲା ସାଂଗଠନିକ ସଭାପତି ପ୍ରତାପ ଚନ୍ଦ୍ର ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ । ଓଡ଼ିଶା ସମାଚାର

About admin

Check Also

ମାର୍ଚ୍ଚ ପହିଲାରୁ ଗାଡ଼ି ଯାଞ୍ଚ କଡ଼ାକଡ଼ି ହେବ

ଭୁବନେଶ୍ୱର ,୨୮/୦୨/୨୦୨୦ (ଓଡ଼ିଶା ସମାଚାର)- ଲୋକଙ୍କୁ ଯଥେଷ୍ଟ ସମୟ ଦିଆଯାଇଛି, ଆଉ ବହୁ ସଂଖ୍ୟାରେ ଲୋକେ ଇତିମଧ୍ୟରେ ନିଜ ଗାଡ଼ିର …

Leave a Reply

Your email address will not be published. Required fields are marked *