Saturday , November 16 2019
Breaking News
Home / ବିଶେଷ / ଉଠା ଜଳସେଚନ ନିଗମ ଅଧ୍ୟକ୍ଷଙ୍କ ଗରଦପୁର ଗସ୍ତ

ଉଠା ଜଳସେଚନ ନିଗମ ଅଧ୍ୟକ୍ଷଙ୍କ ଗରଦପୁର ଗସ୍ତ

ଗରଦପୁର ୦୮/୧୧/୨୦୧୯(ଓଡ଼ିଶା ସମାଚାର)-ଉଠା ଜଳସେଚନ ନିଗମ ଅଧ୍ୟକ୍ଷ ଅମରେଶ ପତ୍ରୀ ଗତକାଲି ସନ୍ଧ୍ୟାରେ ପାଟକୁରା ଅଂଚଳ ଗସ୍ତ କରି ବିଭାଗୀୟ ପ୍ରକଳ୍ପ ଓ ଗରଦପୁର ଠାରେ ଥିବା ବିଭାଗୀୟ ସବ୍-ଡିଭିଜନ ଅଫିସ୍କୁ ପରିଦର୍ଶନ କରିଛନ୍ତି । ଅଧ୍ୟକ୍ଷ ଶ୍ରୀ ପତ୍ରୀଙ୍କ ଏହି ଗସ୍ତ ସମୟରେ ପାଟକୁରା ପଂଚାୟତର ଜଗନ୍ନାଥପୁର ଠାରେ ଥିବା ଏକ ସେଚ ପ୍ରକଳ୍ପ ଓ ଗରଦପୁର ଠାରେ ଥିବା ଅନ୍ୟ ଏକ ସେଚ ପ୍ରକଳ୍ପକୁ ପରିଦର୍ଶନ କରିଥିଲେ । ପ୍ରକାଶ ଯେ,ଅଧ୍ୟକ୍ଷ ଶ୍ରୀ ପତ୍ରୀ କେନ୍ଦ୍ରାପଡା ଠାରେ ଶ୍ରୀ ବଳଦେବଜୀଙ୍କୁ ଦର୍ଶନ କରିବା ପାଇଁ ଆସିଥିବାବେଳେ, ସେଠାରେ ଗରଦପୁର ଅଂଚଳର କେତେକ ଲୋକମାନେ ଗରଦପୁର ଠାରେ ବିପର୍ଯ୍ୟସ୍ତ ଅବସ୍ଥାରେ ପଡି ରହି ଥିବା ଉଠା ଜଳସେଚନ ବିଭାଗର ସବ୍ -ଡିଭିଜନ ଅଫିସ୍ ପରିସରକୁ ଅନୁଧ୍ୟାନ କରିବା ପାଇଁ ଅନୁରୋଧ କରିଥିଲେ । ଲୋକମାନଙ୍କ ଅନୁରୋଧକ୍ରମେ ଦୀର୍ଘ ଦିନ ହେଲା ଜରାଜିର୍ଣ୍ଣ ଅବସ୍ଥାରେ ପଡି ରହିଥିବା ବିଭାଗୀୟ ସବ୍ -ଡିଭିଜନ ଅଫିସ୍ ଓ ଏହାର ପରିସରକୁ ଅଧ୍ୟକ୍ଷ ଶ୍ରୀ ପତ୍ରୀ ଦେଖିଥିଲେ । ଏହି ଅଫିସ୍କୁ ତୁରନ୍ତ ପୁନରୁଦ୍ଧାର କରାଯିବା ପାଇଁ ଆବଶ୍ୟକ ବ୍ୟବସ୍ଥା କରାଯିବା ବୋଲି ଅଧ୍ୟକ୍ଷ ଶ୍ରୀ ପତ୍ରୀ ଉପସ୍ଥିତ ଥିବା ଦଳୀୟ କର୍ମୀମାନଙ୍କୁ ପ୍ରତିଶୃତି ଦେଇଥିଲେ । ବିଭାଗୀୟ ସହକାରୀ କନିଷ୍ଠ ଯନ୍ତ୍ରୀ ନିମାଇଁ ଚରଣ ସେଠୀ ଓ ଗରଦପୁରର ପୂର୍ବତନ ସମିତି ସଭ୍ୟ ରଞ୍ଜିତ କୁମାର ପଣ୍ଡା,ରାଜ୍ୟ ଯୁବ ବିଜେଡି ସାଧାରଣ ସମ୍ପାଦକ ରାଜେଶ ଦାସ,ପୂର୍ବତନ ଜିଲା ପରିଷଦ ସଦସ୍ୟ ସନ୍ତୋଷ ମାହାଳି, ଆକାଶ ମହାପାତ୍ର ରାଜ୍ୟ ଯୁବ ବିଜେଡିର ସମ୍ପାଦକ ଜ୍ୟୋତି ରଞ୍ଜନ ଜେନା,ମଳୟ କୁମାର ପତି. ତାରେଣୀ ନାୟକ ଏବଂ ଯୁବ ବାହିନୀର ଦଳୀୟ କର୍ମକର୍ତାମାନେ ଉପସ୍ଥିତ ଥିଲେ । ଓଡ଼ିଶା ସମାଚାର

About admin

Check Also

କେନ୍ଦ୍ରାପଡା ବାଲିଯାତ୍ରାରେ ମନମୋହିଲା ଭାଇଚାରାର ସମ୍ପର୍କ

କେନ୍ଦ୍ରାପଡା ୧୫/୧୧/୨୦୧୯(ଓଡ଼ିଶା ସମାଚାର)-କେନ୍ଦ୍ରାପଡା ବାଲିଯାତ୍ରା ମହୋତ୍ସବ ୨୦୧୯ର ତୃତୀୟ ସନ୍ଧ୍ୟାରେ ମନମୋହିଲା ଭାଇଚାରାର ସମ୍ପର୍କ । ଜାତି,ଧର୍ମ,ବର୍ଣ୍ଣ ନିର୍ବିଶେଷରେ ଏକାଠିହେଲେ …

Leave a Reply

Your email address will not be published. Required fields are marked *